Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବ୍ରହ୍ମପୁର ବ୍ୟାଙ୍କ କଲୋନୀ ଉନ୍ନୟନ କମିଟି ବୈଠକ
ଆଞ୍ଚଳିକ

ବ୍ରହ୍ମପୁର ବ୍ୟାଙ୍କ କଲୋନୀ ଉନ୍ନୟନ କମିଟି ବୈଠକ

September 21, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବ୍ରହ୍ମପୁର ବ୍ୟାଙ୍କ କଲୋନୀ ଉନ୍ନୟନ କମିଟି ବୈଠକ
ବ୍ରହ୍ମପୁର ବ୍ୟାଙ୍କ କଲୋନୀ ଉନ୍ନୟନ କମିଟି ବୈଠକ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ବ୍ୟାଙ୍କ କଲୋନୀ ଉନ୍ନୟନ କମିଟିର ଏକ ବୈଠକ ଗତ ୨୦ ସେପ୍ଟେମ୍ବର ୨୦୨୬ ତାରିଖରେ କମିଟିର ସଭାପତି ରାମ ମୋହନ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ବ୍ୟାଙ୍କ କଲୋନୀର ବିଭିନ୍ନ ସ୍ଥାନୀୟ ସମସ୍ୟା ଓ ଏହାର ସ୍ଥାୟୀ ସମାଧାନ ସମ୍ପର୍କରେ ଆଲୋଚନା ହୋଇଥିଲା।ବୈଠକରେ ବ୍ୟାଙ୍କ କଲୋନୀର ୧ନଂ ଲେନ୍ ରୁ ୮ନଂ ଲେନ୍ ପର୍ଯ୍ୟନ୍ତ ପିଚୁ ରାସ୍ତା ନିର୍ମାଣ ପାଇଁ ପୌର କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅନୁରୋଧ କରିବା ସତ୍ୱେ ଫଳପ୍ରଦ ନ ହେବ ହେତୁ ବୈଠକ ରେ କ୍ଷୋଭ ପ୍ରକାଶ କରାଯାଇଥିଲା।

ପୌର କର୍ତ୍ତୃପକ୍ଷଙ୍କ ନିକଟକୁ କମିଟି ପକ୍ଷରୁ ଏକ ପ୍ରତିନିଧିମଣ୍ଡଳ ପୁନର୍ବାର ଯାଇ ଦାବିପତ୍ର ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହା ସହିତ ଅଞ୍ଚଳର ଷ୍ଟ୍ରିଟ୍ଲାଇଟ୍ଗୁଡ଼ିକର ସୁଚାରୁ ରୂପେ କାର୍ଯ୍ୟକାରିତା ଓ ଆବଶ୍ୟକ ସ୍ଥାନରେ ନୂତନ ଆଲୋକ ବ୍ୟବସ୍ଥା ପାଇଁ ପୌର କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ଦେବା ନିମନ୍ତେ ମଧ୍ୟ ସ୍ଥିର କରାଯାଇଥିଲା।କମିଟିର ସଂଗଠନକୁ ଅଧିକ ସୁଦୃଢ଼ ଓ ସୁସଂଗଠିତ କରିବା ଲକ୍ଷ୍ୟରେ ବ୍ୟାଙ୍କ କଲୋନୀ ଉନ୍ନୟନ ପରିଷଦ ର ବାଇ-ଲ’ ପ୍ରସ୍ତୁତି କରିବା ଏବଂ ତାହାକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଉପସ୍ଥାପନ କରି ପଞ୍ଜିକରଣ ଦାୟିତ୍ୱ ଲିଙ୍ଗରାଜ ସାହୁଙ୍କୁ ପ୍ରଦାନ କରାଯାଇଥିଲା।

ବ୍ୟାଙ୍କ କଲୋନୀର ଉନ୍ନୟନମୂଳକ କାର୍ଯ୍ୟକୁ ଆହୁରି ଗତିଶୀଳ କରିବା ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଏକତା ବଜାୟ ରଖିବା ପାଇଁ ସଂଗଠନର ନାମ “ବ୍ୟାଙ୍କ କଲୋନୀ ଉନ୍ନୟନ ପରିଷଦ” ଭାବେ ନାମକରଣ କରିବା ନେଇ ମଧ୍ୟ ନିଷ୍ପତ୍ତି ହୋଇଥିଲା। ବୈଠକରେ କମିଟିର ବହୁ ସଦସ୍ୟ ଯୋଗଦେଇ ବ୍ୟାଙ୍କ କଲୋନୀର ରାସ୍ତା, ଆଲୋକୀକରଣ, ପରିମଳ, ନାଗରିକ ସୁବିଧା ଓ ଅନ୍ୟାନ୍ୟ ସ୍ଥାନୀୟ ସମସ୍ୟା ଉପରେ ମତାମତ ରଖିଥିଲେ। ଅଞ୍ଚଳର ସାମଗ୍ରିକ ଉନ୍ନତି ପାଇଁ ପୌର କର୍ତ୍ତୃପକ୍ଷ ଓ ସମ୍ପୃକ୍ତ ବିଭାଗ ସହ ସମନ୍ୱୟ ରଖି କାର୍ଯ୍ୟ କରିବାକୁ କାର୍ଯ୍ୟକାରୀ ସଭାପତି ଶ୍ରୀ ରମେଶ ମହାପାତ୍ର ଆହ୍ୱାନ ଦେଇଥିଲେ। ସାଧାରଣ ସମ୍ପାଦକ ଡ଼ ଶଙ୍କର ମାଝୀ ପୂର୍ବ ସଭାର ନିର୍ଦ୍ଧାରଣ ପାଠ କରି ପୌର କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଥିବା ପିଚୁ ରାସ୍ତା ନିର୍ମାଣର ପତ୍ର ଗୁଡିକୁ ଉପସ୍ଥାପନ କରିଥିଲେ।

ଉକ୍ତ ବୈଠକରେ ସିମାଞ୍ଚଳ ପଣ୍ଡା, ପୃଥ୍ୱୀରାଜ ସିଂହ, ଉମା ମିଶ୍ର, ମମତା ବିଶୋୟୀ, ୧୭ ନମ୍ବର ୱାର୍ଡର କର୍ପୋରେଟର ଦୁର୍ଗା କୁମାର ଲାୟକ, ଗୋପାଳକୃଷ୍ଣ ପତି, ସିଏଚ ରାମକୃଷ୍ଣ ଦାସ, ପ୍ରଦୀପ କୁମାର ଦାସ, ବିଜୟ କୁମାର ଦାସ ଓ ହରିଶ ଚନ୍ଦ୍ର ମିଶ୍ର ପ୍ରମୁଖ ଯୋଗ ଦେଇ ଅଂଚଳ ର ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ।

କମିଟି ବୈଠକ ବ୍ୟାଙ୍କ କଲୋନୀ ଉନ୍ନୟନ କମିଟି ବ୍ରହ୍ମପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକା ବ୍ଲକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

September 21, 2026

ପୋଖରୀ ପାଣିରେ ବୁଡ଼ି ନାବାଳିକାର ମୃତ୍ୟୁ

September 21, 2026

ବୋଲେରୋ-ବାଇକ ମୁହାଁମୁହିଁ ଧକ୍କା, ପୂର୍ବତନ ସମିତିସଭ୍ୟ ମୃତ; ଜଣେ ଗୁରୁତର

September 19, 2026

ଚ଼ିଲିକା ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କଲେ ଆଇନ ମନ୍ତ୍ରୀ

September 18, 2026
Latest News

ବ୍ରହ୍ମପୁର ବ୍ୟାଙ୍କ କଲୋନୀ ଉନ୍ନୟନ କମିଟି ବୈଠକ

September 21, 2026

ସାମୂହିକ ପଦକ୍ଷେପ ଓ ଆଚରଣ ପରିବର୍ତ୍ତନରେ ରୂପାନ୍ତରିତ ହେଉଛି ଗ୍ରାମୀଣ ପରିମଳ ବ୍ୟବସ୍ଥା

September 21, 2026

ଗଭୀର ଅବପାତର ରୂପ ନେବ ଲଘୁଚାପ, ସର୍ବାଧିକ ୭୫ କିଲୋମିଟର ବେଗରେ ବହିବ ପବନ

September 21, 2026

ଜଙ୍ଗଲି ଭାଲୁ ଆକ୍ରମଣରେ ଦୁଇ ଗୁରୁତର: ଜଣେ ଆହତ

September 21, 2026

ତ୍ରୁଟିମୁକ୍ତ ନୂଆ ପାଠ୍ୟପୁସ୍ତକ ବଣ୍ଟନ ଆରମ୍ଭ: ବିଦ୍ୟାଳୟଗୁଡ଼ିକରେ ପହଞ୍ଚିଲା ସଂଶୋଧିତ ବହି

September 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.