ରେଢ଼ାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ବ୍ଲକ ଅନ୍ତର୍ଗତ ଘୋଷରାମାଳ ପଞ୍ଚାୟତର ପଥୁରିଆ ଗ୍ରାମ ଅଙ୍ଗନୱାଡ଼ି କେନ୍ଦ୍ରରେ ଚଳିତ ବର୍ଷର ୯ମ ରାଷ୍ଟ୍ରୀୟ ପୋଷଣ ମାସ–୨୦୨୬ ଅବସରରେ ସେପ୍ଟେମ୍ବର ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସଚେତନତାମୂଳକ ଓ ଶିକ୍ଷଣୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ପ୍ରାକ୍-ପ୍ରାଥମିକ ବିଦ୍ୟାଳୟ ଶିଶୁମାନଙ୍କ ଦ୍ୱାରା ବିଭିନ୍ନ ପ୍ରସ୍ତୁତି ଓ କାର୍ଯ୍ୟକଳାପ। ଜେଜେ ମା’ଙ୍କ ଗଳ୍ପ କଥନ ଏବଂ ଶିଶୁମାନଙ୍କ ଚିତ୍ରାଙ୍କନ କାର୍ଯ୍ୟକ୍ରମ, ମମତା ଯୋଜନା, ସୁଭଦ୍ରା ଯୋଜନା, କିଶୋରୀ ବାଳିକା ଓ ମା’ମାନଙ୍କ ଦ୍ୱାରା ଅଭିଭାଷଣ ସହିତ ବିଭିନ୍ନ ପ୍ରତିଯୋଗିତାରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ ଓ ମାର୍ଗଦର୍ଶନ କ୍ରମେ ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରରେ ପୋଷଣ, ସ୍ୱାସ୍ଥ୍ୟ ଓ ଶିଶୁ ବିକାଶ ସମ୍ପର୍କିତ ଏହି ଉତ୍ସବ ପାଳନ କରାଯାଇଛି।
ଏହି ସମସ୍ତ କାର୍ଯ୍ୟକ୍ରମକୁ ପଥୁରିଆ ଅଙ୍ଗନୱାଡ଼ି କର୍ମୀ ଲିଲି ସାହୁ ଏବଂ ସହାୟିକା ପ୍ରତିମା ସାହୁ ପରିଚାଳନା କରିଥିବା ଥିଲେ।


