Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବୁଲିଯିବାକୁ କହି ଆଉ ଫେରିଲେନି ଯୁବକ
ଆଞ୍ଚଳିକ

ବୁଲିଯିବାକୁ କହି ଆଉ ଫେରିଲେନି ଯୁବକ

October 24, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Youth left saying he was going for a stroll, but never returned
Youth left saying he was going for a stroll, but never returned

ଗଞ୍ଜାମ: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବାଲିଛାଇ ଫାଣ୍ଡି ଅଧୀନସ୍ଥ ମାଲଗୁଡିଆ ଛକରୁ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘରୁ ବୁଲିବାକୁ ଯାଇ ଆଉ ଫେରିନଥିବା ଜଣେ ଯୁବକଙ୍କ ମରଶରୀର ଅଚେତ ଅବସ୍ଥାରେ ମିଳିବା ପରେ ପରିବାର ପକ୍ଷରୁ ଏହା ଏକ ନିର୍ମମ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଅଣାଯାଇଛି। ମୃତକ ଜଣକ ପୋଲସରା ଥାନା ଅନ୍ତର୍ଗତ ଡୁଙ୍ଗୁରୀ ଗାଁର ନାରାୟଣ ପ୍ରଧାନ ବୋଲି ପରିଚୟ ମିଳିଛି।

ସୂଚନା ଅନୁଯାୟୀ, ନାରାୟଣ ଗତ ଗୁରୁବାର ଦିନ ନିଜର ଅନ୍ୟ ତିନିଜଣ ବନ୍ଧୁଙ୍କ ସାଥୀରେ ଘରୁ ବୁଲିବାକୁ ବାହାରିଥିଲେ। ତେବେ ସେଦିନଠାରୁ ସେ ଆଉ ଘରକୁ ଫେରିନଥିଲେ। ପରିବାର ପକ୍ଷରୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଜାରି ରହିଥିବା ବେଳେ ଗତକାଲି କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବାଲିଛାଇ ଫାଣ୍ଡି ଅନ୍ତର୍ଗତ ମାଲଗୁଡିଆ ଛକ ନିକଟରେ ସେ ଅଚେତ ଅବସ୍ଥାରେ ପଡ଼ିଥିବା ସୂଚନା ମିଳିଥିଲା। ଖବର ପାଇବା ପରେ ପରିବାରବର୍ଗ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ ଏବଂ ତୁରନ୍ତ ଚିକିତ୍ସା ନିମନ୍ତେ ଆସ୍କା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ।

ମୃତ ଯୁବକଙ୍କ ମୁହଁ ସମେତ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତର ଚିହ୍ନ ରହିଥିବା ଦେଖିବାକୁ ମିଳିଛି। ଏହା ଏକ ସ୍ୱାଭାବିକ ମୃତ୍ୟୁ ନୁହେଁ ବରଂ କେହି ପୂର୍ବ ଯୋଜନାବଦ୍ଧ ଭାବେ ତାଙ୍କୁ ନିର୍ମମ ଭାବେ ହତ୍ୟା କରି ଫିଙ୍ଗି ଦେଇଛନ୍ତି ବୋଲି ମୃତକଙ୍କ ପରିବାର ପକ୍ଷରୁ ଦୃଢ଼ ଅଭିଯୋଗ କରାଯାଇଛି। ସାଙ୍ଗରେ ଯାଇଥିବା ବନ୍ଧୁମାନେ ଏହି ଘଟଣା ସହ ଜଡ଼ିତ ଥାଇପାରନ୍ତି ବୋଲି ସନ୍ଦେହ ପ୍ରକାଶ ପାଇଛି। ଏନେଇ ପରିବାର ଲୋକଙ୍କ ପକ୍ଷରୁ ସ୍ଥାନୀୟ ଥାନାରେ ଏତଲା ଦିଆଯାଇଛି।

ଖବର ପାଇ ପୋଲିସ ତତକ୍ଷଣାତ୍ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ପରିବାର ଲୋକଙ୍କ ଅଭିଯୋଗକୁ ଆଧାର କରି ପୋଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ସମସ୍ତ ଦିଗକୁ ନେଇ ଗଭୀର ତଦନ୍ତ ଆରମ୍ଭ କରିଛି। ସାଙ୍ଗରେ ଯାଇଥିବା ଯୁବକମାନେ କେଉଁଆଡ଼େ ଗଲେ ଏବଂ ଏହି ମୃତ୍ୟୁ ପଛର ପ୍ରକୃତ ରହସ୍ୟ କ’ଣ, ସେ ସମ୍ପର୍ଣ୍ଣ ତଥ୍ୟ ପୋଲିସର ତଦନ୍ତ ପରେ ଜଣାପଡ଼ିବ।

କବିସୂର୍ଯ୍ୟନଗର ଥାନା ସନ୍ଦେହଜନକ ମୃତ୍ୟୁ. ଗଞ୍ଜାମ ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ଗଞ୍ଜେଇ ଜବତ, ଜଣେ ଗିରଫ

October 24, 2026

ନାବାଳିକା ହତ୍ୟା ମାମଲା: SIଙ୍କ ବଦଳି

October 23, 2026

କେନ୍ଦୁଝରରେ ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନକୁ ଏନକାଉଣ୍ଟର, ଡାହାଣ ଗୋଡ଼ରେ ବାଜିଲା ଗୁଳି

October 23, 2026

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ, ଜଙ୍ଗଲରୁ ଗଳିତ ମୃତଦେହ ଉଦ୍ଧାର

October 22, 2026
Latest News

ସମ୍ଭାବ୍ୟ ବାତ୍ୟା: ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ସମୀକ୍ଷା ଓ ଗଞ୍ଜାମରେ ପ୍ରଶାସନିକ ସଜବାଜ

October 24, 2026

ବୁଲିଯିବାକୁ କହି ଆଉ ଫେରିଲେନି ଯୁବକ

October 24, 2026

ଗଞ୍ଜେଇ ଜବତ, ଜଣେ ଗିରଫ

October 24, 2026

ରାହୁଲ ଗାନ୍ଧୀଙ୍କୁ ବ୍ୟବସାୟୀଙ୍କ ଚିଠି: ଦୀପାବଳି ପରେ ରାଲି କରିବାକୁ ଅନୁରୋଧ

October 24, 2026

ସମୁଦ୍ରରେ ବଳ ଗୋଟାଇବ ବାତ୍ୟା! ଓଡ଼ିଶା ପାଇଁ କେତେ ବଡ଼ ଚ୍ୟାଲେଞ୍ଜ?

October 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.