ବାଲୁଗାଁ ବାଇପାସ୍‌ରେ ଦୁର୍ଘଟଣା : ଜଣେ ମୃତ

Published: Nov 20, 2019, 9:36 am IST

ସମୀକ୍ଷା ବ୍ୟୁରୋ

ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବାଇପାସ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ସୁବୁଦ୍ଧିପାଟଣା ଛକରେ ଘଟିଥିବା ଏହି ଦୁର୍ଘଟଣାରେ ଜଣଙ୍କର ପ୍ରାଣହାନି ଘଟିଛି। ଭୁଲ୍‌ ଦିଗରେ ଆସୁଥିବା ଏକ ବାଇକ୍‌ ଅନ୍ୟ ଏକ ବାଇକକୁ ଧକ୍କା ଦେବାରୁ ଦୁର୍ଘଟଣା ଘଟିଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିଲା। ଗତକାଲି ରାତିରେ ଜଣେ ବାଇକ୍‌ ଚାଳକ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ଅଛି। ମୃତ ବାଇକ ଚାଳକ ଜଣଙ୍କ ନିମାଇ ମଲ୍ଲ ଗ୍ରାମର ବୋଲି ଜଣାପଡିଛି।

Related posts