ବିଜେପି ତରଫରୁ ବାଣପୁର ବିରଜାଇ ମଣ୍ଡଳର ସାଙ୍ଗଠନିକ କାର୍ଯ୍ୟକ୍ରମ ଅନୁଷ୍ଠିତ

Published: Nov 22, 2019, 8:24 pm IST

ବାଣପୁର, ୨୨.୧୧, ସମୀକ୍ଷାବ୍ୟୁରୋ : ବାଣପୁର ମା’ ଉତ୍ତରାୟଣି ମନ୍ଦିରଠାରେ ବିଜେପି ତରଫରୁ ଏକ ସାଙ୍ଗଠନିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିରଜାଇ ମଣ୍ଡଳର ସଭାପତି ରୂପେ ଭେଟେଟଶ୍ବର ପଞ୍ଚାୟତର ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା। ମଣ୍ଡଳ ସଭାପତି ନିର୍ବାଚନରେ ନିରୀକ୍ଷକ ଭାବେ ନିରଞ୍ଜନ ମିଶ୍ର ଦାୟିତ୍ବ ତୁଲାଇଥିଲେ। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ, ଖୋର୍ଦ୍ଧା ଜିଲ୍ଲା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ, ଜିଲ୍ଲା ପରିଷଦ ସଭ୍ୟ ଅମରେନ୍ଦ୍ର ରଣସିଂହ,  ଭେଟେଶ୍ବର ପଞ୍ଚାୟତର ପୂର୍ବତନ ସରପଞ୍ଚ ଜିତେନ୍ଦ୍ର ସାମନ୍ତରାୟ, ବିରଜାଇ ମଣ୍ଡଳର ପୂର୍ବତନ ସଭାପତି ଦେବଦତ୍ତ ବଡଜେନା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ବିରିଜାଇ ମଣ୍ଡଳର ପାଞ୍ଚୋଟି ପଞ୍ଚାୟତ ଯଥାକ୍ରମେ – ଭେଟେଶ୍ବର, ନିଳାଦ୍ରି ପ୍ରସାଦ, ଦାମିଆ ବରବରା, ତୁମ୍ବୁରାପୁଟ, ଭାବନୀପୁରର ବୁଥ୍‌ କମିଟିର ପାଖାପାଖି ୩୦୦ରୁ ଉର୍ଦ୍ଧ୍ବ ସଦସ୍ୟମାନେ ଏହି କାର୍ଯ୍ୟକ୍ରମର ଉପସ୍ଥିତ ରହିଥିଲେ।

 

Related posts