Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଭଞ୍ଜନଗର ଉଦ୍ୟାନ ବିଭାଗ ତରଫରୁ ପନିପରିବା ଚାଷ ସମ୍ପର୍କିତ ପ୍ରଶିକ୍ଷିଣ ଶିବିର ଅନୁଷ୍ଠିତ
ଆଞ୍ଚଳିକ

ଭଞ୍ଜନଗର ଉଦ୍ୟାନ ବିଭାଗ ତରଫରୁ ପନିପରିବା ଚାଷ ସମ୍ପର୍କିତ ପ୍ରଶିକ୍ଷିଣ ଶିବିର ଅନୁଷ୍ଠିତ

November 25, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭଞ୍ଜନଗର, ୨୫/୧୧: (ସମୀକ୍ଷା ବ୍ୟୁରୋ) ମିଶନ ଶକ୍ତି ଯୋଜନାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଭ୍ୟାଙ୍କୁ ଉଦ୍ୟାନ କୃଷି ବିଭାଗ ଦ୍ବାରା ସ୍ବୟଂ ସମ୍ବଳ ବୃଦ୍ଧି ପାଇଁ ପନିପରିବା ଚାଷ କରିବା ଲାଗି ପ୍ରୋତ୍ସାହନ ଦିଆଯାଉଛି। ଏନେଇ ସ୍ଥାନୀୟ ସହକାରୀ ଉଦ୍ୟାନ କୃଷି ଅଧିକାରୀ, ଭଞ୍ଜନଗରଙ୍କ କାର୍ଯ୍ୟାଳୟରେ ଭଞ୍ଜନଗର ବ୍ଲକ୍‌ର ତୁରମୁ, ଲାଲସିଙ୍ଗି, ସାନକୋଦଣ୍ଡା, ବାଉଁଶଲୁଣ୍ଡି ଅଞ୍ଚଳର ବିଭିନ୍ନ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ୨୦ ଜଣ ସଦସ୍ୟାଙ୍କୁ ସ୍ବତନ୍ତ୍ର ତାଲିମ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ପନିପରିବା ଚାଷର ଆବଶ୍ୟକତା, ବୈଜ୍ଞାନିକ ପଦ୍ଧତିରେ ତଳି ଘରା ପ୍ରସ୍ତୁତି, ସମନ୍ବିତ ସାର ପ୍ରୟୋଗ, ରୋଗ ପୋକ ପରିଚାଳନା ଏବଂ ଉତ୍ତମ ଆୟ ପ୍ରଦାନ କରୁଥିବା ଟମୋଟା, ବାଇଗଣ କୋବି ଜାତୀୟ ଫସଲ ତଥା ମୂଳା ଚାଷ ଓ ଆଳୁ ଚାଷର ଉପାଦାଦେୟତା  ସମ୍ପର୍କରେ ବୁଝାଯାଇଥିଲା। ସଫଳ ପନିପରିବା ଚାଷ ପାଇଁ ସରକାରଙ୍କ ତରଫରୁ ଥିବା ସରକାରୀ ଯୋଜନା ବିଷୟରେ ମଧ୍ୟ ସଭ୍ୟାମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା।

ଭଞ୍ଜନଗର ଉଦ୍ୟାନ ଅଧିକାରୀ ସମ୍ବିତ ଆଚାର୍ଯ୍ୟଙ୍କ ତତ୍ତ୍ବାବଧାନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ସିଡିପିଓ ବିଷ୍ଣୁପ୍ରିୟା ସେଠୀ, ଏବଂ ଆତ୍ମା ଅଧ୍ୟକ୍ଷ ଶିବ ପ୍ରସାଦ ସାହୁ ପ୍ରମୁଖ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ କେଭିକେ ବୈଜ୍ଞାନିକ ପ୍ରଶାନ୍ତ ପଣ୍ଡା, କ୍ଷେତ୍ର ବିଜ୍ଞାନୀ କୁମୁଦ ଚନ୍ଦ୍ର ପାଢୀ,  ସୋରଡାର ସହକାରୀ ଉଦ୍ୟାନ କୃଷି ଅଧିକାରୀ ସୁଶ୍ରୀ ଚିନି ଗୁଲାବି, ସତ୍ୟବ୍ରତ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ରହି ତାଲିମ୍‌ ପ୍ରଦାନ କରିଥିଲେ। ସେହିପରି ସଫଳ ଉଦ୍ୟାନ ଚାଷ ସମ୍ପର୍କିତ ତଥା ପନିପରିବାର ଚାଷ ପ୍ରଣାଳୀ ଲେଖାଥିବା ଏକ ପୁସ୍ତକ ଏବଂ ପନିପରିବା ମଞ୍ଜିର କିଟ୍‌ ମଧ୍ୟ ସଭ୍ୟାମାନଙ୍କୁ ବଣ୍ଟନ କରାଯାଇଥିଲା। ସଚିନ୍‌ ପ୍ରଧାନ, ପଙ୍କଜ ପ୍ରଧାନ ଏବଂ ମନୋଜ ଦାଶ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିବାବେଳେ ବେଲଗୁଣ୍ଠାର ସହକାରୀ ଉଦ୍ୟାନ କୃଷି ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଟାଙ୍ଗୀ ବ୍ଲକ ପରିସରରେ ମିଳିତ ଜନଶୁଣାଣି ଶିବିର

July 13, 2026

ଦିବଙ୍ଗତ କବି ସଂଗ୍ରାମ କେଶରୀ ସାହୁଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳି ସଭା

July 11, 2026

ବାଣପୁରରେ ଏବିଭିପିର ୭୮ ତମ ପ୍ରତିଷ୍ଠା ଦିବସ ପାଳନ

July 9, 2026

ଚ଼ିଲିକା ସରକାରୀ ଉଚ୍ଚ ବିଦ୍ୟାଳୟର ୫୦ତମ ପ୍ରତିଷ୍ଠା ଦିବସ‌‌: ଯୋଗଦେଲେ ଆଇନ ମନ୍ତ୍ରୀ

July 7, 2026
Latest News

କୋଭିଡ-୧୯ ର କୌଣସି ଗୁଜବ କିମ୍ବା ଅପପ୍ରଚାରରେ ଭୟଭୀତ ନହୋଇ ସଚେତନ ରହିବାକୁ ଅପିଲ

July 15, 2026

ପ୍ରଥମ ତ୍ରୈମାସିକରେ ଇଣ୍ଡିଆ ପୋଷ୍ଟର ୪,୦୦୦ କୋଟିରୁ ଅଧିକ ଆୟ

July 15, 2026

ଶିକ୍ଷକ ପ୍ରମୋଦ କୁମାର ସାହୁ ପାଇଲେ ଶିକ୍ଷା ରତ୍ନ ସମ୍ମାନ

July 15, 2026

ପ୍ରତିଶ୍ରୁତି ଦେଇ ପ୍ରତାରଣା ବିରୁଦ୍ଧରେ ରାଜଧାନୀର ରାଜରାସ୍ତାରେ ବିଶାଳ ଶିକ୍ଷକ ସମାବେଶ

July 15, 2026

କେଜିରୁ ପିଜି ମାଗଣା ଶିକ୍ଷା ପାଇଁ SOP ଘୋଷଣା କଲେ ଉଚ୍ଚଶିକ୍ଷା ମନ୍ତ୍ରୀ

July 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.