କୋଶଳ ସମନ୍ୱୟ ସମିତି ପକ୍ଷରୁ ୧୨ଘଣ୍ଟିଆ କଣ୍ଟାମାଳ ବନ୍ଦ

Published: Nov 29, 2019, 9:33 am IST

କଣ୍ଟାମାଳ, ୨୯/୧୧:  ଆଜି ବୌଦ୍ଧ ଜିଲ୍ଲା କୋଶଳ ସମନ୍ୱୟ ସମିତି ପକ୍ଷରୁ ୩ ଦଫା ଦାବୀରେ ୧୨ ଘଣ୍ଟିଆ କଣ୍ଟାମାଳ ବନ୍ଦ ପାଳନ କରାଯାଉଛି । ୩ଦଫା ଦାବୀ ଗୁଡ଼ିକ ହେଲା କଣ୍ଟାମାଳକୁ ଉପଖଣ୍ଡ ମାନ୍ୟତା ପ୍ରଦାନ, ତରଭା ତେଲନଦୀ ସେତୁ ତୁରନ୍ତ କାର୍ଯ୍ୟକ୍ଷମ ଦାବୀ ଓ ସହରର ଖଳିଆପାଳଠାରେ ବେଆଇନ ଜବରଦଖଲ ଉଚ୍ଛେଦ ଦାବୀରେ ଏହି ବନ୍ଦ ଡାକରା ଦେଇଛି କୋଶଳ ସମନ୍ୱୟ ସମିତି । ଏହି ୧୨ଘଣ୍ଟିଆ ବନ୍ଦ ପାଳନ ପ୍ରଭାବରେ ସହରର ସମସ୍ତ ଦୋକାନବଜାର ଓ କାର୍ଯ୍ୟାଳୟ ବନ୍ଦ ରହିଛି । ସହରରେ ଗାଡ଼ି ଚଳାଚଳ ମଧ୍ୟ ଠପ୍ ହୋଇଯାଇଛି । କୋଶଳ ସମନ୍ୱୟ ସମିତି ପକ୍ଷରୁ ବୌଦ୍ଧ- କଣ୍ଟାମାଳ-ମନମୁଣ୍ଡା ଏନଏଚ-୫୭ରେ ପିକେଟିଂ କରି ସଦସ୍ୟମାନେ ରାସ୍ତା ଅବରୋଧ କରିଛନ୍ତି । ଫଳରେ କଣ୍ଟାମାଳରୁ  ବୈାଦ୍ଧ , ସୋନପୁର ଓ ବାଲିଗୁଡ଼ାକୁ ଯାତାୟତ ବାଧାପ୍ରାପ୍ତ ହୋଇଛି । (ଏଜେନ୍ସି)

Related posts