ହିଞ୍ଜିଳିକାଟୁ ମାଣିକ ନଗରଠାରେ ମହିଳାଙ୍କ ବେକରୁ ଦୁର୍ବୁର୍ତ୍ତ ଝାମ୍ପିନେଲେ ୨ ସୁନା ଚେନ୍‌

Published: Dec 1, 2019, 9:53 am IST

ସମୀକ୍ଷା ବ୍ୟୁରୋ

ହିଞ୍ଜିଳିକାଟୁ, ୧/୧୨: ଗଞ୍ଜାମ ଶନିବାର ଅପରାହ୍ନରେ ଜଣେ ମହିଳାଙ୍କ ବେକରୁ ଚେନ୍‌ ଚୋରି ହୋଇଛି। ହିଞ୍ଜିଳିକାଟୁର ମାଣିକ ନଗରଠାରେ ବାଇକ୍‌ରେ ଆସି ୨ ଦୁର୍ବୃତ୍ତ ପ୍ରାୟ ୪ ଭରି ଓଜନର ୨ଟି ସୁନା ଚେନ୍‌ ଝାମ୍ପି ନେଇଛନ୍ତି। ଏନେଇ ହିଞ୍ଜିଳି ଥାନାରେ ଅଭିଯୋଗ କରାଯାଇଛି।

ସୂଚନାଯୋଗ୍ୟ, ଧରାକୋଟ ଥାନା ମୁଣ୍ଡମରାଇ ଗ୍ରାମର ସସ୍ମିତା ସୁବୁଦ୍ଧିଙ୍କ ବେକରୁ ଚେନ୍‌ ଚୋରି ହେବାର ଅଭିଯୋଗ ହୋଇଛି । ସ୍ବାମୀ ବାଲାଜୀ ସୁବୁଦ୍ଧିଙ୍କ ସହିତ ଏକ ବାହାଘର ଭୋଜିରେ ଯୋଗଦେବାକୁ ଯାଉଥିବା ସମୟରେ ଏହି ଘଟଣା ଘଟିଥିଲା। ପଦ୍ମାବତୀ ନଗରର ଜଣେ ସମ୍ପର୍କୀୟଙ୍କ ଘରକୁ ଉଭୟ ଚାଲି ଚାଲି ଯାଉଥିଲେ।ମାଣିକ ନଗର ୫ମ ଲାଇନ୍‌ ନିକଟରେ ୨ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ସସ୍ମିତାଙ୍କ ବେକରୁ ସୁନା ଚେନ୍‌ ଝାମ୍ପି ଆଖି ପିଛୁଲାକେ ଚମ୍ପଟ ମାରିଥିଲେ। ଏନେଇ ସସ୍ମିତା ହିଞ୍ଜିଳି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ରିପୋର୍ଟର :କୃଷ୍ଣଚନ୍ଦ୍ର ସୁଆଁସିଆ, ମୋ : ୭୭୮୭୯୭୩୫୬୭

Related posts