ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ତରଫରୁ ଗ୍ରାମ ଦର୍ଶନ କାର୍ଯ୍ୟକ୍ରମ

Published: Dec 10, 2019, 6:34 pm IST

ହିଞ୍ଜିଳିକାଟୁ,୧୦/୧୨ : ହିଞ୍ଜିଳିକାଟୁ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ତରଫରୁ ନିକଟସ୍ଥ ପୋଡଙ୍ଗି ଗ୍ରାମରେ ଗ୍ରାମ ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଧୁନା ସମାଜରେ ଯୁବପିଢି ଗାଁ ସଂସ୍କୃତି,ପରମ୍ପରା,ଐତିହ୍ୟକୁ ଭୁଲି ବ୍ୟକ୍ତିଗତ ଜୀବନରେ ପରିବର୍ତ୍ତନ ଘଟିବା ପରେ ସହରାଭିମୁଖୀ ହେବା ପରିଲକ୍ଷିତ ହେଉଛି। ଯାହା ଗ୍ରାମାଞ୍ଚଳ ପ୍ରତି ଭଲପାଇବା, ଆବେଗ ହ୍ରାସ ପାଇବା ସ୍ଥିତି ଧିରେ ଦେଖାଯାଉଛି। ତେଣୁ ଏହି ଦିଗକୁ ଦୃଷ୍ଟିରେ ରଖି ପୋଡଙ୍ଗି ଗ୍ରାମରେ ଗ୍ରାମ ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି। ଏହି ପରିପ୍ରେକ୍ଷୀରେ ଗାଁର ବିଭିନ୍ନ ମନ୍ଦିର,ସାମୂହିକ ସ୍ଥାନରେ ସ୍ବଚ୍ଛତା କାର୍ଯ୍ୟକ୍ରମ,ନଗର ପରିଭ୍ରମଣ କରିବା ସହିତ ପରିଶେଷରେ ଏକ ସଭା ଅନୁଷ୍ଠିତ କରାଯାଇଥିଲା। ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର ପାଢୀଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମକୁ ଗୁରୁଜୀ ଅଜିତ କୁମାର ନାୟକ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀଙ୍କ ସମେତ ଗୁରୁଜୀ,ଗୁରୁମା ଓ ଗ୍ରାମର ବହୁ ବୁଦ୍ଧିଜୀବୀମାନେ ଯୋଗଦେଇଥିଲେ।

Related posts