ସୋରଡା ଉଦ୍ୟାନ କୃଷି ବିଭାଗ ତରଫରୁ ପନିପରିବା ଚାଷ ସମ୍ପର୍କିତ ପ୍ରଶିକ୍ଷିଣ ଶିବିର ଅନୁଷ୍ଠିତ

Published: Dec 15, 2019, 2:03 pm IST

ସୋରଡା, 15/12 : (ସମୀକ୍ଷା ବ୍ୟୁରୋ) ମିଶନ ଶକ୍ତି ଯୋଜନାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଭ୍ୟାଙ୍କୁ ଉଦ୍ୟାନ କୃଷି ବିଭାଗ ଦ୍ବାରା ସ୍ବୟଂ ସମ୍ବଳ ବୃଦ୍ଧି ପାଇଁ ପନିପରିବା ଚାଷ କରିବା ଲାଗି ପ୍ରୋତ୍ସାହନ ଦିଆଯାଉଛି। ଏନେଇ ସ୍ଥାନୀୟ ସହକାରୀ ଉଦ୍ୟାନ କୃଷି ଅଧିକାରୀ, ସୋରଡଙ୍କ କାର୍ଯ୍ୟାଳୟରେ ସୋରଡାର ବିଭିନ୍ନ ପଞ୍ଚାୟତର 20 ଜଣ ସଦସ୍ୟଙ୍କୁ ତାଲିମ ଦିଆଯାଇଥିଲା ।ଏହି କାର୍ଯ୍ୟକ୍ରମରେ ପନିପରିବା ଚାଷର ଆବଶ୍ୟକତା, ବୈଜ୍ଞାନିକ ପଦ୍ଧତିରେ ତଳି ଘରା ପ୍ରସ୍ତୁତି, ସମନ୍ବିତ ସାର ପ୍ରୟୋଗ, ରୋଗ ପୋକ ପରିଚାଳନା ଏବଂ ଉତ୍ତମ ଆୟ ପ୍ରଦାନ କରୁଥିବା ଟମୋଟା, ବାଇଗଣ କୋବି ଜାତୀୟ ଫସଲ ତଥା ମୂଳା ଚାଷ ଓ ଆଳୁ ଚାଷର ଉପାଦାଦେୟତା ସମ୍ପର୍କରେ ବୁଝାଯାଇଥିଲା। ସଫଳ ପନିପରିବା ଚାଷ ପାଇଁ ସରକାରଙ୍କ ତରଫରୁ ଥିବା ସରକାରୀ ଯୋଜନା ବିଷୟରେ ମଧ୍ୟ ସଭ୍ୟାମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା।

ସୋରଡା ଉଦ୍ୟାନ କୃଷି ଅଧିକାରୀ ଚିନି ଗୁଲାବିଙ୍କ ତତ୍ତ୍ବାବଧାନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସୋରଡା ବ୍ଲକ୍‌ର ବିପିସି, ସିଡିପିଓ, କୃଷି ଅଧିକାରୀ, ଜଗନ୍ନାଥ ପ୍ରସାଦ ବ୍ଲକ୍‌ର ଉଦ୍ୟାନ ଅଧିକାରୀ, ଶେରଗଡ ବ୍ଲକର ଉଦ୍ୟାନ ଅଧିକାରୀ, ଭଞ୍ଜନଗର ବ୍ଲକ ର ଉଦ୍ୟାନ କୃଷି ଅଧିକାରୀ ଏବଂ କେବିକେର ବୈଜ୍ଞାନିକ ଉପସ୍ଥିତ ରହି ତାଲିମ ପ୍ରଦାନ କରିଥିଲେ । ସେହିପରି ସଫଳ ଉଦ୍ୟାନ ଚାଷ ସମ୍ପର୍କିତ ତଥା ପନିପରିବାର ଚାଷ ପ୍ରଣାଳୀ ଲେଖାଥିବା ଏକ ପୁସ୍ତକ ଏବଂ ପନିପରିବା ମଞ୍ଜିର କିଟ୍‌ ମଧ୍ୟ ସଭ୍ୟାମାନଙ୍କୁ ବଣ୍ଟନ କରାଯାଇଥିଲା।

Related posts