ଚିଲିକା ବିଧାୟକଙ୍କ ଦ୍ବାରା ବାଣପୁର ଠାରେ ମସ୍‌ଜିଦ୍‌ ଉଦ୍‌ଘାଟିତ

Published: Dec 15, 2019, 6:37 pm IST

ସମୀକ୍ଷା ବ୍ୟୁରୋ
ବାଣପୁର ,15/12: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନ୍‌ଏସିର 12 ନଂ ଓ୍ବାର୍ଡର ବଡ ହନ୍ତୁଆଡ ଗ୍ରାମରେ ଏକ ମସ୍‌ଜିଦ୍‌ ଉଦ୍‌ଘାଟିତ ହୋଇଛି । ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଚିଲିକା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗ୍‌ଦେବ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଭାଇଚାରାର ଏହି ପର୍ବରେ ମୁଖ୍ୟ ଅତିଥି ମସ୍‌ଜିଦ୍‌ର କାରୁକାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କମ ମଧ୍ୟରେ ପୂର୍ବତନ ବିଧାୟକ ରଘୁନାଥ ସାହୁ, ବିଭୂତି ଭୂଷଣ ହରିଚନ୍ଦନ, ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନ ସିଂ, ବ୍ଲକ ଅଧ୍ୟକ୍ଷ , ଏନ୍‌ଏସି ଅଧ୍ୟକ୍ଷ ତଥା ଜଗତ ବଲ୍ଲଭ ମହାରଥାଙ୍କ ସମେତ ଖୋର୍ଦ୍ଧା ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Related posts