Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବିବାହିତା ମହିଳାଙ୍କୁ ଟେକି ନେଇ ଗଣଦୁଷ୍କର୍ମ
ଆଞ୍ଚଳିକ

ବିବାହିତା ମହିଳାଙ୍କୁ ଟେକି ନେଇ ଗଣଦୁଷ୍କର୍ମ

December 16, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
ବଡ଼ ଧରଣର ଜୁଆ ଆଡ୍ଡା ଉପରେ ସଦର ପୋଲିସର ଚଢାଉ
ବଡ଼ ଧରଣର ଜୁଆ ଆଡ୍ଡା ଉପରେ ସଦର ପୋଲିସର ଚଢାଉ

ସମୀକ୍ଷା ବ୍ୟୁରୋ

କଳାହାଣ୍ଡି, 16/14 : ରାଜ୍ୟରେ ଗଣଦୁଷ୍କର୍ମ ପରି ଘଟଣା ଥମିବାର ନାଁ ନେଉନାହିଁ। ପ୍ରତ୍ୟେକ ଦିନ ଏପରି ଘଟଣା ଆମ ନଜରକୁ ଆସୁଛି। ଆଜି ରାଜ୍ୟରେ ପୁଣି ଏହିପରି ଏକ ଘଟଣା ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଗୋବରା ଗ୍ରାମରେ ଏପରି ଏକ ଅଘଟଣ ଘଟିଛି। ସେହି ଗ୍ରାମର ଜଣେ ବିବାହିତା ମହିଳାଙ୍କୁ ନାଳ ଭିତରକୁ ଟେକି ନେଇ ତିନି ଜଣ ଯୁବକ ଗଣଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ଗତ 12 ତାରିଖ ଦିନ ବିବାହିତା ମହିଳା ଟଙ୍କା ଉଠାଇବା ପାଇଁ ଏଟିଏମ୍‌କୁ ଯାଉଥିବାବେଳେ  ଜୁନାଗଡ଼ ଥାନା ଅନ୍ତର୍ଗତ ତଲମଲା ଗ୍ରାମର ତିନି ଯୁବକ ତାଙ୍କୁ ଟେକିନେଇ ଏପରି କାମ କରିଥିଲେ ବୋଲି ପୀଡ଼ିତା ଜଣକ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ସଦର ଥାନା ଅଧିକାରୀ ଅଭିଯୁକ୍ତଙ୍କୁ ଧରି କୋର୍ଟ ଚାଲାଣ କରିଛନ୍ତି।  

ଆଜିର ଦିନରେ ଠିକ୍‌ 7 ବର୍ଷ ତଳେ ଦିଲ୍ଲୀଠାରେ ନିର୍ଭୟା ଗଣ ଦୁଷ୍କର୍ମମାମଲା ଘଟିଥିଲା। ଏହି ଘଟଣା ପରେ ଦେଶରେ ଦୁଷ୍କର୍ମ ନେଇ କଠୋର ଆଇନ୍‌ ଆସିଥିଲେ ବି ଦୁଷ୍କର୍ମ ଘଟଣା କମିବା ପରିବର୍ତ୍ତେ ବଢିବାରେ ଲାଗିଛି। ନିକଟରେ ହାଇଦ୍ରାବାଦର ପ୍ରିୟଙ୍କା ରେଡ୍ଡି ଗଣଦୁଷ୍କର୍ମ ମାମଲା ହେଉ ଅଥବା ଉନ୍ନାଓ ମାମଲା। ଅନେକ ଘଟଣା ଆମ ଆଖି ସାମ୍ନାରେ ଘଟିଯାଉଛି। ପ୍ରତ୍ୟେକ ଦିନ କେତେ ନିରୀହ ଜୀବନ ଏହାର ଶିକାର ହେଉଛନ୍ତି। ଦୁଷ୍କର୍ମ ପରି ଅପରାଧ ପାଇଁ କେନ୍ଦ୍ର ସରକାର କଡ଼ା ନିୟମ ପ୍ରଚଳନ କରିଥିଲେ ବି ଆଇନ ଆଖିରେ ଦୋଷୀ କେତେବେଳେ ଖସି ଯାଉଛି। ତେବେ ସମ୍ପ୍ରତି ରାଜ୍ୟରେ ଘଟି ଚାଲିଥିବା ଏପରି ଅମାନବୀୟ କାଣ୍ଡର ପ୍ରତିରୋଧ କରିବା ପାଇଁ 68ଟି ଫାଷ୍ଟ ଟ୍ରାକ୍‌ କୋର୍ଟର ଖୋଲାଯିବା ନେଇ ସୂଚନା ରହିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଟାଙ୍ଗୀ ବ୍ଲକରେ ମିଳିତ ଜନ ଅଭିଯୋଗ ଶୁଣାଣି

October 26, 2026

ରଣପୁର ପ୍ରେସ୍ କ୍ଲବରେ ଶାରଦୀୟ ଭେଟଘାଟ ଓ ସମ୍ବର୍ଦ୍ଧନା ଉତ୍ସବ

October 24, 2026

ବୁଲିଯିବାକୁ କହି ଆଉ ଫେରିଲେନି ଯୁବକ

October 24, 2026

ଗଞ୍ଜେଇ ଜବତ, ଜଣେ ଗିରଫ

October 24, 2026
Latest News

ବିକଶିତ ଭାରତ ପାଇଁ ‘ଉଚ୍ଚସ୍ତରୀୟ ବ୍ୟାଙ୍କିଂ କମିଟି’ ଗଠନ କଲେ ଭାରତ ସରକାର

October 31, 2026

ଜାତୀୟ ବିଜ୍ଞାନ ସେମିନାର ଜିତିଲେ ଓଡ଼ିଶାର ସୋମ୍ୟାଶ୍ରୀ ଥାନପତି

October 31, 2026

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ହେବ ଓଡ଼ିଶା ସିଭିଲ୍ ସର୍ଭିସେସ୍ ମୁଖ୍ୟ ପରୀକ୍ଷା: ସୁରେଶ ପୂଜାରୀ

October 31, 2026

ଆଜି ଅକ୍ଟୋବର ୩୧ ତାରିଖରେ କ’ଣ ରହିଛି ଆପଣଙ୍କର ରାଶିଫଳ?: ଜାଣନ୍ତୁ

October 31, 2026

ଦେଶରେ ଜନଗଣନା ପାଇଁ ତାରିଖ ଚୂଡ଼ାନ୍ତ, ଏହି ୮ଟି ରାଜ୍ୟକୁ ନେଇ ବଡ଼ ନିଷ୍ପତ୍ତି

October 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.