ତେଙ୍ଗାଡି ଗ୍ରାମରୁ ଅଜଣା ଶବ ଉଦ୍ଧାର

Published: Dec 25, 2019, 11:58 am IST

ସାନଖେମୁଣ୍ଡି,(୨୫/୧୨):ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଡେଙ୍ଗାଡି ଗ୍ରାମରେ ଜଣେ ଅଜଣା ଶବ ଉଦ୍ଧାର ହୋଇଛି। ଗତକାଲିଠାରୁ ସନ୍ଦେହଜନକ ଭାବେ ଜଣେ ବ୍ୟକ୍ତିଙ୍କ ଶବ ସେଠାରେ ପଡ଼ିଥିବାର ଦେଖାଯାଇଥିଲା। ବହୁ ସମୟ ଧରି ସେଠାରେ ଅଜଣା ଶବ ପଡିରହିବା ପରେ ସ୍ଥାନୀୟ ବାସିନ୍ଦା ଏହା ସମ୍ପର୍କରେ ପ୍ରଶାସନକୁ ଅବଗତ କରିଥିଲେ। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରିବା ପରେ ବି ସମ୍ପୃକ୍ତ ବ୍ୟକ୍ତିଙ୍କର ପରିଚୟ ମିଳିପାରିନାହିଁ  ତେବେ ପ୍ରାଥମିକ ତଦନ୍ତରୁ ମାନସିକ ଅଶାନ୍ତି ଜନିତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାର ଅନୁମାନ କରାଯାଇଛି । ପୋଲିସ୍‌ ସମ୍ପୃକ୍ତ ଶବକୁ ଜବତ କରି ଏନେଇ ଅଧିକ ତଦନ୍ତ ଜାରି ରଖିଛି।

Related posts