40 ଗ୍ରାମ ବ୍ରାଉନସୁଗାର ସହିତ ଯୁବକ ଗିରଫ

Published: Dec 25, 2019, 2:01 pm IST
gram brown sugar and 100 kg ganja

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର, 25/12 : 40 ଗ୍ରାମ ବ୍ରାଉନସୁଗାର ସହିତ ଜଣେ ଯୁବକଙ୍କୁ ଗିରଫ କରାଯାଇଛି । ଜଟଣୀରୁ ଗିରଫ ଯୁବକଙ୍କ ନିକଟରୁ ଗୋଟିଏ କାର୍‌, ଏକ ଲକ୍ଷ 10 ହଜାର ଟଙ୍କା ଏବଂ ମୋବାଇଲ୍‌ ଜବତ କରାଯାଇଛି । ବ୍ରାଉନ ସୁଗାର୍ ସହିତ ଯୁବକ ଜଣକ ଆସୁଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଜଟଣୀ ପୋଲିସ୍‌ ପକ୍ଷରୁ ଚଢାଉ କରାଯାଇଥିଲା । ଜଟଣ ପୋଲିସ୍‌ ଏବଂ କ୍ୟୁଏଟି ପକ୍ଷରୁ ମିଳିତ ଭାବରେ ଚଢାଉ କରାଯାଇ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଘଟଣା ସମ୍ପର୍କରେ ଅଧିକ ସୂଚନା ପାଇଁ ପୋଲିସ୍‌ର ତଦନ୍ତ ଜାରି ରହିଛି ।

Related posts