ଭୀମକୁଣ୍ଡରେ ଗାଧୋଇବା ବେଳେ ଯୁବକ ନିଖୋଜ

Published: Dec 25, 2019, 6:40 pm IST

ସମୀକ୍ଷା ବ୍ୟୁରୋ
କେନ୍ଦୁଝର, 25/12 : କେନ୍ଦୁଝର ଜିଲା ପାଟଣା ବ୍ଲକର ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡର ସାନ କୁଣ୍ଡରେ ଗାଧୋଇବା ବେଳେ ପାଣିରେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି । ଯୁବକ ଜଣକ ବୁଧବାର ଅପରାହ୍ନରେ ସାନ କୁଣ୍ଡରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ିଯାଇ ନିଖୋଜ ହୋଇଥିବା ଜଣାପଡ଼ିଛି । ନିଖୋଜ ଯୁବକଙ୍କ ପରିଚୟ ମିଳିପାରି ନାହିଁ । ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛି ।

Related posts