ବାଣପୁରର ବଡହନ୍ତୁଆଡର ସେବା ସମବାୟ ସମିତି ତରଫରୁ ଧାନମଣ୍ଡି ଉଦ୍‌ଘାଟିତ

Published: Dec 27, 2019, 1:34 pm IST

ସମୀକ୍ଷା ବ୍ୟୁରୋ

ବାଣପୁର, ୨୭/୧୨: ବାଣପୁରର ବଡହନ୍ତୁଆଡର ସେବା ସମବାୟ ସମିତି ତରଫରୁ ଧାନମଣ୍ଡି ଉଦ୍‌ଘାଟିତ ହୋଇଯାଇଛି। ବଡହନ୍ତୁଆଡ ସେବା ସମବାୟ ସମିତିର ଅଧ୍ୟକ୍ଷ ଅଶୋକ ଦାସଙ୍କ ଉପସ୍ଥିତିରେ ଏହି ଧାନମଣ୍ଡିକୁ ଉଦ୍‌ଘାଟନ କରିଥିଲେ ବାଣପୁର ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ଅଜୟ ରାଉଳ। ସେହିପରି ଗାଲୁଆ ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରତିନିଧି ଚିତ୍ତରଞ୍ଜନ ସାମନ୍ତରାୟ, କୃଷକ ସାଥୀ ନୀଳାଦ୍ରି ଭୂଷଣ ମିଶ୍ର ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଧାନମଣ୍ଡିର ଉଦ୍‌ଘାଟନୀ ଉତ୍ସବକୁ ସଫଳ କରିଥିଲେ।  ଏହି ଉତ୍ସବକୁ ପରିଚାଳନା କରିଥିଲେ ସମିତି ସମ୍ପାଦକ ପ୍ରସନ୍ନ କୁମାର ପଟ୍ଟନାୟକ। ଅନେକ ଚାଷୀ ଏହି ଉତ୍ସବରେ ଯୋଗଦେଇ ଧାନ ବିକ୍ରି କରିଥିବାର ସୂଚନା ରହିଛି।

 

 

Related posts