ମହିଳା ସାମ୍ବାଦିକାଙ୍କୁ ଆକ୍ରମଣର ନିନ୍ଦା କରି ସୁରକ୍ଷା ଦାବୀରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସାମ୍ବାଦିକମାନଙ୍କ ସ୍ମାରକପତ୍ର

Published: Dec 30, 2019, 6:21 pm IST

ସମୀକ୍ଷା ବ୍ୟୁରୋ

ହିଞ୍ଜିଳିକାଟୁ,୩୦/୧୨:ସମାଜ ଓ ଶାସନତନ୍ତ୍ର ମଧ୍ଯରେ ସେତୁ ଭାବେ ଜନସାଧାରଣଙ୍କ ସ୍ବାର୍ଥ ସାଧନ କରିବା ସକାଶେ ଦେଶର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ କାର୍ଯ୍ୟ କରିଥାଏ।ନିରପେକ୍ଷ ସମ୍ବାଦ ମାଧ୍ୟମରେ ଶାସନ କଳରେ ସ୍ବଚ୍ଛତା,ସର୍ବ ସ୍ପର୍ଶୀ ତଥା ଜନସାଧାରଣଙ୍କ ପ୍ରତି ଉତ୍ତରଦାୟିତ୍ଵ ବଢାଇଥାଏ।କିନ୍ତୁ ବିଡମ୍ବନାର ବିଷୟ ଭଷ୍ଟାଚାର,ଦୁର୍ନୀତି,ଅବ୍ୟବସ୍ଥାକୁ ଲୋକଲୋଚନକୁ ଆଣିବା ପାଇଁ ମାଧ୍ୟମ ସାଜୁଥିବା ସାମ୍ବାଦିକମାନେ ବର୍ତ୍ତମାନ ଅସୁରକ୍ଷିତ ହେବା ସହିତ ଆକ୍ରମଣର ଶିକାର ହେବାର ବହୁ ଉଦାହରଣ ଦେଖିବାକୁ ମିଳୁଛି। ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି,  ଦ୍ଭୁବନେଶ୍ୱର ସ୍ଥିତ ଏସ୍‌ପ୍ଲାନେଡ୍‌ରେ ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ । ଏହା ସାମ୍ବାଦିକମାନେ କେତେ ସୁରକ୍ଷିତ ତାହା ପ୍ରମାଣିତ କରୁଛି। ରାଜ୍ୟରେ ଦିନକୁ ଦିନ ସାମ୍ବାଦିକମାନଙ୍କୁ ଆକ୍ରମଣ ଓ ଚତୁର୍ଥ ସ୍ତମ୍ଭକୁ ଅକାମି କରିବାର ଷଡଯନ୍ତ୍ରକୁ ଘୋର ନିନ୍ଦା କରି ତୁରନ୍ତ ଆଗାମୀ ବିଧାନସଭା ଅଧିବେଶନରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ସହିତ ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣାରେ ଜଡିତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସକାଶେ ହିଞ୍ଜିଳିକାଟୁର କାର୍ଯ୍ୟରତ ସାମ୍ବାଦିକମାନେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ବସନ୍ତ ପଟ୍ଟନାୟକ,ଜ୍ୟାେତି ସାବତ,ଲଳିତ ମୋହନ ପୋଲାଇ,କୈଳାଶପତି ଦାଶ,ଆକାଶ ପଟ୍ଟନାୟକ,ପ୍ରିୟବ୍ରତ ପଣ୍ଡା,ଅଶୋକ ମହାନ୍ତି,ପବିତ୍ର ପାତ୍ର,ପ୍ରଭୁଦତ୍ତ ପାତ୍ର,ହିଂମାଶୁ ବେହେରା ଆଦି ଉପସ୍ଥିତ ଥିଲେ।

Related posts