ଥାନା ଓ ଡାକ୍ତରଖାନାରେ ନୂଆବର୍ଷ ପାଳିଲେ ସାନହନ୍ତୁଆଡର ଅରୁଣିମା ଯୁବକ ସଂଘ

Published: Jan 2, 2020, 11:09 am IST

ସମୀକ୍ଷା ବ୍ୟୁରୋ ବାଣପୁର, ୨/୧:  ନବବର୍ଷକୁ ପ୍ରାୟ ସମେସ୍ତ ଭୋଜିଭାତ, ନାଚଗୀତ ଆଉ ମଜାମସ୍ତିରେ ପାଳନ କରୁଥିବାବେଳେ ଏହାକୁ ଏକ ଅଭିନବ ଢଙ୍ଗରେ ପାଳନ କରିଛନ୍ତି ସ୍ଥାନୀୟ ଯୁବକ ସଂଘ।  ସାନହନ୍ତୁଆଡର ଅରୁଣିମା ଯୁବକସଂଘର ସଦସ୍ୟମାନେ ଭୋଜିଭାତରେ ମସଗୁଲ୍‌ ନହୋଇ ଏକ ନିଆରାଢଙ୍ଗରେ ନବବର୍ଷକୁ ପାଳନ କରିଛନ୍ତି । ନବବର୍ଷରେ ବାଣପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ର ଏହି ସଂଘର କର୍ମକର୍ତ୍ତାମାନେ ଫଳ ବଣ୍ଟନ କରିଥିଲେ। ଏତଦ୍‌ବ୍ୟତୀତ ଏହି ସଂଘର କର୍ମକର୍ତ୍ତାମାନେ ବାଣପୁର ଥାନାକୁ ଯାଇ ପୋଲିସ୍‌ ଓ ସାଧାରଣଜନତାଙ୍କ ସହ ନିବିଡିତା ହେବା ଦିଗରେ ଦୀର୍ଘ ସମୟ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ଶେଷଦେବ ବରାଳଙ୍କ ସମେତ ପ୍ରାୟ ୩୦ରୁ ଅଧିକ ଯୁବକ ଯୋଗଦେଇଥିଲେ। ଏକ ନିଆରା ଢଙ୍ଗରେ ନବବର୍ଷ ପାଳନ କରି ସମାଜରେ ଏକ ସକାରତ୍ମକ ସନ୍ଦେଶ ପ୍ରଦାନ କରିଛନ୍ତି ଏହି ଯୁବକ ସଂଘ। ଅରୁଣିମା ଯୁବକ ସଂଘର ଏଭଳି ନିଆରା ତଥା ଭିନ୍ନ ନବବର୍ଷ ପାଳନକୁ ସ୍ଥାନୀୟ ବାସିନ୍ଦାଙ୍କ ସମେତ ବୁଦ୍ଧିଜୀବୀମାନେ ପ୍ରଶଂସା କରିଛନ୍ତି।

Related posts