Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଯୌତୁକ ଦାବୀରେ ବଧୂହତ୍ୟା ଅଭିଯୋଗ
ଆଞ୍ଚଳିକ

ଯୌତୁକ ଦାବୀରେ ବଧୂହତ୍ୟା ଅଭିଯୋଗ

January 8, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

କୁଜଙ୍ଗ : କୁଜଙ୍ଗ  ଥାନା ଅନ୍ତର୍ଗତ  ଅରଖିଆ ଗ୍ରାମରେ ଗତକାଲି ଜନୈକ ମହିଳାଙ୍କୁ ମୃତ୍ୟୁ ହୋଇ ଯାଇଛି।  ମୃତ ମହିଳାଙ୍କ ବାପା ତାଙ୍କ ଝିଅଙ୍କୁ ଯୌତୁକ ପାଇଁ ଶାଶୁଘର ଲୋକେ ହତ୍ୟା କରିଥିବାର ଅଭିଯୋଗ କରିଛନ୍ତି। ତାଙ୍କର ଝିଅକୁ ଅଧିକ ୫୦ ହଜାର ଟଙ୍କା ଯୌତୁକ ନଦେଇପାରିବାରୁ ସ୍ୱାମୀ, ଶାଶୁ, ଶଶୁର ମିଶି ମାରି ଦେଇଥିବା ନେଇ ସ୍ଥାନୀୟ କୁଜଙ୍ଗ ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଏନେଇ କୁଜଙ୍ଗ ଥାନାରେ ବିଭିନ୍ନ ଦଫାରେ ମାମଲା ରୁଜୁ କରା ଯାଇଥିବାବେଳେ ଅଭିଯୁକ୍ତ ସ୍ୱାମୀଙ୍କୁ ଅଟକ ରଖାଯାଇଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁଯାୟୀ, କୁଜଙ୍ଗ ଥାନାରେ  ଭୂତମୁଣ୍ଡାଇ ଗ୍ରାମର ପ୍ରମୋଦ କୁମାର ସେଠୀ କରିଥିବା ଲିଖିତ ଅଭିଯୋଗ ଅନୁଯାଇ ତାଙ୍କର ଝିଅ ପ୍ରଭାବତୀ ସେଠୀ(୩୦)ଙ୍କୁ ଗତ ୯ ବର୍ଷତଳେ  ଅରଖିଆ ଗ୍ରାମର ନୃସିଂହ ସେଠୀଙ୍କୁ ପୁତ୍ର ସୁଦାମ ସେଠୀଙ୍କ ସହିତ ବୈଦିକ ରୀତିରେ କରାଇଥିଲେ। ବିବାହ ସମୟରେ ଦାବୀ ମୁତାବକ  ନଗଦ ଏକଲକ୍ଷ ଟଙ୍କା ସହିତ ୧୦ ଗ୍ରାମର  ସୁନାଚେନ, ୪ଟି ସୁନାମୁଦି ତଥା ଅନ୍ୟାନ୍ୟ ଉପକରଣମାନେ ପ୍ରଦାନ କରିଥିଲେ। ମାତ୍ର ବିବାହର ଦୁଇବର୍ଷପରେ ସ୍ୱାମୀ, ଶାଶୁ, ଶଶୁର ଅଧିକ ୫୦ ହଜାର ଟଙ୍କା ଯୌତୁକ ଆଣିବାକୁ ଝିଅ ଉପରେ ଚାପ ପକାଇ ଆସୁଥିଲେ। ଏନେଇ ତାଙ୍କୁ ନିୟମିତ ଭାବେ ମାନସିକ ଏବଂ ଶାରିରୀକ ଭାବେ ନିର୍ଯାତନା ଦିଆଯାଉଥିଲା। ଏପରିକି ଗତ ଦୁଇ ବର୍ଷତଳେ ଏନେଇ ତାଙ୍କ ଝିଅ ଉପରେ ମଧ୍ୟ ନିର୍ଯ୍ୟାତନା ଦିଆଯାଇଥିଲା। ଯାହାର ସମାଧାନ କୁଜଙ୍ଗ ଥାନାରେ କିଛି ଭଦ୍ରଲୋକଙ୍କ ଦ୍ୱାରା କରାଯାଇଥିଲା। ପୂର୍ବରୁ  ଗତ ୫ ତାରିଖରେ ତାଙ୍କ ଝିଅକୁ ସ୍ୱାମୀ, ଶାଶୁ, ଶଶୁର ମିଶି ମାଡ଼ମାରି ଆହତ କରିଥିବା ମଧ୍ୟ ସେ ସୂଚନା ପାଇଥିଲେ।  ତେବେ ହଠାତ ଗତକାଲି ମଧ୍ୟାହ୍ନରେ ତାଙ୍କ ଝିଅର ଦେହ ଅସୁସ୍ଥ ଥିବାନେଇ ତାଙ୍କୁ ଫୋନରେ ସୂଚନା ପ୍ରଦାନ କରାଯାଇଥିଲା। ମାତ୍ର ସେ ତାଙ୍କର ଝିଅର ଶାଶୁ ଘରେ ପହଞ୍ଚିଲାବେଳକୁ ତାଙ୍କ ଝିଅ ମରିଯାଇଥିଲେ ବୋଲି ସେ କହିଛନ୍ତି । ତେବେ ଝିଅକୁ ଅଧିକ ଯୌତୁକ ଦାବୀରେ ସ୍ୱାମୀ, ଶାଶୁ, ଶଶୁର ମାରି ଦେଇଥିବା ନେଇ ସେ ଅଭିଯୋଗ କରିଥିବା ଜଣାପଡ଼ିଛି। ଅଭିଯୋଗ ଆଧାରରେ କୁଜଙ୍ଗ ଥାନା ଅଧିକାରୀ ଦିଲ୍ଲୀପ ସାହୁ ୪/୨୦ ସଂଖ୍ୟାରେ ବିଭିନ୍ନ ଦଫାରେ ମାମଲା ରୁଜୁ କରିଛନ୍ତି। ତଦନ୍ତକାରୀ ଅଧିକାରୀ ପ୍ରମୋଦ ନାୟକ ଘଟଣାର ତଦନ୍ତ ଜାରି ରଖିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ମହାଭାରତ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ

May 28, 2026

ଆଜି ୧୨ ଘଣ୍ଟିଆ ଜୟପୁର ବନ୍ଦ

May 28, 2026

ବାଣପୁର ବ୍ଲକ ପରିସରରେ ଆଇନ ସଚେତନତା ଶିବିର

May 27, 2026

ଗୋଦାବାରୀଶ ଉଚ୍ଚ ବିଦ୍ୟାଳୟର ଯୁକ୍ତ ଦୁଇ ପରୀକ୍ଷା ଫଳାଫଳ

May 25, 2026
Latest News

ରାଶିଫଳ: ଆଜି ଜୁନ ୩ ତାରିଖ ବୁଧବାରରେ ଚାରୋଟି ରାଶି ପାଇଁ ରହିଛି ବେଶ୍ ଖୁସି ଖବର

June 3, 2026

ଭତ୍ତା ପାଣ୍ଠିରୁ ୧୨.୩୦ ଲକ୍ଷ ହେରଫେର ଅଭିଯୋଗ: ପଞ୍ଚାୟତ ନିର୍ବାହୀ ଅଧିକାରୀ ଗିରଫ

June 2, 2026

ଖାନ ସାରଙ୍କ କୋଚିଂ ସେଣ୍ଟର ବାହାରେ ଗୁଳିକାଣ୍ଡ

June 2, 2026

ରୁଦ୍ରମ୍-୨ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

June 2, 2026

ବୈଷୟିକ ଶିକ୍ଷାରେ ବଢିଲା ସରଂକ୍ଷଣ

June 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.