ଦ୍ୱିତୀୟ ପ୍ରତିମା ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ-୨୦୨୦ ଉଦଜାପିତ

Published: Jan 9, 2020, 7:23 pm IST

ଭୁବନେଶ୍ୱର: ଲକ୍ଷ୍ମୀସାଗର କେନାଲ ରୋଡ଼ ନିକଟରେ ଥିବା ଓସ୍କାର ସିଟି ପରିସରରେ ଥିବା ପ୍ରତିମା କଲ୍ୟାଣ ମଣ୍ଡପରେ ଦ୍ୱିତୀୟ ପ୍ରତିମା ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ୮ଟି ଦଳ ମଧ୍ୟରୁ ଭୁବନେଶ୍ୱରର ଓସ୍କାର କ୍ରିକେଟ କ୍ଲବ ଓ ଲାଇଫ୍ ଲାଇନ୍ ଫାଇନାଲକୁ ପ୍ରବେଶ କରିଥିଲେ । କଡ଼ା ସଂଘର୍ଷ ମଧ୍ୟରେ ଲାଇଫ୍ ଲାଇନ୍ ମାତ୍ର ୬ ଓଭରରେ ୬୫ ରନ ସଂଗ୍ରହ କରିଥିଲା । ଜବାବରେ ଓସ୍କାର କ୍ରିକେଟ କ୍ଲବ ସୀମିତ ୬ ଓଭରରେ ୬୬ ରନ ସଂଗ୍ରହ କରି ବିଜୟୀ ହୋଇଥିଲା । ଏହି ମ୍ୟାଚରେ ଓସ୍କାର କ୍ରିକେଟ କ୍ଲବର ଅଧିନାୟକ ବିକ୍ରମ ପ୍ରଧାନ ଟ୍ରଫି ସଂଗ୍ରହ କରିଥିବା ବେଳେ ମ୍ୟାନ୍ ଅଫ ଦ ମ୍ୟାଚ୍ ଓ ମ୍ୟାନ୍ ଅଫ ଦ ସିରିଜ୍ ବିବେଚିତ ହୋଇଥିଲେ । ଓସ୍କାର କ୍ରିକେଟ କ୍ଲବ ପକ୍ଷରୁ ମୁଖ୍ୟ ଅତିଥି ଭାବେ ବିଜେପି ନେତା ଜଗନ୍ନାଥ ପ୍ରଧାନ ଯୋଗ ଦେଇଥିଲେ । ଲକ୍ଷ୍ମୀସାଗର ବିକାଶ ମଞ୍ଚର ସଭାପତି ଶ୍ରୀ ପ୍ରଶାନ୍ତ କୁମାର ପରିଡ଼ା, ଓସ୍କାର ସିଟିର ସଭାପତି ଦେବେନ୍ଦ୍ର ମହାପାତ୍ର ଖେଳାଳିମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ଓସ୍କାର କ୍ରିକେଟ କ୍ଲବର ସଭାପତି ଅନିଲ କୁମାର ପରିଡ଼ା ଓ ସମ୍ପାଦକ ଛତିନ୍ଦ୍ର ରାଉତ ଉକ୍ତ ଟୁର୍ଣ୍ଣାମେଣ୍ଟକୁ ପରିଚାଳନା କରିଥିଲେ ।

Related posts