Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ପାନ ଚାଷୀଙ୍କୁ ବୈଜ୍ଞାନିକ ପ୍ରଣାଳୀରେ ଚାଷ କରିବାକୁ ଶିକ୍ଷା ଦେବ ଜେଏସ୍‌ଡବ୍ଲୁ
ଆଞ୍ଚଳିକ

ପାନ ଚାଷୀଙ୍କୁ ବୈଜ୍ଞାନିକ ପ୍ରଣାଳୀରେ ଚାଷ କରିବାକୁ ଶିକ୍ଷା ଦେବ ଜେଏସ୍‌ଡବ୍ଲୁ

January 16, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

କୁଜଙ୍ଗ: ଭାରତର ଅଗ୍ରଣୀ ଷ୍ଟିଲ୍‌ ନିର୍ମାତା କମ୍ପାନୀ ଜେଏସ୍‌ଡବ୍ଲୁ ଏରସମା ବ୍ଲକର ଗଡକୁଜଙ୍ଗ, ଢିଙ୍କିଆ ଓ ନୂଆଗାଁ ଆଞ୍ଚଳିକ ପାନଚାଷୀଙ୍କୁ ବୈଜ୍ଞାନିକ ପ୍ରଣାଳୀରେ ପାନଚାଷ କରିବା ପାଇଁ କାର୍ଯ୍ୟାରମ୍ଭ କରିଛନ୍ତି।ପ୍ରକାଶ ଯେ, ପ୍ରସ୍ତାବିକ କାରଖାନା ଅଞ୍ଚଳରେ ବହୁ ଛୋଟବଡ ପାନଚାଷୀ ପାନଚାଷ କରି ନିଜର ଜୀବନ ଜୀବିକା ପ୍ରତିପୋଷଣ କରୁଛନ୍ତି। କିନ୍ତୁ ସମସ୍ତ ଚାଷୀ ହଜାର ବର୍ଷର ପୁରୁଣା ପାରମ୍ପରିକ ପ୍ରଣାଳୀରେ ଚାଷ କରୁଛନ୍ତି। ଯାହାଫଳରେ ସେମାନେ ଠିକ୍‌ ଢଙ୍ଗରେ ଉତ୍ପାଦନ ନ କରିପାରିବା ଯୋଗୁଁ ସେମାନଙ୍କର ଆର୍ଥିକ ଉନ୍ନତି ହୋଇପାରୁନାହିଁ। ଉକ୍ତ ଘଟଣାର ଗୁରୁ୍ତ୍ବ ଉପଲବ୍ଧି କରି ଜେଏସଡବ୍ଲୁ ତରଫରୁ ଆଇଆଇଟି ଖଡଗପୁରର ପାନଚାଷ ଉପରେ ଗବେଷଣା କରୁଥିବା ଦୁଇଜଣ ପ୍ରଧ୍ୟାପକ ମିଷ୍ଟର ଦିଲ୍ଲୀପ ସ୍ବାଇଁ ଓ ମିଷ୍ଟର ପାର୍ଥ ଏରସମା ବ୍ଲକର ଉକ୍ତ3ଟି ପଞ୍ଚାୟତର ପାନଚାଷ ବରଜ ବୁଲି ଦେଖିବା ସହ ପାନଚାଷୀମାନଙ୍କ ସହ ସେମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ ।

ଶେଷରେ ପ୍ରଧ୍ୟାପକମାନେ ଉକ୍ତ ଅଞ୍ଚଳରେ ପାନ ଚାଷ ପାଇଁ ବ୍ୟବହୃତ ମାଟିର ନମୁନା ଅଧିକ ଗବେଷଣା ପାଇଁ ସାଙ୍ଗରେ ନେଇଥିଲେ । ଉକ୍ତ ଘଟଣା ସମ୍ପର୍କରେ କମ୍ପାନୀର ବରିଷ୍ଠ ଅଧିକାରୀମାନଙ୍କର ସୂଚନା ଦେଇ କହିଛନ୍ତି ଯେ, ଆମେ ଉକ୍ତ ଅଞ୍ଚଳରେ ବସବାସ କରୁଥିବା ଓ ପାନ ଚାଷ କରି ଜୀବନ ଜୀବିକା ନିର୍ବାହ କରୁଥିବା ଅଧିବାସୀମାନଙ୍କର ଆର୍ଥିକ ମାନଦଣ୍ଡରେ ଉନ୍ନତି ଆଣିବା ପାଇଁ ଚେଷ୍ଟା କରୁଛୁ। ଉକ୍ତ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ କିଭଳି ବୈଜ୍ଞାନିକ ପ୍ରଣାଳରେ କମ୍‌ ସ୍ଥାନରେ ପାନ ବରଜ କରି ଅଧିକ ଓ ଉନ୍ନତ କିସମର ପାନ ଉତ୍ପାଦନ କରିହେବ । ଯାହା ଫଳରେ ଗରିବ ପାନଚାଷୀଟିଏ ନିଜର ଆର୍ଥିକ ପରିସ୍ଥିତକୁ ଉନ୍ନତ କରିପାରିବ ।

jsw
Share. Facebook Twitter LinkedIn Email WhatsApp Copy Link

Related Posts

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

February 22, 2026

ବାଣପୁର: ପଦ୍ମଶ୍ରୀ ଉପେନ୍ଦ୍ର ମହାରଥିଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

February 22, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ

February 19, 2026
Latest News

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026

ଦେଶର ପ୍ରଥମ ନମୋ ଭାରତ ରାପିଡ୍ ରେଳ ଏବଂ ଦିଲ୍ଲୀ-ମେରଠ ନମୋ ଭାରତ କରିଡର ଲୋକାର୍ପଣ

February 22, 2026

ବାଂଲାଦେଶକୁ ପରାସ୍ତ କରି ଲଗାତାର ଦ୍ୱିତୀୟ ଥର ପାଇଁ ଏସିଆ କପ୍ ଜିତିଲା ଭାରତ

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.