Categories
ଆଜିର ଖବର ରାଜ୍ୟ ଖବର

ଜେଏସ୍‌ଡବ୍ଲ୍ୟୁ ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ ପାଳନ

ବଡ଼ବିଲ: ଆଜାଦୀ କା ଅମୃତ ମହୋତ୍ସବର ଏକ ଅଂଶ ଭାବେ ଦେଶର ଅଗ୍ରଣୀ ଷ୍ଟିଲ ଉତ୍ପାଦନକାରୀ କମ୍ପାନୀ, ଜେଏସ୍‌ଡବ୍ଲ୍ୟୁ ଏହାର କାର୍ଯ୍ୟାଳୟ ପରିସର ଏବଂ ଖଣି ଅଞ୍ଚଳରେ ଚାରା ରୋପଣ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। କମ୍ପାନୀର ଭଦ୍ରସାହି ଅଫିସ୍‌ରେ ଚାରା ରୋପଣ କରାଯାଇଛି। ସେଗୁଡ଼ିକ ଭଲ ଭାବେ ବଢ଼ିବା ପର୍ଯ୍ୟନ୍ତ କମ୍ପାନୀ ତାହାର ଦେଖାରଖା କରିବ। ଭଦ୍ରସାହି ସମେତ ନୂଆଗାଁ ଖଣି ଅଞ୍ଚଳ ଏବଂ ଭୁବନେଶ୍ୱର କାର୍ଯ୍ୟାଳୟ ପରିସରରେ ମଧ୍ୟ ଚାରା ଲଗାଯାଇଛି।

ସ୍ୱାଧୀନତା ଦିବସ ସମ୍ପର୍କରେ ପିଲାଙ୍କ ଭିତରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ ପକ୍ଷରୁ ଜଜାଙ୍ଗ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ ହୋଇଥିଲା। ଏହାର ବିଷୟ ବସ୍ତୁ ଥିଲା ‘ଆଜାଦୀ କା ଅମୃତ ମହୋତ୍ସବ’।ଶେଷରେ ପ୍ରତିଯୋଗିତାରେ ଜିତିଥିବା ପିଲାଙ୍କୁ ପୁରସ୍କୃତ କରାଯାଇଥିଲା।

ଜଗତସିଂପୁର ଜିଲାର ଏରସମା ବ୍ଲକରେ ଥିବା ଅଙ୍ଗନୱାଡିଗୁଡ଼ିକୁ ଜେଏସ୍‌ଡବ୍ଲ୍ୟୁ ଫାଉଣ୍ଡେଶନ ଏହାର ଆଇଏସ୍‌ପି ପ୍ରକଳ୍ପ ଅଞ୍ଚଳରେ ଅନ୍ତର୍ଭୂକ୍ତ କରିବା ପାଇଁ କାର୍ଯ୍ୟକ୍ରମ ହାତକୁ ନେଇଛି। ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲର ଇଣ୍ଟିଗ୍ରେଟେଡଷ୍ଟିଲ୍ ପ୍ଲାଣ୍ଟ ପ୍ରକଳ୍ପର ପ୍ରତ୍ୟକ୍ଷ ପ୍ରଭାବ କ୍ଷେତ୍ରରେ ଆସୁଥିବା ଢିଙ୍କିଆ, ନୂଆଗାଁ ଏବଂ ଗଡ଼କୁଜଙ୍ଗର ୧୫ ଅଙ୍ଗନୱାଡ଼ି କେନ୍ଦ୍ର କାନ୍ଥରେ ଚିତ୍ର ଅଙ୍କନ, ବାଲା ମଡେଲ, ସୌନ୍ଦର୍ଯ୍ୟକରଣ ସହ ପିଲାମାନଙ୍କ ପାଇଁ ଖେଳିବା ବ୍ୟବସ୍ଥା କରାଯିବ ବୋଲି କଂପାନୀ ନିଷ୍ପତି କରିଛି।

Categories
ଆଜିର ଖବର ବ୍ୟବସାୟ

19700 କୋଟି ଟଙ୍କାରେ ଭୂଷଣ ଷ୍ଟିଲକୁ ଅଧିଗ୍ରହଣ କରିବ ଜେଏସ୍‌ଡବ୍ଲ୍ୟୁ

ମୁମ୍ବାଇ : 19700 କୋଟି ଟଙ୍କାରେ ଭୂଷଣ ଷ୍ଟିଲକୁ ଅଧିଗ୍ରହଣ କରିବାକୁ ଯାଉଛି ଜେଏସ୍‌ଡବ୍ଲ୍ୟୁ । ଭୂଷଣ ଷ୍ଟିଲ୍‌ ଦେବାଳିଆ ଘୋଷିତ ହୋଇଯାଇଥିବା ବେଳେ ସଜ୍ଜନ ଜିନ୍ଦଲଙ୍କ ଜେଏସ୍‌ଡବ୍ଲ୍ୟୁକୁ ଅଧିଗ୍ରହଣ କରିବାକୁ ଯାଉଛି । ଆସନ୍ତା ମାର୍ଚ୍ଚ 15 ସୁଦ୍ଧା ଏହି ଅର୍ଥ ପ୍ରଦାନ କରି ଭୂଷଣକୁ ଅଧିଗ୍ରହଣ କରିବ ବୋଲି ଜଣାପଡିଛି । ଏନସିଏଲ୍‌ଏଟି ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟରୁ ଏହି ଅଧିଗ୍ରହଣକୁ ସବୁଜ ସଙ୍କେତ ପ୍ରଦାନ କରାଯାଇଛି । ଏହି ଅଧିଗ୍ରହଣ ପରେ ଜେପରି ଜେଏସଡବ୍ଲ୍ୟୁକୁ କୌଣସି ଆଇନଗତ ସମସ୍ୟାର ସମ୍ମୁଖୀନ ହେବାକୁ ନପଡେ ସେ ନେଇ ଏନସିଏଲ୍‌ଏଟି ନିକଟରେ ଆବେଦନ କରାଯାଇଥିଲା । (ଏଜେନ୍ସି)

Categories
ଆଞ୍ଚଳିକ ରାଜ୍ୟ ଖବର

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଜେଏସ୍‌ଡବ୍ଲ୍ୟୁ ପକ୍ଷରୁ ସ୍କୁଲଛାତ୍ରଙ୍କୁ ବ୍ୟାଗ୍‌ ବଣ୍ଟନ

ରଞ୍ଜିତ ପଣ୍ଡା
କୁଜଙ୍ଗ : 71 ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍‌ ପକ୍ଷରୁ ଏରସମା ବ୍ଲକ୍‌ର 3ଟି ପଞ୍ଚାୟତର 25ଟି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍କୁଲ ବ୍ୟାଗ ଏବଂ ମିଷ୍ଟାନ୍ନ ବଣ୍ଟନ କରାଯାଇଛି । 71 ତମ ସାଧାରଣତନ୍ତ୍ର ଦିବସରେ କମ୍ପାନୀ ପକ୍ଷରୁ ଏରସମା ବ୍ଲକ୍‌ ଅନ୍ତର୍ଗତ ଢିଙ୍କିଆ ପଞ୍ଚାୟତର 2ଟି, ଗଡକୁଜଙ୍ଗର 15ଟି ଏବଂ ନୂଆଗାଁ ପଞ୍ଚାୟତର 8ଟି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ବ୍ୟାଗ୍‌ ଏବଂ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ଅନ୍ୟ ବିଦ୍ୟାଳୟ ମାନଙ୍କରେ ଖୁବ୍‌ଶୀଘ୍ର ବ୍ୟାଗ୍‌ ବଣ୍ଟନ କରାଯିବ ବୋଲି ଜଣାପଡିଛି ।

ଉଲ୍ଲେଖଯୋଗ୍ୟ ଯେ, ଏରସମା ବ୍ଲକ୍‌ର ନୂଆଗାଁ ଠାରେ 71ହଜାର କୋଟି ବ୍ୟୟରେ ଏକ ଅତ୍ୟାଧୁନିକ ଗ୍ରୀନ୍‌ ଫିଲ୍ଡ ଇସ୍ପାତ ପ୍ରକଳ୍ପ କରିବାକୁ ଯାଉଛି । ଏହି ପ୍ରକଳ୍ପ ଜରିଆରେ ସ୍ଥାନୀୟ ଅଞ୍ଚଳର 12 ହଜାର 500 ଲୋକଙ୍କୁ ସିଧାସଳଖ ନିଯୁକ୍ତି ମିଳିବା ସହିତ ପରୋକ୍ଷରେ 40ରୁ 50 ହଜାର ଲୋକ ଉପକୃତ ହେବେ ବୋଲି ଜଣାପଡିଛି ।

Categories
ଆଞ୍ଚଳିକ

ପାନ ଚାଷୀଙ୍କୁ ବୈଜ୍ଞାନିକ ପ୍ରଣାଳୀରେ ଚାଷ କରିବାକୁ ଶିକ୍ଷା ଦେବ ଜେଏସ୍‌ଡବ୍ଲୁ

ସମୀକ୍ଷା ବ୍ୟୁରୋ

କୁଜଙ୍ଗ: ଭାରତର ଅଗ୍ରଣୀ ଷ୍ଟିଲ୍‌ ନିର୍ମାତା କମ୍ପାନୀ ଜେଏସ୍‌ଡବ୍ଲୁ ଏରସମା ବ୍ଲକର ଗଡକୁଜଙ୍ଗ, ଢିଙ୍କିଆ ଓ ନୂଆଗାଁ ଆଞ୍ଚଳିକ ପାନଚାଷୀଙ୍କୁ ବୈଜ୍ଞାନିକ ପ୍ରଣାଳୀରେ ପାନଚାଷ କରିବା ପାଇଁ କାର୍ଯ୍ୟାରମ୍ଭ କରିଛନ୍ତି।ପ୍ରକାଶ ଯେ, ପ୍ରସ୍ତାବିକ କାରଖାନା ଅଞ୍ଚଳରେ ବହୁ ଛୋଟବଡ ପାନଚାଷୀ ପାନଚାଷ କରି ନିଜର ଜୀବନ ଜୀବିକା ପ୍ରତିପୋଷଣ କରୁଛନ୍ତି। କିନ୍ତୁ ସମସ୍ତ ଚାଷୀ ହଜାର ବର୍ଷର ପୁରୁଣା ପାରମ୍ପରିକ ପ୍ରଣାଳୀରେ ଚାଷ କରୁଛନ୍ତି। ଯାହାଫଳରେ ସେମାନେ ଠିକ୍‌ ଢଙ୍ଗରେ ଉତ୍ପାଦନ ନ କରିପାରିବା ଯୋଗୁଁ ସେମାନଙ୍କର ଆର୍ଥିକ ଉନ୍ନତି ହୋଇପାରୁନାହିଁ। ଉକ୍ତ ଘଟଣାର ଗୁରୁ୍ତ୍ବ ଉପଲବ୍ଧି କରି ଜେଏସଡବ୍ଲୁ ତରଫରୁ ଆଇଆଇଟି ଖଡଗପୁରର ପାନଚାଷ ଉପରେ ଗବେଷଣା କରୁଥିବା ଦୁଇଜଣ ପ୍ରଧ୍ୟାପକ ମିଷ୍ଟର ଦିଲ୍ଲୀପ ସ୍ବାଇଁ ଓ ମିଷ୍ଟର ପାର୍ଥ ଏରସମା ବ୍ଲକର ଉକ୍ତ3ଟି ପଞ୍ଚାୟତର ପାନଚାଷ ବରଜ ବୁଲି ଦେଖିବା ସହ ପାନଚାଷୀମାନଙ୍କ ସହ ସେମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ ।

ଶେଷରେ ପ୍ରଧ୍ୟାପକମାନେ ଉକ୍ତ ଅଞ୍ଚଳରେ ପାନ ଚାଷ ପାଇଁ ବ୍ୟବହୃତ ମାଟିର ନମୁନା ଅଧିକ ଗବେଷଣା ପାଇଁ ସାଙ୍ଗରେ ନେଇଥିଲେ । ଉକ୍ତ ଘଟଣା ସମ୍ପର୍କରେ କମ୍ପାନୀର ବରିଷ୍ଠ ଅଧିକାରୀମାନଙ୍କର ସୂଚନା ଦେଇ କହିଛନ୍ତି ଯେ, ଆମେ ଉକ୍ତ ଅଞ୍ଚଳରେ ବସବାସ କରୁଥିବା ଓ ପାନ ଚାଷ କରି ଜୀବନ ଜୀବିକା ନିର୍ବାହ କରୁଥିବା ଅଧିବାସୀମାନଙ୍କର ଆର୍ଥିକ ମାନଦଣ୍ଡରେ ଉନ୍ନତି ଆଣିବା ପାଇଁ ଚେଷ୍ଟା କରୁଛୁ। ଉକ୍ତ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ କିଭଳି ବୈଜ୍ଞାନିକ ପ୍ରଣାଳରେ କମ୍‌ ସ୍ଥାନରେ ପାନ ବରଜ କରି ଅଧିକ ଓ ଉନ୍ନତ କିସମର ପାନ ଉତ୍ପାଦନ କରିହେବ । ଯାହା ଫଳରେ ଗରିବ ପାନଚାଷୀଟିଏ ନିଜର ଆର୍ଥିକ ପରିସ୍ଥିତକୁ ଉନ୍ନତ କରିପାରିବ ।

Categories
ଆଜିର ଖବର

ଜେଏସ୍‌ଡବ୍ଲ୍ୟୁ କାର୍ଯ୍ୟାଳୟରେ ନିଯୁକ୍ତି ଆଶାୟୀଙ୍କ ଭଙ୍ଗାରୁଜା

ସମୀକ୍ଷା ବ୍ୟୁରୋ
ପାରାଦୀପ,୨୪/୧୨: ପାରାଦୀପରେ ରହିଥିବା ଜିନ୍ଦଲ ଷ୍ଟିଲର କାର୍ଯ୍ୟାଳୟରେ ଭଙ୍ଗାରୁଜା କରାଯାଇଛି। ନିଯୁକ୍ତି ଆଶାୟୀ ମାନେ ଏହି ଭଙ୍ଗାରୁଜା କରିଥିବା ଜଣାପଡିଛି। ୨୦୦ରୁ ଅଧିକ ଇଞ୍ଜିନିୟରିଂ ଛାତ୍ର ଏହି ଭଙ୍ଗାରୁଜାରେ ସାମିଲ ହୋଇଥିବା ଜଣାପଡିଛି। ସମସ୍ତ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ନିଯୁକ୍ତି ପ୍ରଦାନ କରାଯାଉନଥିବାରୁ ଏହି ଆନ୍ଦୋଳନ କରାଯାଇଥିବା ଜଣାପଡିଛି। ଛାତ୍ରଛାତ୍ରୀମାନେ କାର୍ଯ୍ୟାଳୟ ମଧ୍ୟରେ ପ୍ରବେଶ କରି କୈଫିୟତ ମାଗିବା ସହିତ ବିଭିନ୍ନ ଆସବାବପତ୍ର ଭଙ୍ଗାରୁଜା କରିଥିଲେ। ଭଙ୍ଗାରୁଜା କରିବା ଅଭିଯୋଗରେ କିଛି ଛାତ୍ରଛାତ୍ରୀଙ୍କୁ ପୋଲିସ୍‌ ଅଟକ ରଖିବା ପରେ ଛାତ୍ରଛାତ୍ରୀମାନେ ପାରାଦୀପ ଥାନାକୁ ଯାଇ ପାଟିତୁଣ୍ଡ କରିଥିଲେ।