ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଜେଏସ୍‌ଡବ୍ଲ୍ୟୁ ପକ୍ଷରୁ ସ୍କୁଲଛାତ୍ରଙ୍କୁ ବ୍ୟାଗ୍‌ ବଣ୍ଟନ

Published: Jan 27, 2020, 8:23 pm IST

ରଞ୍ଜିତ ପଣ୍ଡା
କୁଜଙ୍ଗ : 71 ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍‌ ପକ୍ଷରୁ ଏରସମା ବ୍ଲକ୍‌ର 3ଟି ପଞ୍ଚାୟତର 25ଟି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍କୁଲ ବ୍ୟାଗ ଏବଂ ମିଷ୍ଟାନ୍ନ ବଣ୍ଟନ କରାଯାଇଛି । 71 ତମ ସାଧାରଣତନ୍ତ୍ର ଦିବସରେ କମ୍ପାନୀ ପକ୍ଷରୁ ଏରସମା ବ୍ଲକ୍‌ ଅନ୍ତର୍ଗତ ଢିଙ୍କିଆ ପଞ୍ଚାୟତର 2ଟି, ଗଡକୁଜଙ୍ଗର 15ଟି ଏବଂ ନୂଆଗାଁ ପଞ୍ଚାୟତର 8ଟି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ବ୍ୟାଗ୍‌ ଏବଂ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ଅନ୍ୟ ବିଦ୍ୟାଳୟ ମାନଙ୍କରେ ଖୁବ୍‌ଶୀଘ୍ର ବ୍ୟାଗ୍‌ ବଣ୍ଟନ କରାଯିବ ବୋଲି ଜଣାପଡିଛି ।

ଉଲ୍ଲେଖଯୋଗ୍ୟ ଯେ, ଏରସମା ବ୍ଲକ୍‌ର ନୂଆଗାଁ ଠାରେ 71ହଜାର କୋଟି ବ୍ୟୟରେ ଏକ ଅତ୍ୟାଧୁନିକ ଗ୍ରୀନ୍‌ ଫିଲ୍ଡ ଇସ୍ପାତ ପ୍ରକଳ୍ପ କରିବାକୁ ଯାଉଛି । ଏହି ପ୍ରକଳ୍ପ ଜରିଆରେ ସ୍ଥାନୀୟ ଅଞ୍ଚଳର 12 ହଜାର 500 ଲୋକଙ୍କୁ ସିଧାସଳଖ ନିଯୁକ୍ତି ମିଳିବା ସହିତ ପରୋକ୍ଷରେ 40ରୁ 50 ହଜାର ଲୋକ ଉପକୃତ ହେବେ ବୋଲି ଜଣାପଡିଛି ।

Related posts