ଜେଏସ୍‌ଡବ୍ଲ୍ୟୁ ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ ପାଳନ

Published: Jul 12, 2022, 10:23 pm IST

ବଡ଼ବିଲ: ଆଜାଦୀ କା ଅମୃତ ମହୋତ୍ସବର ଏକ ଅଂଶ ଭାବେ ଦେଶର ଅଗ୍ରଣୀ ଷ୍ଟିଲ ଉତ୍ପାଦନକାରୀ କମ୍ପାନୀ, ଜେଏସ୍‌ଡବ୍ଲ୍ୟୁ ଏହାର କାର୍ଯ୍ୟାଳୟ ପରିସର ଏବଂ ଖଣି ଅଞ୍ଚଳରେ ଚାରା ରୋପଣ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। କମ୍ପାନୀର ଭଦ୍ରସାହି ଅଫିସ୍‌ରେ ଚାରା ରୋପଣ କରାଯାଇଛି। ସେଗୁଡ଼ିକ ଭଲ ଭାବେ ବଢ଼ିବା ପର୍ଯ୍ୟନ୍ତ କମ୍ପାନୀ ତାହାର ଦେଖାରଖା କରିବ। ଭଦ୍ରସାହି ସମେତ ନୂଆଗାଁ ଖଣି ଅଞ୍ଚଳ ଏବଂ ଭୁବନେଶ୍ୱର କାର୍ଯ୍ୟାଳୟ ପରିସରରେ ମଧ୍ୟ ଚାରା ଲଗାଯାଇଛି।

ସ୍ୱାଧୀନତା ଦିବସ ସମ୍ପର୍କରେ ପିଲାଙ୍କ ଭିତରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ ପକ୍ଷରୁ ଜଜାଙ୍ଗ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ ହୋଇଥିଲା। ଏହାର ବିଷୟ ବସ୍ତୁ ଥିଲା ‘ଆଜାଦୀ କା ଅମୃତ ମହୋତ୍ସବ’।ଶେଷରେ ପ୍ରତିଯୋଗିତାରେ ଜିତିଥିବା ପିଲାଙ୍କୁ ପୁରସ୍କୃତ କରାଯାଇଥିଲା।

ଜଗତସିଂପୁର ଜିଲାର ଏରସମା ବ୍ଲକରେ ଥିବା ଅଙ୍ଗନୱାଡିଗୁଡ଼ିକୁ ଜେଏସ୍‌ଡବ୍ଲ୍ୟୁ ଫାଉଣ୍ଡେଶନ ଏହାର ଆଇଏସ୍‌ପି ପ୍ରକଳ୍ପ ଅଞ୍ଚଳରେ ଅନ୍ତର୍ଭୂକ୍ତ କରିବା ପାଇଁ କାର୍ଯ୍ୟକ୍ରମ ହାତକୁ ନେଇଛି। ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲର ଇଣ୍ଟିଗ୍ରେଟେଡଷ୍ଟିଲ୍ ପ୍ଲାଣ୍ଟ ପ୍ରକଳ୍ପର ପ୍ରତ୍ୟକ୍ଷ ପ୍ରଭାବ କ୍ଷେତ୍ରରେ ଆସୁଥିବା ଢିଙ୍କିଆ, ନୂଆଗାଁ ଏବଂ ଗଡ଼କୁଜଙ୍ଗର ୧୫ ଅଙ୍ଗନୱାଡ଼ି କେନ୍ଦ୍ର କାନ୍ଥରେ ଚିତ୍ର ଅଙ୍କନ, ବାଲା ମଡେଲ, ସୌନ୍ଦର୍ଯ୍ୟକରଣ ସହ ପିଲାମାନଙ୍କ ପାଇଁ ଖେଳିବା ବ୍ୟବସ୍ଥା କରାଯିବ ବୋଲି କଂପାନୀ ନିଷ୍ପତି କରିଛି।

Related posts