Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବିଶାଳ ଆଇନସେବା ଓ ସଚେତନତା ଶିବିର ଅନୁଷ୍ଠିତ : ମୁଖ୍ୟ ଅତିଥି ଭାବେ ଯୋଗଦେଲେ ହାଇକୋର୍ଟର ମୁଖ୍ୟ ବିଚାରପତି
ଆଞ୍ଚଳିକ

ବିଶାଳ ଆଇନସେବା ଓ ସଚେତନତା ଶିବିର ଅନୁଷ୍ଠିତ : ମୁଖ୍ୟ ଅତିଥି ଭାବେ ଯୋଗଦେଲେ ହାଇକୋର୍ଟର ମୁଖ୍ୟ ବିଚାରପତି

January 25, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର : ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ, ରାଜ୍ୟ ଆଇନ୍‌ ସେବା ପ୍ରାଧିକରଣ ଓ ଜିଲ୍ଲା ଆଇନସେବା ପ୍ରାଧିକରଣର ମିଳିତ ସହଯୋଗରେ ଏକ ବିଶାଳ ଆଇନ ସେବା ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡ଼ିଆଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ରାଜ୍ୟ ଆଇନସେବା ପ୍ରାଧିକରଣର କାର୍ଯ୍ୟକାରୀ ଅଧ୍ୟକ୍ଷା ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ସଞ୍ଜୁ ପଣ୍ଡା ଉଦ୍‌ଘାଟନ କରିଛନ୍ତି। ଏକ ବୃକ୍ଷକୁ ଜଳଦାନ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ହାଇକୋର୍ଟର ମୁଖ୍ୟ ବିଚାରପତି । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଆଇନ ସେବା ପ୍ରାଧିକରଣର ସଦସ୍ୟ ସଚିବ ଦେବାଶିଷ ନାୟକ, ରାଜ୍ୟ ଆଇନ ସେବା ପ୍ରାଧିକରଣ ଉପସଚିବ ଦୀପକ ରଞ୍ଜନ ମହାପାତ୍ର, ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଆର ପ୍ରକାଶ ଓ  ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଅନନ୍ଦ ଚରଣ ବେହେରା, ଜିଲ୍ଲାର ସମସ୍ତ ବିଚାରପତି ପ୍ରମୁଖ ଉପସ୍ଥିତ ରହିଥିଲେ ।

ଏହି ବିଶାଳ ଶିବିରରେ ଜିଲ୍ଲା ଗ୍ରାମ ବିଭାଗ ତରଫରୁ ସର୍ବମୋଟ 110 ଜଣ ଉପଭୋକ୍ତାଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ଦୁଇ ମହିଳାଙ୍କୁ ମୃତ୍ୟୁ ଜନିତ ସହାୟତା ରାଶି ଦିଆଯାଇଥିଲା । ସେହିପରି ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ତରଫରୁ 4 ଜଣ ଛାତ୍ରଛାତ୍ରୀଙ୍କ ଆର୍ଥିକ ପ୍ରୋତ୍ସାହନ ରାଶି ବାବଦରେ 8 ହଜାର ଟଙ୍କା ଲେଖାଏଁ ଚେକ୍‌ ପ୍ରଦାନ କରାଯାଇଥିଲା । ସେହିପରି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ଦୁଇଜଣ ମହିଳାଙ୍କୁ ପରିବାର ନିରୋଧ ଅପରେସନ୍‌ ବିଫଳତା ପାଇଁ କ୍ଷତପୂରଣ ବାବଦକୁ କ୍ଷତିପୂରଣ ରାଶି ଦିଆଯାଇଥିଲା । ଜିଲ୍ଲା କୃଷି ବିଭାଗ ତରଫରୁ 5ଜଣ ଚାଷୀଙ୍କୁ କୀଟନାଶକ ସିଞ୍ଚନ ଯନ୍ତ୍ର, ମତ୍ସ ଓ ପ୍ରାଣୀ ସମ୍ପଦ ବିଭାଗ ତରଫରୁ 20 ଜଣ ମତ୍ସ୍ୟ ଚାଷୀଙ୍କୁ ଏକ ଲକ୍ଷ 25 ହଜାର ଟଙ୍କା ଚେକ୍‌ ପ୍ରଦାନ କରାଯାଇଥିଲା । ଫନି କ୍ଷତିଗ୍ରସ୍ତଙ୍କୁ 15 ହଜାରଟଙ୍କା ଚେକ୍‌, 26ଜଣ ଭୂମିହୀନଙ୍କୁ ଜମି ପଟ୍ଟା ପ୍ରଦାନ ସହ ଇନ୍ଦିରା ଆବାସ ଯୋଜନାରେ ଗୃହ କାର୍ଯ୍ୟାଦେଶ ମଧ୍ୟ ପ୍ରଦାନ କରାଯାଇଥିଲଶ । ସେହିପରି ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫରୁ ମିଶନ ଶକ୍ତି ଯୋଜନାରେ 10 ଗୋଟି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ମଞ୍ଜୁର କରାଯାଇଥିଲା । ମମତା ଯୋଜନରେ 5 ଜଣ ମହିଳାଙ୍କୁ ସହାୟତା ରାଶି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତ ବିଭାଗ ତରଫରୁ 4 ଜଣଙ୍କୁ ତିନି ଚକିଆ ସାଇକେଲ, ତିନି ଜଣଙ୍କୁ ଭିନ୍ନକ୍ଷମ ହ୍ବିଲ୍‌ ଚେୟାର ଏବଂ 19ଜଣଙ୍କୁ 5 ହଜାର ଲେଖାଏଁ କେୟାର ଲିପ୍ରୋସି ପେସେଣ୍ଟ ଯୋଜନାରେ ଟଙ୍କା ପ୍ରଦାନ କରାଯାଇଥିଲା । ସେହିପରି ଦୁଇ ବରକନ୍ୟା ଯୋଡ଼ିଙ୍କୁ 50 ହଜାର ଟଙ୍କା ଲେଖାଏଁ ମ୍ୟାରେଜନ୍‌ ଇନ୍‌ସେନଟିଭ୍‌ ପ୍ରଦାନ କରାଯାଇଥିଲା । ଏହି ସଭାକୁ ବରିଷ୍ଠ ମହିଳା ବିଚାରପତି ଅନ୍ନପୂର୍ଣ୍ଣା ନାୟକ ଏବଂ କମଳାକାନ୍ତ ରାଉତ ପ୍ରତ୍ୟକ୍ଷ ସହଯୋଗ କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ମହାଭାରତ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ

May 28, 2026

ଆଜି ୧୨ ଘଣ୍ଟିଆ ଜୟପୁର ବନ୍ଦ

May 28, 2026

ବାଣପୁର ବ୍ଲକ ପରିସରରେ ଆଇନ ସଚେତନତା ଶିବିର

May 27, 2026

ଗୋଦାବାରୀଶ ଉଚ୍ଚ ବିଦ୍ୟାଳୟର ଯୁକ୍ତ ଦୁଇ ପରୀକ୍ଷା ଫଳାଫଳ

May 25, 2026
Latest News

ମୋଟରସାଇକେଲ ଧକ୍କାରେ ପଥଚାରୀଙ୍କ ମୃତ୍ୟୁ

June 3, 2026

ଲୋକଭବନରେ ତେଲେଙ୍ଗାନା, ଗୋଆ ଏବଂ ସିକିମର ପ୍ରତିଷ୍ଠା ଦିବସ ପାଳିତ

June 3, 2026

ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ; ସମୟୋଚିତ ପ୍ରସ୍ତୁତି ଜରୁରୀ: କେନ୍ଦ୍ର କୃଷିମନ୍ତ୍ରୀ

June 3, 2026

ରାଶିଫଳ: ଆଜି ଜୁନ ୩ ତାରିଖ ବୁଧବାରରେ ଚାରୋଟି ରାଶି ପାଇଁ ରହିଛି ବେଶ୍ ଖୁସି ଖବର

June 3, 2026

ଭତ୍ତା ପାଣ୍ଠିରୁ ୧୨.୩୦ ଲକ୍ଷ ହେରଫେର ଅଭିଯୋଗ: ପଞ୍ଚାୟତ ନିର୍ବାହୀ ଅଧିକାରୀ ଗିରଫ

June 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.