Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଉଚ୍ଚ ନୂଆଗାଁ ଶାରଳା ବିଦ୍ୟାପୀଠରେ ଭବ୍ୟ ସମାରୋହରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ
ଆଞ୍ଚଳିକ

ଉଚ୍ଚ ନୂଆଗାଁ ଶାରଳା ବିଦ୍ୟାପୀଠରେ ଭବ୍ୟ ସମାରୋହରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

February 3, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର:ମଣିଷ ତିଆରି କାରଖାନାରେ ଦିର୍ଘ ୩୪ବର୍ଷର କର୍ମମୟ ଜୀବନରୁ ଜଣେ ଶିକ୍ଷକ ଅବସର ଗ୍ରହଣ କରିବାର ଏକ ଭାବବିହ୍ୱଳିତ ପରିବେଶ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଭିତର ଅନ୍ଧାରି ପଞ୍ଚାୟତ ଉଚ୍ଚନୂଆଗାଁ ଶାରଳା ବିଦ୍ୟାପୀଠରେ। ଉଚ୍ଚ ନୂଆଗାଁ ଶାରଳା ବିଦ୍ୟାପୀଠରେ ଦୀର୍ଘ ୩୪ ବର୍ଷ ଶିକ୍ଷକତା କରି ଅବସର ଗ୍ରହଣ କରିଛନ୍ତି ପ୍ରଧାନଶିକ୍ଷକ ବିଜୟ କେତନ ପରିଡା। ଶ୍ରୀ ପରିଡାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳନ ଅବସରରେ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଥିଲା ମହାଆଡମ୍ବରରେ ଉତ୍ସବ। ବିଦାୟୀ ଶିକ୍ଷକଙ୍କୁ ଛାତ୍ରଛାତ୍ରୀ, ଅଭିଭାବକ ଓ ଶୁଭେଚ୍ଛୁ ମାନେ ବାଜାବାଣ ରୋସଣିରେ ବିଦ୍ୟାଳୟକୁ ପାଛୋଟି ଆଣିଥିଲେ । ପୂଜ୍ୟପୂଜା ପରମ୍ପରାରେ ବିଦ୍ୟାଳୟ ଫାଟକ ଆଗରେ ବନ୍ଦାପନା କରାଯାଇଥିଲା। ଅଭିଭାବକ, ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ ଓ ସହକର୍ମୀଙ୍କ ଆଖିରେ ଆଖିଏ ଲେଖାଏଁ ଲୁହ। ଜଣେ ଭାବବିହ୍ୱଳିତ ସହକର୍ମୀ ଶିକ୍ଷୟତ୍ରୀ ମୂର୍ଛା ହୋଇପଡିବା ଦେଖିବାକୁ ମିଳିବା ବିଦାୟୀ ଶିକ୍ଷକଙ୍କ ଲୋକପ୍ରିୟତା ଓ ଛାତ୍ରବତ୍ସଳତାର ନିଦର୍ଶନ ପାଲଟିଥିଲା। ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ଅଧ୍ୟାପକ ଡ. ଶରତଚନ୍ଦ୍ର ପରିଡା ଅଧ୍ୟକ୍ଷତା କରିଥିବା ବେଳେ ଶିକ୍ଷକ ବିକାଶ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ।। ତିର୍ତ୍ତୋଲ କଲେଜ ଅଧ୍ୟକ୍ଷ , ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ, ବାଲିକୁଦା ବ୍ଲକର ପୁର୍ବତନ ବିଇଓ ସଚ୍ଚିଦାନନ୍ଦ ସାହୁ,ଏରସମା ବ୍ଲକ ଏବିଓ ରମେଶ ଚନ୍ଦ୍ର ପରିଡା,ଶିକ୍ଷକ ସଂଘ ନେତା ହୃଦାନନ୍ଦ ପାଳ,ନିଶାକର ପରିଡା, ଅଶୋକ ମହାନ୍ତି, ପ୍ରକାଶ ସ୍ୱାଇଁ, ପ୍ରଧାନଶିକ୍ଷକ ସୁଧିର ମହାପାତ୍ର, ସ୍ଥାନୀୟ ସରପଞ୍ଚ ଜୟନ୍ତୀ ସ୍ୱାଇଁ, ସମିତି ସଭ୍ୟ ସୂର୍ଯ୍ୟକାନ୍ତ ପରିଡା ସମେତ ବିଶିଷ୍ଟ ଅତିଥିମାନେ ଯୋଗଦେଇଥିଲେ। ବରିଷ୍ଠ ଶିକ୍ଷକ ତଥା ମୁଖ୍ୟ ସଂଯୋଜକ ଅରବିନ୍ଦ ପଟ୍ଟନାୟକ ଓ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟର ପରିଚାଳନା କମିଟି ଗ୍ରାମବାସୀ ସର୍ବୋପରି ପୁରାତନ ଛାତ୍ରଛାତ୍ରୀ ମାନେ ଉତ୍ସବର ସଫଳତା ପାଇଁ ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ। ପ୍ରଦୀପ ପ୍ରଜ୍ୱଳନ ପୁର୍ବକ ସମାରୋହ ଉଦଘାଟନ କରାଯାଇଥିବା ବେଳେ ବିଦାୟୀ ଶିକ୍ଷକଙ୍କ ଉଦେଶ୍ୟରେ ପୁସ୍ତକ ବିଜୟ ବାର୍ତ୍ତାକୁ ଅତିଥିମାନେ ଉନ୍ମୋଚିତ କରିଥିଲେ। ଏହି ଉତ୍ସବରେ ଏରସମା ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷକ ସଂଘ ନେତା ଓ ପ୍ରଶାସକ ଯୋଗଦେଇ ବିଦାୟୀ ଶିକ୍ଷକ ବିଜୟ କେତନ ପରିଡାଙ୍କ କର୍ମମୟ ଜୀବନ ଓ ଛାତ୍ରବତ୍ସଳତାକୁ ପ୍ରଶସାଂ କରିଥିଲେ। ଛାତ୍ରଛାତ୍ରୀ, ଅଭିଭାବକ, ପୁରାତନ ଛାତ୍ରଛାତ୍ରୀ, ସହକର୍ମୀ,ପରିଚାଳନା କମିଟି ଓ ଗ୍ରାମବାସୀ ଉତ୍ସସିତ ସମ୍ବର୍ଦ୍ଧିତ କରିଥିଲେ। ଅବଶିଷ୍ଟ ଜୀବନ ଶିକ୍ଷା ଓ ଛାତ୍ରଛାତ୍ରୀଙ୍କ ପାଇଁ ଦେବେ ବୋଲି କହିବା ସହ ଆଜିର ସମ୍ବର୍ଦ୍ଧନା ପାଇଁ ଖୁସି ବ୍ୟକ୍ତ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଣପୁର ଓ ବାଲୁଗାଁରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ଶ୍ରୀ ମହିଳା ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଲୁଗାଁ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

June 20, 2026
Latest News

ଆଦିତ୍ୟ ବିର୍ଲା ଗ୍ରୁପ୍‌ ର ନୂଆ ପଦକ୍ଷେପ, ଶୁଭାରମ୍ଭ କଲା ଆଇଏନ୍‌ଟି ଆଦିତ୍ୟ ବିର୍ଲା ପରଫର୍‌ମିଂ ଆର୍ଟସ୍‌ ଏକାଡେମୀ 

June 23, 2026

ପ୍ରଶାନ୍ତ ମହାସାଗରରେ ବିପଜ୍ଜନକ ଏଲ ନିନୋ ସକ୍ରିୟ: ଭାରତ ପାଇଁ ସୃଷ୍ଟି କରୁଛି ବଡ଼ ବିପଦ

June 23, 2026

ଏବେ ବିଶ୍ୱକୁ ମୁକ୍ତ ଭାବରେ ତେଲ ବିକ୍ରୟ କରିବ ଇରାନ: ଭାରତ ହେବ ଲାଭବାନ!

June 23, 2026

ଟିମ୍ ଇଣ୍ଡିଆ ପାଇଁ ବଡ଼ ଝଟକା!: ଆୟରଲ୍ୟାଣ୍ଡ ଗସ୍ତରୁ ବାଦ ପଡିଲେ ଏହି ଖେଳାଳି

June 23, 2026

ବିଦ୍ରୋହୀ ଗୋଷ୍ଠୀକୁ ଚ୍ୟାଲେଞ୍ଜ: ନୂଆ କମିଟି ଗଠନ କଲେ ମମତା ବାନାର୍ଜୀ

June 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.