Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଏସ୍‌ଏମ୍‌ଆଇଟିର ଚଣ୍ଡିପଦରଠାରେ ସ୍ଥାପିତ ବୃନ୍ଦାବନ ନାୟକ ଇଂଲିଶ୍‌ ମିଡିୟମ୍‌ ସ୍କୁଲର ବାର୍ଷିକୋତ୍ସବ
ଆଞ୍ଚଳିକ

ଏସ୍‌ଏମ୍‌ଆଇଟିର ଚଣ୍ଡିପଦରଠାରେ ସ୍ଥାପିତ ବୃନ୍ଦାବନ ନାୟକ ଇଂଲିଶ୍‌ ମିଡିୟମ୍‌ ସ୍କୁଲର ବାର୍ଷିକୋତ୍ସବ

February 14, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର: ଏସ୍‌ଏମ୍‌ଆଇଟି ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁସନ୍‌ ଦ୍ବାରା ଚଣ୍ଡିପଦରଠାରେ ସ୍ଥାପିତ ବୃନ୍ଦାବନ ନାୟକ ଇଂଲିଶ୍‌ ମିଡିୟମ୍‌ ସ୍କୁଲ ପରିସର ମଧ୍ୟରେ ଫେବୃଆରୀ ୧୪ ତାରିଖ ଶୁକ୍ରବାର ଦିନ ଅନୁଷ୍ଠାନର ସଭାପତି ଡ. ଭଗବାନ ଗନ୍ତାୟତଙ୍କ ଅଧ୍ୟକ୍ଷତାରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।

ଅନୁଷ୍ଠାନର ସଭାପତି ଡ. ଗନ୍ତାୟତ ପ୍ରଦୀପ ପ୍ରଜ୍ବଳନ କରି ଅନୁଷ୍ଠାନର ପ୍ରତିଷ୍ଠାତା ସ୍ବର୍ଗତା ବୃନ୍ଦାବନ ନାୟକଙ୍କ ଗୁଣଗାନ କରିଥିଲେ ଏବଂ କହିଲେ ଯେ, ଏହି ଅଞ୍ଚଳର କର୍ମବୀର ସ୍ବର୍ଗତ ବୃନ୍ଦାବନ ନାୟକଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ଏସ୍‌ଏମ୍‌ଆଇଟି ପ୍ରତିଷ୍ଠାନ ଦ୍ବାରା ଏଠାରେ ବୃନ୍ଦାବନ ନାୟକ ଇଂଲିଶ୍‌ ମିଡିୟମ୍‌ ସ୍କୁଲ ପ୍ରତିଷ୍ଠା କରାଯାଇଛି। ଏହାର ନିଜସ୍ବ ଜମି ଓ କୋଠାବାଡି, କୋମଳମତି ଛାତ୍ରଛାତ୍ରୀମାନଙ୍କ ପାଇଁ ଉପଯୁକ୍ତ ଶିକ୍ଷକ ଓ ସିବିଏସ୍‌ଇ ଶିକ୍ଷାଦାନ ପ୍ରଣାଳୀରେ ଶିକ୍ଷାଦାନ କରି ଏହି ଅଞ୍ଚଳର ବହୁଦିନର ଆଶା ସଫଳ ହୋଇପାରିଛି। ଡ. ଗନ୍ତାୟତ କୋମଳମତି ଶିଶୁମାନଙ୍କ ବିକାଶ ଓ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ବଳ କାମନା କରିଥିଲେ।

ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁରର ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ପୂର୍ବତନ ବି.ଡି.ଏ. ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା, ମୁଖ୍ୟ ବକ୍ତା ଭାବେ ବ୍ରହ୍ମପୁର କୋପରେଟିଭ୍‌ ବ୍ୟାଙ୍କ୍‌ର ପୂର୍ବତନ ସଭାପତି ଡି. ବିଶ୍ବନାଥ, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ହୁଗୁଳାପଟ୍ଟା ସରପଞ୍ଚ ପ୍ରଦୀପ ମଲାଣ, ଅନୁଷ୍ଠାନର ସମ୍ପାଦକ ଜାମୁଲା ଶଙ୍କର ନାରାୟଣ ଓ ଯୁଗ୍ମ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ। ସ୍କୁଲର ଅଧ୍ୟକ୍ଷା ମମତା ସାହୁ ବିବରଣୀ ପାଠ କରିଥିଲେ। ଆୟୋଜିତ ଉତ୍ସବକୁ ଅନୁଷ୍ଠାନର ଶିକ୍ଷୟିତ୍ରୀ ସଂଘମିତ୍ରା ଦାସ, କେ. ଲିଜା ପାତ୍ର, ରୀତା ଦାସ, ବିଜୟଲକ୍ଷ୍ମୀ ପଣ୍ଡା, ପ୍ରେମଲତା ସାହୁ, ବିଜୟ ଚନ୍ଦ୍ର ବେହେରା, ଏସ୍.ଏସ୍‌. ବିଶ୍ବାଳ ପରିଚାଳନା କରିଥିଲେ। ଅନୁଷ୍ଠାନର କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ। ପରିଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ନୃତ୍ୟଗୀତ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

ବ୍ରହ୍ମପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ଏଲ୍‌ଆଇସି ଶାଖାରେ ଲିଆଫି ୬୨ତମ ପ୍ରତିଷ୍ଠା ଦିବସ

October 3, 2026

ଜିଲ୍ଲାପାଳ, ଏସ୍‌ପି ଓ ଡିଏଫ୍‌ଓଙ୍କ ବାସଭବନ ସମ୍ମୁଖରୁ ଷ୍ଟିଲ୍‌ ଗେଟ୍‌ ନେଇଗଲେ ଦୁର୍ବୃତ୍ତ

October 2, 2026

ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ପଥପ୍ରାନ୍ତ ନାଟକ

October 2, 2026

ବାଣପୁର ସେଣ୍ଟ ଜାଭିୟର ହାଇସ୍କୁଲରେ ସ୍ୱଚ୍ଛତା କାର୍ଯ୍ୟକ୍ରମ

October 2, 2026
Latest News

ଆଜି ଅକ୍ଟୋବର ୦୫ ତାରିଖରେ କଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ ବିସ୍ତୁତ ଭାଗ୍ୟଫଳ

October 5, 2026

ହ୍ୱାଟ୍ସଆପ୍ ଗ୍ରୁପରେ ଇସ୍ତଫା ଘୋଷଣା, ପରଦିନ ଡିଲିଟ୍! ତିରୁବନନ୍ତପୁରମରେ ବିଜେପିକୁ ନେଇ ବଡ଼ ରାଜନୈତିକ ଝଡ଼

October 4, 2026

ରୋଷେଇ ଘରେ ଏଭରେଷ୍ଟ ଜିରା ପାଉଡର ଅଛି କି? ବ୍ୟବହାର ପୂର୍ବରୁ ଚେକ୍ କରନ୍ତୁ ବ୍ୟାଚ୍ ନମ୍ବର

October 4, 2026

ଚଳଚଞ୍ଚଳ ରାଜ୍ୟ ରାଜନୀତି: ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସଜବାଜ ୩ ପ୍ରମୁଖ ଦଳ

October 4, 2026

ଲଜ୍‌ରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ: ସାଥି ଯୁବକ ଫେରାର

October 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.