ଜାତୀୟ ଗ୍ରାମାଞ୍ଚଳ ମେଧା ଅନ୍ବେଷଣରେ ନୀଳକଣ୍ଠନଗରର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ବାଜିମାତ୍‌

Published: Feb 15, 2020, 3:49 pm IST

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର : 2019 ଶିକ୍ଷା ବର୍ଷର ପ୍ରକାଶିତ ଏନ୍‌ଆର୍‌ଟିଏସ୍‌ ପରୀକ୍ଷାରେ ନୀଳକଣ୍ଠ ନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀମାନେ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛନ୍ତି । ପ୍ରଥମ ରାଙ୍କ ସହ ମୋଟି 4ଟି ରାଙ୍କରେ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀମାନେ ସ୍ଥାନ ଅଧିକାର କରିଛନ୍ତି ।

ରଙ୍ଗେଇଲୁଣ୍ଡା ବ୍ଲକ ଓ ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଜାତୀୟ ଗ୍ରାମାଞ୍ଚଳ ମେଧା ଅନ୍ବେଷଣ (ଏନ୍‌ଆରଟିଏସ୍‌) ପରୀକ୍ଷାରେ ଫଳାଫଳ ପ୍ରକାଶ ପାଇଛି । ଏହି ପରୀକ୍ଷା ଫଳାଫଳରେ ପ୍ରଥମ 10ଜଣଙ୍କ ମଧ୍ୟରୁ ଆମ୍ଭ ବିଦ୍ୟାଳୟର ଫାଷ୍ଟ ରାଙ୍କ ସହିତ ମୋଟ୍‌ ଚାରିଜଣ ଶିଶୁ ରାଙ୍କ ରଖି ବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଯୋଗ୍ୟ ଛାତ୍ରଛାତ୍ରୀମାନେ ହେଉଛନ୍ତି 9ମ ଶ୍ରେଣୀର ସୌମ୍ୟ ଜଗନ୍ନାଥ ପାଢୀ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଦ୍ବିତୀୟ ସ୍ଥାନରେ ରହିଛନ୍ତି ମାନ୍ୟତା ଚୌଧୁରୀ, ପଞ୍ଚମ ସ୍ଥାନରେ ରହିଛନ୍ତି ତନୁଶ୍ରୀ ଭୂୟାଁ ଓ ସପ୍ତମ ସ୍ଥାନରେ ରହିଛନ୍ତି ଦିଶା ସେଠୀ । ଛାତ୍ରଛାତ୍ରୀମାନଙ୍କ ରାଜ୍ୟସ୍ତରୀୟ ସଫଳତା ପାଇଁ ଅନୁଷ୍ଠାନ ପରିଚାଳନା ସମିତିର ସଭାପତି ଡ. ଶ୍ରୀକାନ୍ତ ମହାପାତ୍ର,  ଉପସଭାପତି ହରିକୃଷ୍ଣ ନାୟକ, ସମ୍ପାଦକ ନାରାୟଣ ପଣ୍ଡା, ଯୁଗ୍ମ ସମ୍ପାଦିକା ମମତା ପାଣିଗ୍ରାହୀ, କୋଷାଧ୍ୟକ୍ଷ ରବୀନ୍ଦ୍ର ନାଥ ଜେନା, ନୀଳକଣ୍ଠ ସାହୁ, ବାସନ୍ତୀ ବେହେରା, ଉପଦେଷ୍ଟା ଧର୍ମରାଜ ସାହୁ, ସୁଦର୍ଶନ ପାଢୀ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ନରସିଂହ ଚୌଧୁରୀ, ହରିକୃଷ୍ଣ ପାଢୀ, ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ଏସ୍‌. ମୋହନ ରାଓ, ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଉମାଧବ ମହାନ୍ତି ଓ ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ତଥା ସମସ୍ତ ଅଭିଭାବକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

Related posts