ଚିଲିକାଠାରେ ସପ୍ତାହବ୍ୟାପୀ ଦକ୍ଷତା ବିକାଶ ବୃଦ୍ଧି ନିମେନ୍ତ ପ୍ରଶିକ୍ଷିଣ ଶିବିର

Published: Feb 17, 2020, 8:13 pm IST

ସମୀକ୍ଷା ବ୍ୟୁରୋ
ଚିଲିକା : ଚିଲିକା ବ୍ଲକ ଅନ୍ତର୍ଗତ ହାଟବରଡି ଗ୍ରାମପଞ୍ଚାୟତର ଜୟନ୍ତିପୁର ଗ୍ରାମଠାରେ ପ୍ରାଥମିକ ମତ୍ସ୍ୟ ସମବାୟ ସମିତିର 30ଜଣ ହରିଜନ ଶିକ୍ଷିତ ମତ୍ସ୍ୟଜୀବୀମାନଙ୍କୁ ନେଇ ସପ୍ତାହବ୍ୟାପି ପ୍ରଶିକ୍ଷିଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଗତ 12 ତାରିଖଠାରୁ 17 ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ଶିବିରିରେ ଦକ୍ଷତା ବିକାଶ ନିମେନ୍ତ ପ୍ରଶିକ୍ଷିତ ଦିଆଯାଉଛି । ଏହି କାର୍ଯ୍ୟକ୍ରମକୁ ଭାରତ ସରକାରଙ୍କ ସେଣ୍ଟ୍ରାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫିସେରୀ ଟେକ୍ନୋଲୋଜି କୋଚିନ୍‌ଙ୍କ ସହିତ ନେଟଫିସ୍‌ ଏମ୍‌ପେଡା ଓଡ଼ିଶା ଦ୍ବାରା ଏହି କାର୍ଯ୍ୟକ୍ରମଟି ପରିଚାଳନା ହୋଇଥିଲା । ଏଥିରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଭୁବନେଶ୍ବରର ମତ୍ସ୍ୟ ପରାମର୍ଶଦାତା ସୂର୍ଯ୍ୟ କୁମାର ମହାନ୍ତି, ନେଟଫିସ୍‌ ରାଜ୍ୟ ସଂଯୋଜକ ଶୁଭ୍ରକାନ୍ତ ମହାପାତ୍ର, ଡେପୁଟି ଡାଇରେକ୍ଟର ଏମ୍‌ଫିଲ୍‌ଡିଏଲ ଉମେଶ ଚନ୍ଦ୍ର ମହାପାତ୍ର, ଅବରସପ୍ରାପ୍ତ ମତ୍ସ୍ୟ ଅଧିକାରୀ ଯଜାତି କେଶରୀ ବିଶ୍ବାଳ ଏବଂ ପଲ୍ଲୀଶ୍ରୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଭୁବେନଶ୍ବରଙ୍କ ସମ୍ପାଦକ ଦୁର୍ଗା ଦାଶ ଏହି କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିଥିଲେ । ଏଥିରେ ମତ୍ସ୍ୟ ସମବାୟ ସମିତିର ସଭାପତି ପଦ୍ମଚରଣ ବେହେରା, ସମ୍ପାଦକ ପଙ୍କଜ ବେହେରା ଯୋଗଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ପଲ୍ଲିଶ୍ରୀ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

Related posts