Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଓଡ଼ିଶା ନାଗରିକ ସମାଜ ଓ ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ପଦ୍ମଶ୍ରୀ ଉଦୟନଙ୍କୁ ଭବ୍ୟ ସମ୍ବର୍ଦ୍ଧନା
ଆଞ୍ଚଳିକ

ଓଡ଼ିଶା ନାଗରିକ ସମାଜ ଓ ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ପଦ୍ମଶ୍ରୀ ଉଦୟନଙ୍କୁ ଭବ୍ୟ ସମ୍ବର୍ଦ୍ଧନା

February 20, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଭୁବନେଶ୍ୱର : ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ଓଡ଼ିଶା ନାଗରିକ ସମାଜ ଓ ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ପଦ୍ମଶ୍ରୀ ଇନ୍ଦ୍ର ଉଦୟନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ସୁସମ୍ପର୍କ ସ୍ଥାପନ, କଳା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟକୁ ପ୍ରଚାର ଓ ପ୍ରସାର କରାଇବାରେ ତାଙ୍କର ପ୍ରମୁଖ ଭୂମିକା ରହିଆସିଛି । ଏହାଛଡ଼ା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ସତ୍ୟ, ଅହିଂସାରେ ଅନୁପ୍ରାଣିତ ହୋଇ ସେ ଦୀର୍ଘବର୍ଷ ହେବ ସମାଜସେବାରେ ଲିପ୍ତ ରହିଛନ୍ତି ।

ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ନାଗରିକ ସମାଜର ସଭାପତି ଇଂ ଲଳିତ ମୋହନ ପଟ୍ଟନାୟକ, ସମ୍ପାଦକ ମନୋଜ ଜେନା, ପଦ୍ମବିଭୂଷଣ ରଘୁନାଥ ମହାପାତ୍ର, ଡଃ ଭଗବାନ ପ୍ରକାଶ ପ୍ରମୁଖ ଉପସ୍ଥିତ ରହି ପଦ୍ମଶ୍ରୀ ଉଦୟନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହାଛଡ଼ା ସ୍ୱେଚ୍ଛାସେବୀ ସଂଗଠନ ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ସମ୍ପାଦିକା, ସମାଜସେବୀକା ସମିତା ମହାରଣା, ପ୍ରତିଷ୍ଠାତା ସୀତାଂଶୁ ଶେଖର ମହାରଣା, କୋଷାଧ୍ୟକ୍ଷ ତଥା ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ ଉପସ୍ଥିତ ରହି ତାଙ୍କୁ ଉତ୍ତରୀୟ ପ୍ରଦାନ କରିଥିଲେ । ଏହି ଅବସରରେ ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଓଡ଼ିଶାର ରପ୍ତାନୀ ସମ୍ବନ୍ଧୀୟ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ବ୍ୟକ୍ତିବିଶେଷ ଉକ୍ତ ଆଲୋଚନାରେ ଅଂଶଗ୍ରହଣ କରି ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଓଡ଼ିଶାର ଭୂମିକା ଉପରେ ଆଲୋକପାତ କରିଥିଲେ । ଏହିପରି କାର୍ଯ୍ୟକ୍ରମକୁ ସବୁ ମହଲରୁ ସ୍ୱାଗତ କରାଯାଇଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଣପୁର ଓ ବାଲୁଗାଁରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ଶ୍ରୀ ମହିଳା ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଲୁଗାଁ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

June 20, 2026
Latest News

ତାମିଲନାଡୁ ଗ୍ୟାସ୍ ଲିକ୍ ଟ୍ରାଜେଡିରେ ଆଉ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

June 23, 2026

ଆଜି କେଉଁ ଷ୍ଟକ୍‌ରେ ରହିବ ବଜାରର ନଜର? ବଡ଼ ଘୋଷଣା ପରେ ଚର୍ଚ୍ଚାରେ ୭ କମ୍ପାନୀ

June 23, 2026

କଲ୍ୟାଣସିଂହପୁର ନିର୍ଯାତନା ଘଟଣାରେ ଜାତୀୟ ମହିଳା କମିସନଙ୍କ କଡ଼ା ପଦକ୍ଷେପ

June 23, 2026

ମନ୍ଦିରରେ ବିଗ୍ରହ ପ୍ରତିଷ୍ଠାକୁ ନେଇ ତୀବ୍ର ବିବାଦ: ୧୬୩ ଧାରା ଜାରି

June 23, 2026

ଶେଷ ପର୍ଯ୍ୟାୟରେ ରାଜ୍ୟବ୍ୟାପୀ ଚାଲିଥିବା ଏସଆଇଆର କାର୍ଯ୍ୟକ୍ରମ

June 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.