Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଓଡ଼ିଶା ନାଗରିକ ସମାଜ ଓ ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ପଦ୍ମଶ୍ରୀ ଉଦୟନଙ୍କୁ ଭବ୍ୟ ସମ୍ବର୍ଦ୍ଧନା
ଆଞ୍ଚଳିକ

ଓଡ଼ିଶା ନାଗରିକ ସମାଜ ଓ ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ପଦ୍ମଶ୍ରୀ ଉଦୟନଙ୍କୁ ଭବ୍ୟ ସମ୍ବର୍ଦ୍ଧନା

February 20, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଭୁବନେଶ୍ୱର : ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ଓଡ଼ିଶା ନାଗରିକ ସମାଜ ଓ ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ପଦ୍ମଶ୍ରୀ ଇନ୍ଦ୍ର ଉଦୟନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ସୁସମ୍ପର୍କ ସ୍ଥାପନ, କଳା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟକୁ ପ୍ରଚାର ଓ ପ୍ରସାର କରାଇବାରେ ତାଙ୍କର ପ୍ରମୁଖ ଭୂମିକା ରହିଆସିଛି । ଏହାଛଡ଼ା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ସତ୍ୟ, ଅହିଂସାରେ ଅନୁପ୍ରାଣିତ ହୋଇ ସେ ଦୀର୍ଘବର୍ଷ ହେବ ସମାଜସେବାରେ ଲିପ୍ତ ରହିଛନ୍ତି ।

ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ନାଗରିକ ସମାଜର ସଭାପତି ଇଂ ଲଳିତ ମୋହନ ପଟ୍ଟନାୟକ, ସମ୍ପାଦକ ମନୋଜ ଜେନା, ପଦ୍ମବିଭୂଷଣ ରଘୁନାଥ ମହାପାତ୍ର, ଡଃ ଭଗବାନ ପ୍ରକାଶ ପ୍ରମୁଖ ଉପସ୍ଥିତ ରହି ପଦ୍ମଶ୍ରୀ ଉଦୟନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହାଛଡ଼ା ସ୍ୱେଚ୍ଛାସେବୀ ସଂଗଠନ ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ସମ୍ପାଦିକା, ସମାଜସେବୀକା ସମିତା ମହାରଣା, ପ୍ରତିଷ୍ଠାତା ସୀତାଂଶୁ ଶେଖର ମହାରଣା, କୋଷାଧ୍ୟକ୍ଷ ତଥା ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ ଉପସ୍ଥିତ ରହି ତାଙ୍କୁ ଉତ୍ତରୀୟ ପ୍ରଦାନ କରିଥିଲେ । ଏହି ଅବସରରେ ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଓଡ଼ିଶାର ରପ୍ତାନୀ ସମ୍ବନ୍ଧୀୟ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ବ୍ୟକ୍ତିବିଶେଷ ଉକ୍ତ ଆଲୋଚନାରେ ଅଂଶଗ୍ରହଣ କରି ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଓଡ଼ିଶାର ଭୂମିକା ଉପରେ ଆଲୋକପାତ କରିଥିଲେ । ଏହିପରି କାର୍ଯ୍ୟକ୍ରମକୁ ସବୁ ମହଲରୁ ସ୍ୱାଗତ କରାଯାଇଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ବ୍ଲକ ସ୍ତରୀୟ ବନ୍ଦେମତରମ୍ ତାଲିମ ପ୍ରଶିକ୍ଷଣ

January 11, 2026

ବାଲୁଗାଁ କଲେଜରେ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ

January 9, 2026

ଗୋଦାବରୀଶ ମହାବିଦ୍ୟାଳୟରେ ମହିଳା ଆତ୍ମରକ୍ଷା କୌଶଳ ତାଲିମ୍ ଶିବିର ଉଦ୍ଘାଟିତ

January 9, 2026

ବାଣପୁରରେ ନିରନ୍ତର ଅଭିବୃଦ୍ଧି ମେଳା

January 8, 2026
Latest News

କଚ୍ଛ ଏବଂ ସୌରାଷ୍ଟ୍ର କ୍ଷେତ୍ର ପାଇଁ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

January 12, 2026

ପିଏମଶ୍ରୀ ଭ୍ରମରବର ସରକାରୀ ଉଚ୍ଚ ବିଦ୍ୟାଳୟ ତମାଣ୍ଡୋରେ ପିଏମ ଶ୍ରୀ ଓ ବାର୍ଷିକ ଉତ୍ସବ ଉଦଯାପିତ

January 12, 2026

ଆଜି ଜାନୁୟାରୀ ୧୨ ତାରିଖ ସୋମବାରରେ ଜାଣନ୍ତୁ ସଂକ୍ଷେପରେ ରାଶିଫଳ, ଭାଗ୍ୟ ଓ ଭବିଷ୍ୟତ

January 12, 2026

ଚିଲିକାରେ ମେଗା ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କଲେ ଆଇନ ମନ୍ତ୍ରୀ

January 11, 2026

ଜାନୁଆରୀ ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ

January 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.