Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଜଗତସିଂହପୁରେ ଜିଲ୍ଲାରେ ଚଳିତ ଖରିଫ୍ ଋତୁ ପାଇଁ ଧାନ ସଂଗ୍ରହ ନିମନ୍ତେ ଦ୍ୱିତୀୟ ଜିଲ୍ଲାସ୍ତରୀୟ କମିଟି ବୈଠକ
ଆଞ୍ଚଳିକ

ଜଗତସିଂହପୁରେ ଜିଲ୍ଲାରେ ଚଳିତ ଖରିଫ୍ ଋତୁ ପାଇଁ ଧାନ ସଂଗ୍ରହ ନିମନ୍ତେ ଦ୍ୱିତୀୟ ଜିଲ୍ଲାସ୍ତରୀୟ କମିଟି ବୈଠକ

March 1, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର :  ଗତକାଲି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହ ଠାରେ୨୦୧୯-୨୦ ଖରିଫ୍ ଋତୁ ପାଇଁ ଧାନ ସଂଗ୍ରହ ନିମନ୍ତେ ଦ୍ୱିତୀୟ ଜିଲ୍ଲାସ୍ତରୀୟ କମିଟି ବୈଠକ ଜିଲ୍ଲାପାଳଶ୍ରୀ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ଓଡିଶାର ଜଳସଂପଦ,ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ।  ସେହି ଏହି ବୈଠକରେ ଜଗତସିଂହପୁର ସାଂସଦ ଡ. ରାଜଶ୍ରୀ ମଲ୍ଲିକ ଯୋଗଦେଇ ଗରିବ ଚାଷୀମାନଙ୍କୁ ସାହାଯ୍ୟ ସହଯୋଗ କରିବା ଉପରେ ଗୁରୁତ୍ବାରୋପ କରିଥିଲେ।  ରଘୁନାଥପୁର ଠାରେ ଏକ ମୁଗମଣ୍ଡି ଖୋଲିବା ପାଇଁ ସମବାୟ କର୍ମକର୍ତାଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଉପସ୍ଥିତ ଅତିଥି ଓ ଜିଲ୍ଲାପାଳ ପଂଚାୟତରେ ହୋଇଥିବା ଅନିୟମିତତା ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିବା ସହିତ ଉତର ଶାସନ ପଂଚାୟତଙ୍କୁ ପୁନର୍ବାର ଟୋକନ  ଦିଆଯାଇଛି। ଖୁବ୍‌ଶୀଘ୍ର ଅନ୍ୟ ପଂଚାୟତ ଗୁଡିକୁ ଟୋକନ ପୁନଃ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ।

ଜିଲ୍ଲାପାଳ ଜିଲ୍ଲାରେ ଏକ ଶୀତଳ ଭଣ୍ଡାର ନିର୍ମାଣ ନିମନ୍ତେ ପିପିଏଲ୍ ଓ ଇଫ୍‌କୋ କମ୍ପାନୀଙ୍କୁ ଅନୁରୋଧ କରିଛନ୍ତି । ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିଶ୍ୱନାଥ ମିଶ୍ର ଏ.ଆର.ସି.ଏସ୍‌ ବିଜୟ ସାସମଲ ଜିଲ୍ଲାସ୍ତରୀୟ ଅଧିକାରୀ ,ଚାଷୀମାନଙ୍କ ପ୍ରତିନିଧି,ମିଲର,ଯୋଗାଣ ବିଭାଗ ଓ ସମବାୟ ବିଭାଗ କର୍ମକର୍ତା ,ଗଣ ମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଟାଙ୍ଗୀ ବ୍ଲକରେ ମିଳିତ ଜନ ଅଭିଯୋଗ ଶୁଣାଣି

October 26, 2026

ରଣପୁର ପ୍ରେସ୍ କ୍ଲବରେ ଶାରଦୀୟ ଭେଟଘାଟ ଓ ସମ୍ବର୍ଦ୍ଧନା ଉତ୍ସବ

October 24, 2026

ବୁଲିଯିବାକୁ କହି ଆଉ ଫେରିଲେନି ଯୁବକ

October 24, 2026

ଗଞ୍ଜେଇ ଜବତ, ଜଣେ ଗିରଫ

October 24, 2026
Latest News

ଏପ୍ରିଲ୍ ପହିଲାରୁ ଆସିବ ୧୦ ଓ ୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ୍!: ୧୦୦ କୋଟି ଲେଖାଏଁ ନୋଟ୍ ଛାପିବ RBI

October 31, 2026

ୟୁକ୍ରେନକୁ କ୍ଷେପଣାସ୍ତ୍ର ବିକ୍ରି ପାଇଁ ଆମେରିକାର ମଞ୍ଜୁରୀ

October 31, 2026

ରାଷ୍ଟ୍ରୀୟ ଏକତା ଦିବସ : ଦେଶର ଏକତା ଓ ସଂହତି ବଜାୟ ରଖିବାକୁ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ

October 31, 2026

ATMରୁ ଟଙ୍କା ଉଠାଉଛନ୍ତି କି? ଟଙ୍କା ଉଠାଇବା ପୂର୍ବରୁ କରନ୍ତୁ ଯାଞ୍ଚ, ନଚେତ୍ ଖାଲି ହୋଇପାରେ ବ୍ୟାଙ୍କ ଆକାଉଣ୍ଟ!

October 31, 2026

ପଶ୍ଚିମ ଏସିଆ ଯୁଦ୍ଧ ଉତ୍ତେଜନାର ପ୍ରଭାବ: ନଭେମ୍ବର ୧୪ ଯାଏଁ ସାଉଦି ଆରବକୁ ଉଡ଼ିବନି ଏୟାର ଇଣ୍ଡିଆ ବିମାନ!

October 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.