Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଜିଲ୍ଲା ମହୋତ୍ସବ କଲ୍ଲୋଳ – 2020 ପାଳନ ନିମନ୍ତେ ଦ୍ବିତୀୟ ପ୍ରସ୍ତୁତି ବୈଠକ
ଆଞ୍ଚଳିକ

ଜିଲ୍ଲା ମହୋତ୍ସବ କଲ୍ଲୋଳ – 2020 ପାଳନ ନିମନ୍ତେ ଦ୍ବିତୀୟ ପ୍ରସ୍ତୁତି ବୈଠକ

March 2, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର : ଜିଲ୍ଲାପାନଙ୍କ ସଦ୍‌ଭାବନା ସଭାଗୃହଠାରେ ଜିଲ୍ଲା ମହୋତ୍ସବ କଲ୍ଲୋଳ-2020 ପାଳନ ନିମେନ୍ତ ଦ୍ବିତୀୟ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସଂଗ୍ରମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଯୋଗଦେଇ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ କହିଲେ, ଜଗତସିଂହପୁର ଜିଲ୍ଲା କଳା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟ ସମ୍ପନ୍ନ ଜିଲ୍ଲା। ଏ ବର୍ଷ ଜିଲ୍ଲା ମହୋତ୍ସବକୁ ସରସ ସୁନ୍ଦର ଭାବେ ଆୟୋଜିତ କରାଯିବ ଯେପରି ସାରା ରାଜ୍ୟରେ ଏକ ପ୍ରମୁଖ କାର୍ଯ୍ୟକ୍ରମ ଓ ଗଣ ପର୍ବରେ ପାଳିତ ହେବ। ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଯୋଗ ଦେଇ କହିଲେ ଜିଲ୍ଲା ମହୋତ୍ସବ ସମସ୍ତ ଜିଲ୍ଲାବାସୀଙ୍କର।

ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଅଧ୍ୟକ୍ଷତା କରି ଏ ବର୍ଷ ଜିଲ୍ଲା ଉତ୍ସବକୁ ଅଧିକ ସରସ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ପ୍ରଦର୍ଶନୀ ମଣ୍ଡପମାନ ଖୋଲାଯିବ ବୋଲ କହିଛନ୍ତି । ଜିଲ୍ଲା ମହୋତ୍ସବରେ ସ୍ମରଣିକା ଆଦିପତ୍ର ପ୍ରକାଶ ପାଇବା ସହିତ ଅପରାହ୍ନ 5ଟାରୁ ସ୍ଥାନୀୟ ସାଂସ୍କୃତିକ ଦଳ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ। ପାଞ୍ଚଦିନ ଧରି ପାଳିତ ହେବାକୁ ଥିବା ଜିଲ୍ଲା ମହୋତ୍ସବରେ ସମସ୍ତ ପ୍ରକାରର ସୁବିଧା ତଥା ପାନୀୟ ଜଳ, ବିଦ୍ୟୁତ ଓ ରାତ୍ର ଜଗୁଆ ବ୍ୟବସ୍ଥା ନିମନ୍ତେ ଆରକ୍ଷୀ ଅଧୀକ୍ଷକ, ବିଦ୍ୟୁତ ସେବା ନିମେନ୍ତ ନିର୍ବାହୀ ଯନ୍ତ୍ରୀ ସେସୁଙ୍କୁ ଦାୟିତ୍ବ ପ୍ରଦାନ କରାଗଲା।

ଏହି ବୈଠକରେ ଜିଲ୍ଲାସ୍ତରୀୟ ଅଧିକାରୀ, ବୁଦ୍ଧିଜରୀବୀ, ବରିଷ୍ଠ ନାଗରିକ, ଆଇନଜୀବୀ, ସାହିତ୍ୟିକ, ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ଶେଷରେ ଧନ୍ୟବାଦ ଦେଇଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଉଲୁଣ୍ଡାରେ ଅଘଟଣ: ଘରର କାନ୍ଥ ଭୁଶୁଡ଼ି ବୃଦ୍ଧଙ୍କ ମୃତ୍ୟୁ, ପତ୍ନୀ ଗୁରୁତର

August 2, 2026

ନାକଟିଦେଉଳରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ଅଭିଯୋଗ; ୮ ଜଣ ଅଟକ, ଗୁରୁତର ଆହତଙ୍କୁ ବୁର୍ଲା ସ୍ଥାନାନ୍ତର

August 2, 2026

ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ

August 2, 2026

ହୀରାକୁଦ ଡ୍ୟାମ : ୨୨ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ

August 2, 2026
Latest News

ସୋଆରେ ଆନ୍ତର୍ଜାତୀୟ ସମ୍ମିଳନୀ ‘ଆଇସିସିଏମ୍‌ଇଏସ୍‌ଏଚ୍‌–୨୦୨୬’ ଉଦ୍‌ଘାଟିତ

August 6, 2026

ରଣପୁରରେ ୮୦ତମ ସ୍ୱାଧୀନତା ଦିବସ ପାଇଁ ବ୍ଲକ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ

August 6, 2026

ଆଞ୍ଚଳିକ ଦଳଗୁଡ଼ିକର ଚାନ୍ଦାରେ ଉଲ୍ଲେଖନୀୟ ବୃଦ୍ଧି: ସର୍ବାଧିକ ଡିଏମକେ, ଜାଣନ୍ତୁ ବିଜେଡ଼ି କୁ କେତେ?

August 6, 2026

ସ୍ମୃତି, ସମ୍ମାନ ଓ ସ୍ୱାଗତର ମିଳନ: ରାଜସୁନାଖଳା ଡାଏଟରେ ଆୟୋଜିତ ସମ୍ବର୍ଦ୍ଧନା ସଭା

August 6, 2026

ସୋଆ କୃଷି ମହାବିଦ୍ୟାଳୟ ପକ୍ଷରୁ କୃଷକ ସଚେତନତା କାର୍ଯ୍ୟକ୍ରମ

August 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.