Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଜେଏସ୍‌ଡବ୍ଲୁ ସହାୟତାରେ 50 ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଟ୍ରେନିଂ ଆରମ୍ଭ
ଆଞ୍ଚଳିକ

ଜେଏସ୍‌ଡବ୍ଲୁ ସହାୟତାରେ 50 ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଟ୍ରେନିଂ ଆରମ୍ଭ

March 6, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଞ୍ଜିତ୍‌ ପଣ୍ଡା

କୁଜଙ୍ଗ : ମହିଳା ଓ ଯୁବତୀମାନଙ୍କୁ ସ୍ବାବଲମ୍ବୀ କରିବା ସହ ସେମାନଙ୍କୁ ଯଥେଷ୍ଟ କର୍ମନିଯୁକ୍ତି ସୃଷ୍ଟି କରିବା ଲକ୍ଷ୍ୟରେ ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍‌ ଓ ‘ଶାହୀ ଏକ୍ସପୋର୍ଟ’ ମିଳିତ ସହଯୋଗରେ କାର୍ଯ୍ୟାରମ୍ଭ କରିଛନ୍ତି ।

ଏରସମା ବ୍ଲକର ନୂଆଗାଁଠାରେ ଜେଏସ୍‌ଡବ୍ଲୁ ଏକ ଅତ୍ୟାଧୁନିକ ଇସ୍ପାତ ପ୍ରକଳ୍ପ ପାଇଁ ଆପାତତଃ ସ୍ଥିରୀକୃତ ହୋଇଛି । କମ୍ପାନୀ ପକ୍ଷରୁ ଉକ୍ତ ପ୍ରକଳ୍ପରେ 71ହଜାର କୋଟି ଟଙ୍କା ପୁଞ୍ଜିନିବେଶ କରିବ। ଏହି କ୍ରମରେ ଉକ୍ତ ଅଞ୍ଚଳରେ ବସବାସ କରୁଥିବା ଗରିବ ମହିଳା ଓ ଯୁବତୀମାନେ କିଭଳି ନିଜର ଓ ପରିବାର ଆର୍ଥିକ ପରିସ୍ଥିତିରେ ସୁଧାର ଆଣିପାରିବେ ସେଥିପାଇଁ ଏକ ଅଭିନବ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଢିଙ୍କିଆ, ଗଡକୁଜଙ୍ଗ ଓ ନୂଆଗାଁ ପଞ୍ଚାୟତରେ ଥିବା 18ରୁ 38 ବର୍ଷର ମହିଳା ମାନଙ୍କୁ ଶାହୀ ଏକ୍ସପୋର୍ଟ କମ୍ପାନୀ ସହାୟତାରେ ପ୍ରଥମ ପର୍ଯ୍ୟାୟରେ 50 ଜଣ ମହିଳାଙ୍କୁ କୁଶଳୀ କାରିଗର ହେବା ପାଇଁ ଟ୍ରେନିଂ ଆରମ୍ଭ କରାଯାଇଛି । ଏମାନଙ୍କୁ ବିଭିନ୍ନ ଡିଜାଇନ୍‌ରେ କଟିଂ ଓ ସିଲେଇ, ଦକ୍ଷ କାରିଗରଙ୍କ ଦ୍ବାରା ଭୁବନେଶ୍ବରରେ ଶିକ୍ଷା ଆରମ୍ଭ ହୋଇଛି । ଏମାନଙ୍କର ରହିବା ଖାଇବା ମଧ୍ୟ ସମ୍ପୂର୍ଣ୍ଣ ମାଗଣା । ଏମାନଙ୍କୁ ଚାରି ମାସ ଶିକ୍ଷା ଦିଆଯିବା ପରେ ନିଜର ଦକ୍ଷତା ଅନୁଯାୟୀ ସେମାନଙ୍କୁ ଉକ୍ତ କମ୍ପାନୀରେ ନିଯୁକ୍ତି ପ୍ରଦାନ କରାଯିବ ବୋଲି ଜେଏସଡବ୍ଲୁ ତରଫରୁ ସୂଚନା ଦିଆଯାଇଛି । ଆଗାମୀ ଦିନରେ ଉକ୍ତ ତିନୋଟି ପଞ୍ଚାୟତରୁ 300ରୁ400 ମହିଳା ଓ ଯୁବତୀମାନଙ୍କୁ କର୍ମକୁଶଳୀ କରାଯିବା ସହ ସେମାନଙ୍କୁ କର୍ମନିଯୁକ୍ତି ଦିଆଯିବ ଓ ଆବଶ୍ୟକ ପଡ଼ିଲେ କର୍ମକୁଶଳୀ ମହିଳାମାନେ ନିଜ ନିଜର ଘରେ ରହି ମଧ୍ୟ ଉକ୍ତ କମ୍ପାନୀ ପାଇଁ କାର୍ଯ୍ୟ କରି ଅର୍ଥ ଉପାର୍ଜନ କରିପାରିବେ ।

ସୂଚନାଯୋଗ୍ୟ ଯେ, ଶାହୀ ଓ ଜେସଏସ୍‌ଡବ୍ଲୁର ମିଳିତ ସହଯୋଗରେ ଦୁଇଦିନିଆ କର୍ମଶାଳା ପାରାଦ୍ବୀପସ୍ଥିତ କାର୍ଯ୍ୟାଳୟରେ ଶେଷ ହୋଇଥିଲା । ଜେଏସ୍‌ଡବ୍ଲୁର ଏହିଭଳି ଅଭିନବ ପ୍ରୟାସକୁ ଉକ୍ତ ଅଞ୍ଚଳରେ ସ୍ଥାନୀୟ ଅଧିବାସୀମାନେ ସ୍ବାଗତ କରିବା ସହ ଭୂୟସୀ ପ୍ରଶଂସା କରିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଉଲୁଣ୍ଡାରେ ଅଘଟଣ: ଘରର କାନ୍ଥ ଭୁଶୁଡ଼ି ବୃଦ୍ଧଙ୍କ ମୃତ୍ୟୁ, ପତ୍ନୀ ଗୁରୁତର

August 2, 2026

ନାକଟିଦେଉଳରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ଅଭିଯୋଗ; ୮ ଜଣ ଅଟକ, ଗୁରୁତର ଆହତଙ୍କୁ ବୁର୍ଲା ସ୍ଥାନାନ୍ତର

August 2, 2026

ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ

August 2, 2026

ହୀରାକୁଦ ଡ୍ୟାମ : ୨୨ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ

August 2, 2026
Latest News

ଘର ପ୍ରତିଷ୍ଠା ଭୋଜି ପଡ଼ିଲା ମହଙ୍ଗା, ଝାଡ଼ାବାନ୍ତିରେ ୧୦୦ରୁ ଅଧିକ ଆକ୍ରାନ୍ତ

August 6, 2026

ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଯାତ୍ରା ଖର୍ଚ୍ଚ କେତେ?: ସଂସଦକୁ ସୂଚନା ଦେଲେ ସରକାର

August 6, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ୍ କଲେ ନେତାନ୍ୟାହୁ: ଜାଣନ୍ତୁ କ’ଣ ହେଲା ଆଲୋଚନା?

August 6, 2026

ସୋଆରେ ଆନ୍ତର୍ଜାତୀୟ ସମ୍ମିଳନୀ ‘ଆଇସିସିଏମ୍‌ଇଏସ୍‌ଏଚ୍‌–୨୦୨୬’ ଉଦ୍‌ଘାଟିତ

August 6, 2026

ରଣପୁରରେ ୮୦ତମ ସ୍ୱାଧୀନତା ଦିବସ ପାଇଁ ବ୍ଲକ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ

August 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.