ଶିଶୁବିକାଶ ପ୍ରକଳ୍ପ ଅଧିକାରୀଙ୍କ ପକ୍ଷରୁ କରୋନା ସଚେତନତା ଶୋଭାଯାତ୍ରା

Published: Mar 8, 2020, 1:35 pm IST

ରଞ୍ଜିତ ପଣ୍ଡା
କୁଜଙ୍ଗ : ସମଗ୍ର ବିଶ୍ୱରେ ଏବେ କରୋନା ଭାଇରସ ମୃତ୍ୟୁର ତାଣ୍ଡବ ଚଳାଇଥିବାବେଳେ ଭାରତ ଏବଂ ଓଡ଼ିଶା ମଧ୍ୟ ଏଥିରୁ ବାଦ ପଡ଼ିନାହିଁ । ତେବେ ସଚେତନତା ଜରିଆରେ ଏହି ଭୂତାଣୁ ଠାରୁ ରକ୍ଷା ପାଇହେବ ବୋଲି ଆଜି ସ୍ଥାନୀୟ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସଚେତନା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ପ୍ରକଳ୍ପ ଅଧିକାରୀ ତନୁପ୍ରଭା ବେଉରାଙ୍କ ନେତୃତ୍ୱରେ ଶତାଧିକ ଅଙ୍ଗନବାଡ଼ୀ, ଆଶା କର୍ମୀମାନେ କୁଜଙ୍ଗ ବଜାର ପରିକ୍ରମା କରିବା ସହିତ କରୋନା ଭାଇରସ ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ । ରୋଗର ପ୍ରତିକାର ଏବଂ ପ୍ରତିଷେଧକ ସମ୍ପର୍କରେ ଶୋଭାଯାତ୍ରାରେ ସଚେତନତା ସୃଷ୍ଟି କରାଯାଇଥିଲା । ମହିଳାମାନେ ବିଭିନ୍ନ ପ୍ଲାକାର୍ଡ଼ ଏବଂ ପ୍ରଚାରପତ୍ର ଜରିଆରେ ବଜାରର ଲୋକମାନଙ୍କୁ ସଚେତନ କରିଥିଲେ । ପରେ କୁଜଙ୍ଗ ବଜାରର ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ପରିଷ୍କାର ଓ ପରିଛନ୍ନ କରି ସ୍ୱାସ୍ଥ୍ୟ ଅନୁକୂଳ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଶ୍ମୀତା ଦାସ,ମନୋରମା ମହାପାତ୍ର, ସରୋଜିନୀ ଷଡ଼ଙ୍ଗୀ, ମୀନର୍ଭା ସ୍ୱାଇଁ, ସୁପରଭାଇଜର ଜୟନ୍ତୀ ଖଟୁଆ, ମନୋରମା ସ୍ୱାଇଁ, ପ୍ରିୟଦର୍ଶିନୀ ମହାପାତ୍ର, ଚିନ୍ତାମଣୀ ଟିସ୍କୁ, ଛବିଲତା ଭୋଇ, କଳ୍ପନା ବାରିକ, ଜ୍ୟୋତ୍ସ୍ନାରାଣୀ ମହାନ୍ତି, ବିଷ୍ଣୁପ୍ରିୟା ସେଠୀ, ସସ୍ମିତା ପରିଡ଼ା, ପୁଷ୍ପାଞ୍ଜଳୀ ବେହେରା, ବନସ୍ମୀତା ଦାସ, ମନୋରମା ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

Related posts