ରଞ୍ଜିତ୍ ପଣ୍ଡା
କୁଜଙ୍ଗ : କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ରାଜ୍ୟରେ ଲକ୍ ଡାଉନ୍ର ଘୋଷଣା କରିଛନ୍ତି । ରାଜ୍ୟସରକାର କରୋନାକୁ ନେଇ ସତର୍କତା ଓ ସଚେତନତା ଅବଲମ୍ବନ କରୁଥିବାବେଳେ ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ ଏନେଇ ବ୍ୟାପକ ସଚେତନତା କରାଯାଉଛି। ଆଜି କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ଜାଗାରେ ଆଜି କୁଜଙ୍ଗ ବ୍ଲକ୍ ଅତିରିକ୍ତ ଉନ୍ନୟନ ଅଧିକାରୀ ସନ୍ତୋଷ କୁମାର ଶତପଥୀ ଓ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ ଜନସାଧାରଣ ମାନଙ୍କୁ କୋରୋନା ପାଇଁ ସଚେତନତା କରୁଛନ୍ତି। ଆଜି ଠାରୁ କୁଜଙ୍ଗ ଓ ପାରାଦ୍ଵୀପ ସମ୍ପୂର୍ଣ ଭାବେ ବନ୍ଦ ଦେଖିବାକୁ ମିଳିଛି। କରୋନା ସତର୍କତା ପାଇଁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । କରୋନାରୁ ଦୂରେଇ ରହିବାକୁ ହେଲେ ସାମାଜିକ ଦୂରତ୍ବ ରଖିବା ଏକାନ୍ତ ଅପରିହାର୍ଯ୍ୟ ।
Tags: