ନିୟମ ନ ମାନି ୧୦ ଦଣ୍ଡୁଆ ଅଟକ

Published: Mar 25, 2020, 12:12 pm IST

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ବର୍ତ୍ତମାନ ଗଂଜାମ ଜିଲ୍ଲାର ପ୍ରସିଦ୍ଧ ଯାତ୍ରା ଦଣ୍ଡଯାତ୍ରାର ସମୟ। କିନ୍ତୁ କରୋନା ସଂକ୍ରମଣର ଭୟ ଥିବାରୁ ରାଜ୍ୟ ତଥା ଜିଲ୍ଲାରେ ଲକ୍‌ଡ଼ାଉନ୍ ସ୍ଥିତି ରହିଛି। ତେଣୁ ସମସ୍ତ ପ୍ରକାର ଯାନିଯାତ୍ରା, ସଭାସମିତି, ଦୋକାନ ବଜାର ଖୋଲିବା ଉପରେ କଟକଣା ଜାରି ହୋଇଛି। ଏହି ପରିପ୍ରେକ୍ଷୀରେ ଗଂଜାମର ଜାମୁନିରେ ହେବାକୁ ଥିବା ଦଣ୍ଡଯାତ୍ରା ଦଳ ଆଜିଠୁ ତାଙ୍କ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏ ବିଷୟ ନେଇ ଖବର ପ୍ରଚାରିତ ହେବା ପରେ ପୁରୁଷୋତ୍ତମପୁର ପୋଲିସ୍ ୧୦ ଜଣ ଦଣ୍ଡୁଆକୁ ଅଟକ ରଖିଛି। ଥାନା କେସ ନଂ ୧୮୮/୨୭୧ ଆଇପିସିରେ ଏକ ମାମଲା ରୁଜୁ ହୋଇଛି।

Related posts