Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଲକ୍‌ଡ଼ାଉନ୍ ସମୟରେ ବିତରଣ କରାଯିବ ୫ ଟଙ୍କିଆ ଆହାର
ଆଞ୍ଚଳିକ

ଲକ୍‌ଡ଼ାଉନ୍ ସମୟରେ ବିତରଣ କରାଯିବ ୫ ଟଙ୍କିଆ ଆହାର

March 26, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

 

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ସାରା ଦେଶରେ ଲକ୍‌ଡ଼ାଉନ୍ ଘୋଷଣା ହେବା ପରେ ଗଂଜାମ ଜିଲ୍ଲାରେ ଏହାକୁ କାର୍ଯ୍ୟକାରୀ କରିବା ସହିତ ଜନସାଧାରଣଙ୍କର ଦୈନନ୍ଦିନ ଆବଶ୍ୟକତାକୁ ଉପଯୁକ୍ତ ଦୃଷ୍ଟି ଦେବା ପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି। ନିରାଶ୍ରୟ ଲୋକମାନଙ୍କ ପାଇଁ ପ୍ରତ୍ୟେକ ସହରାଞ୍ଚଳରେ ଆହାର ଗାଡ଼ି ବୁଲିବ। ୫ ଟଙ୍କାରେ ପ୍ୟାକିଂ କରାଯାଉଥିବା ମଧ୍ୟାହ୍ନ ଭୋଜନ ଗାଡ଼ି ସାହିବସ୍ତି ବୁଲିବା। ରୋଷେଇ ଏବଂ ବିତରଣ ସମୟରେ କର୍ମଚାରୀ ଉପଯୁକ୍ତ ପୋଷାକ ପରିଧାନ ସହ ହାତରେ ଗ୍ଲୋବସ୍ ଲଗାଇବେ। ଜିଲ୍ଲାକୁ ବାହାର ରାଜ୍ୟ କିମ୍ବା ବିଦେଶରୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ପଂଜିକରଣ କରାଯାଇ ସେମାନଙ୍କୁ ବାଧ୍ୟତାମୂଳକ ହୋମ୍ କ୍ୱାରେଣ୍ଟାଇନ୍‌ରେ ରଖାଯିବ। ଯେଉଁ ଘରେ କ୍ୱାରେଣ୍ଟାଇନ୍ ବ୍ୟକ୍ତି ରହୁଥିବେ ସେହି ଘରେ ପୋଷ୍ଟର ଲଗାଯିବ। କୌଣସି ବ୍ୟକ୍ତି ପୋଷ୍ଟର ଚିରିଲେ ତା ବିରୁଦ୍ଧରେ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ହେବ। ପ୍ରତ୍ୟେକ ଗ୍ରାମର ସୀମା ସିଲ୍ କରାଯିବ ଏବଂ ଅନ୍ୟ ଗ୍ରାମର ଲୋକଙ୍କୁ ଉକ୍ତ ଗ୍ରାମକୁ ଯିବା ପାଇଁ ନିଷେଧ କରାଯାଇଛି। ଦୁଇଚକିଆ ଯାନ ଚଳାଚଳ ସଂପୂର୍ଣ୍ଣ ନିଷେଧ ହୋଇଛି।

ଜରୁରୀକାଳୀନ କାର୍ଯ୍ୟରେ ନିୟୋଜିତ କର୍ମଚାରୀ କିମ୍ବା ଡ଼ାକ୍ତରଖାନାକୁ ଯାଉଥିବା ରୋଗୀଙ୍କ ପାଇଁ କିଛିଟା କୋହଳ କରାଯାଇଛି । କ୍ଷୀର କିମ୍ବା ପରିବାପତ୍ର ପରିବହନ କରୁଥିବା ଗାଡ଼ିଗୁଡ଼ିକ ପାଇଁ କଟକଣା ମୁକ୍ତ ରହିବ। କୌଣସି ବ୍ୟକ୍ତି ବାହାରେ ବୁଲୁଥିବା ଦେଖାଗଲେ, ତାଙ୍କୁ ପୋଲିସ୍ ହାଜତକୁ ନିଆଯିବ। ସକାଳ ୭ଟାରୁ ୧୨ଟା ପର୍ଯ୍ୟନ୍ତ ପରିବା ପତ୍ର ଓ ତେଜରାତି ସାମଗ୍ରୀ ବିକ୍ରୟ ଚାଲିବ। ଚାଷ କାର୍ଯ୍ୟ ଏବଂ କରୋନା ସଂପର୍କିତ ସମସ୍ତ ଉନ୍ନୟନ କାର୍ଯ୍ୟ ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବ୍ଲକ୍ ଉନ୍ନୟନ ଅଧିକାରୀମାନଙ୍କୁ ତେଜରାତି ସାମଗ୍ରୀର ଉପଯୁକ୍ତ ଯୋଗାଣ ନିରୀକ୍ଷଣ କରିବା ଏବଂ ଆବଶ୍ୟକସ୍ଥଳେ ରନ୍ଧା ଖାଦ୍ୟର ବ୍ୟବସ୍ଥା କରିବାକୁ କୁହାଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଓ ଅମୀୟ କୁମାର ସାହୁ, ପିଡ଼ି. ଡ଼ୁଡ଼ା ସୁଦାମ ଚରଣ ମଣ୍ଡଳ, ଜିଲ୍ଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକ ଅନାମ ଚରଣ ପାତ୍ର ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଂଜନ ପୃଷ୍ଟି ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଉଲୁଣ୍ଡାରେ ଅଘଟଣ: ଘରର କାନ୍ଥ ଭୁଶୁଡ଼ି ବୃଦ୍ଧଙ୍କ ମୃତ୍ୟୁ, ପତ୍ନୀ ଗୁରୁତର

August 2, 2026

ନାକଟିଦେଉଳରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ଅଭିଯୋଗ; ୮ ଜଣ ଅଟକ, ଗୁରୁତର ଆହତଙ୍କୁ ବୁର୍ଲା ସ୍ଥାନାନ୍ତର

August 2, 2026

ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ

August 2, 2026

ହୀରାକୁଦ ଡ୍ୟାମ : ୨୨ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ

August 2, 2026
Latest News

ରାହୁଲ ଗାନ୍ଧୀଙ୍କ ବାସଭବନ ବାହାରେ ସାଧୁ ଏବଂ ସନ୍ଥଙ୍କ ପ୍ରତିବାଦ: ଅଟକ ରଖିଲା ପୋଲିସ

August 7, 2026

CBI ର ବଡ଼ ଖୁଲାସା: NEET-UG ପେପର ଲିକ୍ କରିଥିଲେ NTA ବିଶେଷଜ୍ଞ

August 7, 2026

ପୂର୍ବତନ ବିଧାୟକଙ୍କ ଜ୍ଵାଇଁ ଗିରଫ

August 7, 2026

ଓଲଟିଲା ଅଟୋ : ୫ ଆହତ

August 7, 2026

ଇଞ୍ଜେକ୍ସନ୍‌ ନେବା ପରେ ଜୀବନ ଗଲା: ମହିଳା ମୃତ୍ୟୁ ଘଟଣାରେ ମେଡିସିନ୍‌ ଷ୍ଟୋର କର୍ମଚାରୀ ଅଟକ

August 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.