ଯାଞ୍ଚ କଡ଼ାକଡ଼ି: କଟକ-ପାରାଦୀପ ରୋଡ଼ରେ ଯାନବାହନର କଡ଼ା ତନଖି

Published: Mar 26, 2020, 11:55 am IST

ରଞ୍ଜିତ୍‌ ପଣ୍ଡା

କୁଜଙ୍ଗ :  କୁଜଙ୍ଗ  ପୁଲିସ ଏବଂ ପ୍ରଶାସନ ପକ୍ଷରୁ ଲକଡ଼ାଉନକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ଆଜି ଦିନତମାମ କୁଜଙ୍ଗରେ ଜନସାଧାରଣମାନେ ଏହି କଟକଣାକୁ ଅମାନ୍ୟ କରିଥିବାବେଳେ କୁଜଙ୍ଗ ପୁଲିସ ଏବଂ ପ୍ରଶାସନ ଏହାକୁ କଡ଼ାକଡ଼ିଭାବେ ପାଳନ କରିବାକୁ ତତ୍ପର ହୋଇ ଉଠିଛି। କୁଜଙ୍ଗ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁଙ୍କ ନେତୃତ୍ୱରେ କଟକ-ପାରାଦୀପ ରାଜ୍ୟରାଜପଥକୁ ମୋଟାମୋଟି ଭାବେ ସିଲକରାଯାଇଛି। ଲକଡ଼ାଉନକୁ ଅମାନ୍ୟକରି ଗାଡ଼ିମୋଟର ଚଳାଚଳୁ କରୁଥିବାବେଳେ ପୁଲିସ ଅତ୍ୟନ୍ତ କଠୋର ହୋଇ ସେମାନଙ୍କ ହେଲମେଟ, ଗାଡ଼ିର କାଗଜପତ୍ର ତନଖି କରି ଫାଇନ ଅଦାୟ କରୁଥିବା ଜଣାପଡ଼ିଛି।

ସେହିପରି ଭାବେ କୁଜଙ୍ଗ ତହସିଲଦାର ପ୍ରଭାଷ କୁମାର ବେହୁରା, ଅତିରିକ୍ତ ବିଡ଼ିଓ ସନ୍ତୋଷ କୁମାର ଶତପଥୀ ପୁଲିସ କର୍ମଚାରୀଙ୍କ ସହିତ କୁଜଙ୍ଗବଜାର ପରିକ୍ରମା କରି ବଜାରରେ ଲୋକମାନଙ୍କ ଚଳପ୍ରଚଳକୁ ନିଷିଦ୍ଧ କରିବା ସହିତ ସମସ୍ତ ଜରୁରୀ ସେବାପ୍ରଦାନକାରୀ ବ୍ୟବସାୟ ପ୍ରତିଷ୍ଠାନକୁ ବନ୍ଦ କରିଥିଲେ। ସେହିପରି ଭାବେ ସ୍ଥାନୀୟ ପରିବା ଏବଂ ମାଛ ମାର୍କେଟ ମାନଙ୍କରେ ଭିଡ଼କୁ ହଟାଇବା ସହିତ ଆସନ୍ତାକାଲିଠାରୁ ଏହାକୁ କଡ଼ାକଡ଼ିଭାବେ ପାଳନ କରାଯିବ ବୋଲି ପ୍ରକାଶ କରାଯାଇଛି।

Related posts