Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଜଗତସିଂହପୁର ଜିଲ୍ଲାରେ ହିତାଧିକାରୀଙ୍କୁ ମିଳିବ ୪ମାସର ଅଗ୍ରୀମ ଭତ୍ତା
ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲାରେ ହିତାଧିକାରୀଙ୍କୁ ମିଳିବ ୪ମାସର ଅଗ୍ରୀମ ଭତ୍ତା

March 26, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି
ଜଗତସିଂହପୁର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଲକ୍ ଡାଉନ୍ ଘୋଷଣା ହୋଇଥିବାରୁ ରାଜ୍ୟ ସରକାର ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ ଆଗାମୀ ୪ ମାସର ଏପ୍ରିଲ,ମେ,ଜୁନ୍ ଓ ଜୁଲାଇ ମାସ ପାଇଁ ଅଗ୍ରୀମ ଭତ୍ତା ପ୍ରଦାନ କରିବାକୁ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ପରିପେକ୍ଷୀରେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାର ସମସ୍ତ ବି.ଡି.ଓ ଏବଂ ପୌରପରିଷଦ ନିର୍ବାହୀ ଅଧିକାରୀଙ୍କୁ ସମସ୍ତ ପ୍ରତିଷେଧାତ୍ମକ ବ୍ୟବସ୍ଥା ଗ୍ରହଣ କରି ବଣ୍ଟନ କରିବାକୁ ନିର୍ଦ୍ଦଶ ଦେଇଛନ୍ତି। ଜିଲ୍ଲାରେ ମାର୍ଚ୍ଚ ୨୬ ତାରିଖ ଠାରୁ ଏହି ବଣ୍ଟନ ପ୍ରକ୍ରିୟା ଚାଲିବ। ଏଥିପାଇଁ ବି.ଡି.ଓ ମାନେ ଗାଁର ଆକ୍ସନପ୍ଲାନ୍ ପ୍ରସ୍ତୁତ କରି ପଂଚାୟତକୁ ଅବଗତ କରାଇବେ। ଏହି ଭତ୍ତା ବଣ୍ଟନ ପ୍ରକ୍ରିୟାରେ ବ୍ଲକ୍ ଅଧିକାରୀ, ପଂଚାୟତ ନିର୍ବାହୀ ଅଧିକାରୀ, ଜି.ଆର.ଏସ୍, ପଂଚାୟତ ପିଅନ, ୨ଜଣ ଅଙ୍ଗନବାଡି କର୍ମୀ ଏବଂ ଜଣେ ପୋଲିସ୍ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଅଙ୍ଗନବାଡୀ କର୍ମୀ ହିତାଧିକାରୀଙ୍କ ମୋବାଇଲ୍ ନମ୍ବର ଏବଂ ଆଧାର ନମ୍ବର ସଂଗ୍ରହ କରିବେ। ଏହି ଭତ୍ତା ହିତାଧିକାରୀଙ୍କ ଘରକୁ ଘର ବୁଲି ବଣ୍ଟନ କରାଯିବ। ଜିଲ୍ଲାର ୮ଟି ବ୍ଲକ୍ ଓ ୨ଟି ମ୍ୟୁନିସପାଲିଟିର ଭତ୍ତା ହିତାଧିକାରୀଙ୍କ ନିମନ୍ତେ ୪ ମାସ ପାଇଁ ୨୭କୋଟି ୩୩ଲକ୍ଷ ୪୦ହଜାର ଟଙ୍କା ବଣ୍ଟନ କରାଯିବ। ଜଗତସିଂହପୁର ଜିଲ୍ଲାରେ ୪୩,୫୪୩ ଜଣ ଇନ୍ଦିରାଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ,୧୧,୦୯୦ ଜଣ ଇନ୍ଦିରାଗାନ୍ଧୀ ଜାତୀୟ ବିଧବା ଭତ୍ତା, ୨୦୨୯ଜଣ ଇନ୍ଦିରାଗାନ୍ଧୀ ଜାତୀୟ ଭିନ୍ନକ୍ଷମ ଭତ୍ତା ହିତାଧିକାରୀ ଓ ମଧୁବାବୁ ପେନସନ୍ ଯୋଜନାରେ ୭୭,୭୪୦ ଜଣ ହିତାଧିକାରୀଙ୍କୁ ମିଶାଇ ଜିଲ୍ଲାରେ ମୋଟ୍ ୧,୩୪,୪୦୨ ଜଣ ହିତାଧିକାରୀ ଏହି ଭତ୍ତା ପାଇବେ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପବିତ୍ର ଦାସ ସୂଚନା ପ୍ରଦାନ କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଟାଙ୍ଗୀ ବ୍ଲକରେ ମିଳିତ ଜନ ଅଭିଯୋଗ ଶୁଣାଣି

October 26, 2026

ରଣପୁର ପ୍ରେସ୍ କ୍ଲବରେ ଶାରଦୀୟ ଭେଟଘାଟ ଓ ସମ୍ବର୍ଦ୍ଧନା ଉତ୍ସବ

October 24, 2026

ବୁଲିଯିବାକୁ କହି ଆଉ ଫେରିଲେନି ଯୁବକ

October 24, 2026

ଗଞ୍ଜେଇ ଜବତ, ଜଣେ ଗିରଫ

October 24, 2026
Latest News

ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଗୁପ୍ତାଙ୍କ ପରଲୋକ

October 31, 2026

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ଦକ୍ଷିଣ ଓଡ଼ିଶାରେ ବର୍ଷା ଓ ବନ୍ୟାରେ ୪ ମୃତ, ୧୨ ନିଖୋଜ

October 31, 2026

NC ରେ ବିଦ୍ରୋହ!: ୧୮ ବିଧାୟକଙ୍କ ଗୁପ୍ତ ବୈଠକ: କ୍ୟାବିନେଟ ଅଦଳବଦଳକୁ ନେଇ ଅସନ୍ତୋଷ

October 31, 2026

ରାମଲୀଲା ମୈଦାନ ରାଲିରୁ ଦୂରେଇ ରହିବେ ବିରୋଧୀଙ୍କ ୪ ଦଳ: TVK-BJD ର ଆଭିମୁଖ୍ୟ କ’ଣ?

October 31, 2026

NZ ସିରିଜ୍ ପାଇଁ ପୁଣି ବଦଳିଲା ଟିମ୍ ଇଣ୍ଡିଆ: ପ୍ରସିଦ୍ଧ କୃଷ୍ଣାଙ୍କ ଜାଗାରେ ଖେଳିବେ ଏହି ଖେଳାଳି

October 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.