ସମୀକ୍ଷା ବ୍ୟୁରୋ
ବାଲେଶ୍ବର: ବେଧଡକ ଭାବେ ବେଆଇନ ଦେଶୀ ମଦ କାରବାର ଚାଲିଥିବାର ଅଭିଯୋଗ ହୋଇଛି। ବାଲେଶ୍ବର ଜିଲ୍ଲାର ବାଲିଖଣ୍ଡ ପୁରୁଷୋତ୍ତମପୁର ଗ୍ରାମଠାରେ ଏପରି ହେଉଥିବାର ଖବର ମିଳିଛି। ଅନେକ ବର୍ଷ ଧରି ଏହି ଗାଁରେ ଦେଶୀ ମଦ ବେଆଇନି ଭାବରେ ତିଆରି କରାଯାଉଥିବାବେଳେ ଏହାକୁ ପିଇବା ପାଇଁ ନିକଟସ୍ଥ ଅଞ୍ଚଳର ଅନେକ ଯୁବକ ଆସୁଛନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଗ୍ରାମରେ ଏପରି ଅସାମାଜିକ କାର୍ଯ୍ୟକୁ ବୁଦ୍ଧିଜୀବୀମାନେ ନିନ୍ଦା କରିଛନ୍ତି। ସମ୍ପ୍ରତି ଲକ୍ ଡାଉନ ସମୟରେ ରାଜ୍ୟ ସରକାରଙ୍କ ତରଫରୁ ମଦ ଦୋକାନ ଖୋଲିବାକୁ ନେଇ କଟକଣା ଜାରି ହୋଇଥିବାବେଳେ ଏହି ବେଆଇନ ଦେଶୀ ମଦ ପିଇବା ପାଇଁ ନିକଟସ୍ଥ ଗ୍ରାମରୁ ଅନେକ ଯୁବକମାନେ ଆସୁଛନ୍ତି। ଏହି ବେଆଇନ ଦେଶୀ ମଦ କାରୋବାରକୁ ନେଇ ପୂର୍ବରୁ ଗ୍ରାମବାସୀମାନେ ଅନେକ ଥର ଅଭିଯୋଗ କରିଥିଲେ ବି କୌଣସି ସୁଫଳ ପାଇପାରିନାହାନ୍ତି।
ଏବେ ରାଜ୍ୟରେ କରୋନାର ଭୟଙ୍କର ସଂକଟ ସମୟରେ ଦେଶୀ ମଦ ପିଇବାକୁ ଅନେକ ଯୁବକ ରୁଣ୍ଡ ହେବା ଫଳରେ କରୋନା ସଂକ୍ରମଣକୁ ନେଇ ଗ୍ରାମବାସୀମାନେ ବେଶ୍ ଚିନ୍ତାରେ ପଡିଯାଇଛନ୍ତି। ପ୍ରଶାସନ ତରଫରୁ ଏହି ଘଟଣା ତଦନ୍ତ କରାଯାଇ ଏହି ଦେଶୀ ମଦ କାରୋବର ଉପରେ ପ୍ରତିବନ୍ଧକ ଲଗାଇବା ନେଇ ଗ୍ରାମବାସୀମାନେ ଅନୁରୋଧ କରିଛନ୍ତି।