Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»କରୋନା ଜନିତ ସାଧାରଣ ବଣ୍ଟନ ବ୍ୟବସ୍ଥାର ସମୀକ୍ଷା କଲେ ଜିଲ୍ଲାପାଳ : ବଣ୍ଟନରେ ଅବହେଳା ଯୋଗୁଁ ଜିଲ୍ଲାପାଳ ଅସନ୍ତୋଷ
ଆଞ୍ଚଳିକ

କରୋନା ଜନିତ ସାଧାରଣ ବଣ୍ଟନ ବ୍ୟବସ୍ଥାର ସମୀକ୍ଷା କଲେ ଜିଲ୍ଲାପାଳ : ବଣ୍ଟନରେ ଅବହେଳା ଯୋଗୁଁ ଜିଲ୍ଲାପାଳ ଅସନ୍ତୋଷ

April 5, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର :କରୋନା ଭୂତାଣୁ ସଂକ୍ରମଣ ଜନିତ ଭୟାବହତାକୁ ଦୃଷ୍ଟିରେ ରଖି ଶୁକ୍ରବାର ସନ୍ଧ୍ୟାରେ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାରେ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ ସାଧାରଣ ବଣ୍ଟନ ବ୍ୟବସ୍ଥାର ଜରୁରୀ କାଳୀନ ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବୈଠକରେ ସାମାଜିକ ଦୂରତା ବଜାୟ ରଖାଯାଇଥିଲା। ବୈଠକରେ ଜିଲ୍ଲାପାଳ ଜିଲ୍ଲାରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସଫଳତା କମ୍ ହୋଇଥିବାରୁ ଗଭୀର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଜିଲ୍ଲାର ସମସ୍ତ ବ୍ଲକ୍ ଓ ମ୍ୟୁନିସିପାଲିଟିରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଚାଉଳ, ଗହମ ଉଠାଣର ସ୍ଥିତି ସମୀକ୍ଷା କରିଥିଲେ। ଜିଲ୍ଲାରେ ଥିବା ଡିପୋ ମାନଙ୍କରୁ ସାଧାରଣ ବଣ୍ଟନ ସାମଗ୍ରୀ ଉଠାଣ ଓ ରିଟେଲରଙ୍କ ପାଖରେ ଏପ୍ରିଲ ୧୦ ତାରିଖ ସୁଦ୍ଧା ପହଞ୍ଚାଇବା ଏବଂ ଏପ୍ରିଲ୍ ୧୪ ତାରିଖ ମଧ୍ୟରେ ସମସ୍ତ ହିତାଧିକାରୀମାନଙ୍କୁ ସୁଷମ ବଣ୍ଟନ ବ୍ୟବସ୍ଥାର ସବିଶେଷ ଯୋଜନା ସ୍ଥିରୀକୃତ ହୋଇଥିଲା।

ଏହି ଯୋଜନା ମୁତାବକ ଡିପୋ ପଏଣ୍ଟରେ ଚାଉଳ/ଗହମ ବୋଝେଇ କରିବାକୁ ଅଧିକ ଶ୍ରମିକ ନିୟୋଜିତ କରିବା ଓ ଅଧିକ ପରିବହନ ଗାଡିର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଯୋଗାଣ ବିଭାଗ ଅଧିକାରୀ ଓ କଣ୍ଟ୍ରାକ୍ଟର ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପୁନଶ୍ଚ ପ୍ରତ୍ୟେକ ବ୍ଲକ୍ ଗୁଡିକୁ ବିଭିନ୍ନ ଡିପୋରୁ ଚାଉଳ/ଗହମ ଉଠାଣକୁ ସୁଗମ କରିବା ପାଇଁ ଆବଶ୍ୟକୀୟ ସ୍ୱୀକୃତି ପତ୍ର ଓ ଟ୍ରାନଜିଟ୍ ପାସ୍ ଅନଲାଇନ୍ ମାଧ୍ୟମରେ ଜେନେରେଟ୍ କରିବା କିମ୍ବା ଜିଲ୍ଲାପାଳଙ୍କ ଠାରୁ ସ୍ୱୀକୃତି ନେଇ ଅଫଲାଇନ୍ ମାଧ୍ୟମରେ ସ୍ୱୀକୃତି ପତ୍ର ଓ ଟ୍ରାନଜିଟ୍ ପାସ୍ ଜେନେରେଟ୍ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ସାଧାରଣ ବଣ୍ଟନ ସାମଗ୍ରୀର ସୁପରିଚାଳନା ପାଇଁ ଗୋଦାମ ଗୃହ ଯୋଗାଇ ଦେବାକୁ ଇଫକୋ ଓ ପିପିଏଲ୍ କର୍ତ୍ତୁପକ୍ଷଙ୍କୁ ଅନୁରୋଧ କରାଯିବ। ତରଡାପଡା ଗୋଦାମକୁ ଅଧିକ ଦୁଇଟି ଡିଜିଟାଲ୍ ଓଜନ ଯନ୍ତ୍ର ଯୋଗାଇ ଓଜନ ବ୍ୟବସ୍ଥାକୁ ବୃଦ୍ଧି କରାଯିବ। କେନ୍ଦ୍ରାପଡ଼ା ଜିଲ୍ଲାର ମୂଷାକଣ ଡିପୋକୁ ଅଧିକ ସୁବିଧା କରିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଅନୁରୋଧ କରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ, ଜିଲ୍ଲାପାଳଙ୍କ ୨ଜଣ ଓ.ଏସ୍.ଡି, ସମସ୍ତ ସହକାରୀ ଯୋଗାଣ ଅଧିକାରୀ,ମାକେଟିଙ୍ଗ ଓ ପ୍ରୋକ୍ୟୋରମେଣ୍ଟ ଇନିସପେକ୍ଟର, ଲେବଲ୍ ୨ ଟ୍ରାନ୍ସପୋର୍ଟ କଣ୍ଟ୍ରାକ୍ଟର, ହ୍ୟାଣ୍ଡଲିଙ୍ଗ କଣ୍ଟ୍ରାକ୍ଟର ଓଡ଼ିଶା ଓୟାରହାଉସିଂ ସୁପରିଟେଣ୍ଡେଣ୍ଟ ଓ ୩ଟି ଡିପୋର ଲେବର କଣ୍ଟ୍ରାକ୍ଟର ଉପସ୍ଥିତ ଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ରେଢ଼ାଖୋଲର ଜଙ୍ଗଲରେ ମିଳିଲା ପ୍ରାଚୀନ ଲୁହା ଶିଳ୍ପର ପ୍ରମାଣ, ଜିଏମ୍ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ସର୍ବେକ୍ଷଣ

October 5, 2026

ଦୁଇ ମାନସିକ ଅସୁସ୍ଥଙ୍କୁ ଉଦ୍ଧାର କରି ଥଇଥାନ କଲେ ଯୁବ ସମାଜସେବୀ

October 5, 2026

ବାଲୁଗାଁ ଏଲ୍‌ଆଇସି ଶାଖାରେ ଲିଆଫି ୬୨ତମ ପ୍ରତିଷ୍ଠା ଦିବସ

October 3, 2026

ଜିଲ୍ଲାପାଳ, ଏସ୍‌ପି ଓ ଡିଏଫ୍‌ଓଙ୍କ ବାସଭବନ ସମ୍ମୁଖରୁ ଷ୍ଟିଲ୍‌ ଗେଟ୍‌ ନେଇଗଲେ ଦୁର୍ବୃତ୍ତ

October 2, 2026
Latest News

ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ‘ଟିମ୍ ଇଣ୍ଡିଆ’ ର ଟେଷ୍ଟ ଦଳ ଘୋଷିତ: ଧ୍ରୁବ ଜୁରେଲଙ୍କୁ ଅଧିନାୟକ ନିଯୁକ୍ତ

October 7, 2026

ପ୍ରଶାସନିକ ସ୍ତରରେ ଅଦଳବଦଳ: ୭ ଅଧିକାରୀଙ୍କ ବଦଳି, ନବରଙ୍ଗପୁର ଓ ନୂଆପଡ଼ାକୁ ମିଳିଲେ ନୂଆ ଜିଲ୍ଲାପାଳ

October 7, 2026

୨୫ ବର୍ଷ ପୂରଣ କଲେ ପ୍ରଧାନମନ୍ତ୍ରୀ: ବିକଶିତ ଭାରତ ସଂକଳ୍ପ ସହ ଦେଶବାସୀ, ଗଣତନ୍ତ୍ର ଓ ସମ୍ବିଧାନ ପ୍ରତି ଜଣାଇଲେ ଗଭୀର କୃତଜ୍ଞତା

October 7, 2026

ରାହୁଲ ଏବଂ ପ୍ରିୟଙ୍କାଙ୍କ ବିରୋଧରେ ଏଫଆଇଆର: ଜାଣନ୍ତୁ ମାମଲା

October 7, 2026

ପ୍ରେମୀ ଯୁଗଳଙ୍କ ମୃତ ଦେହ ଉଦ୍ଧାର

October 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.