ଗଡ଼କୁଜଙ୍ଗ ପଂଚାୟତରେ ସରପଂଚଙ୍କ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା

Published: Apr 11, 2020, 10:05 pm IST

ରଞ୍ଜିତ ପଣ୍ଡା 
କୁଜଙ୍ଗ: ଏରସମା ବ୍ଳକ ଗଡ଼କୁଜଙ୍ଗ ପଂଚାୟତର ଯୁବସରପଂଚ ସମ୍ପଦ କୁମାର ବାରିକଙ୍କ କାର୍ଯ୍ୟକୁ ଏବେ ସ୍ଥାନୀୟ ଅଂଚଳରେ ବେଶ ପ୍ରଶଂସା କରାଯାଇଛି। କୋଭିଡ଼-୧୯ ପରିଚାଳନା ନେଇ ପଂଚାୟତକୁ ରାଜ୍ୟସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଦାୟିତ୍ୱକୁ ନେଇ ସେ ବେଶ୍ ସଚେତନ ଅଛନ୍ତି ଏବଂ ନିଜର ଦାୟିତ୍ୱକୁ ସେ ବେଶ ନିଷ୍ଠାର ସହିତ ସମ୍ପନ୍ନ କରୁଥିବାର ଦେଖାଯାଇଛି। ସାମାଜିକ ଦୂରତ୍ୱ ବଜାର ରଖିବାନେଇ ନିଜେ ଡ଼ାକବାଜି ଯନ୍ତ୍ରରେ ପ୍ରଚାର କରିବା, ଲୋକମାନଙ୍କୁ ମାସ୍କ ବ୍ୟବହାର କରିବା, ଅସହାୟ ଏବଂ ଗରୀବ ଲୋକମାନଙ୍କୁ ସ୍ଥାନୀୟ ସ୍ୱପ୍ନା ମହାସଙ୍ଘ ଜରିଆରେ ପ୍ରଦାନ କରାଯାଉଥିବା ରନ୍ଧା ଖାଦ୍ୟ ପ୍ରସ୍ତୁତ ଏବଂ ପରିବେଷଣ ନିରୀକ୍ଷଣ କରିବା ଆଦି କାର୍ଯ୍ୟକୁଚ ସେ ବେଶ ଦକ୍ଷତାର ସହିତ ତୁଲାଇଛନ୍ତି। ସେହିପରିଭାବେ ସ୍ଥାନୀୟ ଦାୟିତ୍ୱପ୍ରାପ୍ତ ଡ଼ିଲର ମାନଙ୍କୁ ରାସନ ସମାଗ୍ରୀ ବଂଟନ, ପ୍ରତ୍ୱେକ ପରିବାରକୁ ଅର୍ଥ ବିତରଣ ଆଦି କାର୍ଯ୍ୟରେ ସେ ମଧ୍ୟ ନିଯୁକ୍ତ ନିଲରଙ୍କୁ ସହାୟତ ପ୍ରଦାନ କରୁଛନ୍ତି। ତେବେ ସରପଂଚଙ୍କ ଏହିପରି କାର୍ଯ୍ୟକୁ ସ୍ଥାନୀୟ ଅଂଚଳରେ ବେଶ ପ୍ରଶଂସା କରାଯାଇଛି।

Related posts