Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ପାରାଦ୍ଵୀପ ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିଭିନ୍ନ କଲୋନୀରେ ରାସନ ସାମଗ୍ରୀ ବଣ୍ଟନ
ଆଞ୍ଚଳିକ

ପାରାଦ୍ଵୀପ ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିଭିନ୍ନ କଲୋନୀରେ ରାସନ ସାମଗ୍ରୀ ବଣ୍ଟନ

April 19, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରଞ୍ଜିତ୍‌ ପଣ୍ଡା

କୁଜଙ୍ଗ : କରୋନା ପାଇଁ ଏବେ ଲୋକେ ବାହାରକୁ ବାହାରି ପାରୁନାହାନ୍ତି। ଗରିବ ଓ ଖଟିଖିଆ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସେଥିପାଇଁ ପାରାଦ୍ଵୀପର ଅଗ୍ରଣୀ ସଂଗଠନ ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ବସ୍ତିରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଗତ କିଛି ଦିନ ହେଲା ପାରାଦ୍ଵୀପ ତଥା ଏହାର ଆଖପାଖ ଅଞ୍ଚଳର ବସ୍ତି ବାସିନ୍ଦାମାନଙ୍କୁ ଦୈନିକ କିଛି ଲୋକଙ୍କୁ ସାହାଯ୍ୟ କରି ଆସୁଛି। ଟ୍ରଷ୍ଟର ସଭାପତି ସଚିତ୍ର କୁମାର ରାଉତ ନେତୃତ୍ୱରେ ଟ୍ରଷ୍ଟର ସେକ୍ରେଟାରୀ ସ୍ୟୋମ୍ୟ ମହାନ୍ତି,ଉପଦେଷ୍ଟା ଆଡଭୋକେଟ ସୁରେଶ ଚନ୍ଦ୍ର ଦାସ ସାମାଜିକ ଦୂରତ୍ୱ ରଖି ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ। ଶୁଖିଲା ଖାଦ୍ୟ ସାମଗ୍ରୀ ଯଥା ଚାଉଳ, ଡାଲି, ଆଳୁ, ପିଆଜ, ତେଲ, ସାବୁନ, ବିସ୍କୁଟ, କେକ୍ ,ଫ୍ରୁଟି ୧୦୦ ପରିବାରକୁ ଯୋଗାଇ ଦିଆଯାଇଛି। ପାରାଦ୍ୱୀପ ମୁନିସିପାଲିଟିର କଲୋନୀ ୨,୯,୧୦,୧୪ ଓ ୧୫ ନମ୍ବର ଏରିଆରେ ଲୋକମାନଙ୍କୁ ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସାହାଯ୍ୟ ସହଯୋଗ କରାଯାଇଛି।

ଆଜି କାଯ୍ୟକ୍ରମରେ ଅତିଥି ଭାବରେ ପୂର୍ବତନ କାଉନ୍ସିଲର ଓ ବର୍ତ୍ତମାନର ପାରାଦ୍ୱୀପର ସହକାରୀ ଅଧିକାରୀ ଦିଲୀପ କୁମାର ମହାନ୍ତି ଓ ତାଙ୍କ ସହ ଉପସ୍ଥିତ ଥିଲେ ପାରାଦ୍ୱୀପ ମୁନିସିପାଲିଟିର ପୂର୍ବତନ ଅଧ୍ୟକ୍ଷ ବସନ୍ତ ବିଶ୍ୱାଳ। ଏଭଳି ସେବା ପାଇଁ ମୁନିସିପାଲିଟିର କଲୋନୀମାନଙ୍କ ପକ୍ଷରୁ ଧନ୍ୟବାଦ ଦିଆଯାଇଛି। ଏହି ଅବସରରେ ଟ୍ରଷ୍ଟର ମେମ୍ବର ମନୋଜ ମହାପାତ୍ର, ବିଶ୍ବମ୍ବର ପ୍ରଧାନ, ସତ୍ୟଜିତ ନାୟକ, ମନୋଜ ବେହେରା ଓ ଅଜୟ ବେହେରା ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ କଲୋନୀ ମାନଙ୍କରେ ଅସହାୟ ଲୋକମାନଙ୍କୁ ଖାଦ୍ୟ ସାମଗ୍ରୀ ବଂଟନ କରିବା ସହ କରୋନାର ମୁକାବିଲା କରିବା ପାଇଁ ସଚେତନ କରାଇଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ଜାତୀୟ ସମର ଶିକ୍ଷାଥ୍ରୀ ବାହିନୀ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

May 17, 2026

ବାଲୁଗାଁ ମହାବିଦ୍ୟାଳୟର ଏନସିସି ଅଧିକାରୀଙ୍କୁ ସମ୍ବର୍ଦ୍ଧନା

May 6, 2026

ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଚିଲିକା କୂଳରେ ଜଳଛତ୍ର

May 6, 2026

ବାଲୁଗାଁ ମହାବିଦ୍ୟାଳୟର ବାର୍ଷିକ ସାୟନାରା କାର୍ଯ୍ୟକ୍ରମରେ ଅଧ୍ୟାପିକାଙ୍କୁ ସମ୍ବର୍ଦ୍ଧନା

May 5, 2026
Latest News

ସାଂସ୍କୃତିକ ବିବିଧତାକୁ ଜଗତିକରଣ ପରିବେଶ ମଧ୍ୟରେ ପାଳନ କରିବା ଉଚିତ୍‌: ବିଶେଷଜ୍ଞ

May 23, 2026

ଭାରତର ଦ୍ୱିତୀୟ ହସ୍ପିଟାଲ୍ ଭାବେ ସମ ହସ୍ପିଟାଲ୍‌ରେ ଅତ୍ୟାଧୁନିକ ଡିଜିସ୍କାନର ସ୍ଥାପନ

May 23, 2026

ଇୟୁଜେନିକ୍ସ ହେୟାର ସାଇନ୍ସେସ ପକ୍ଷରୁ ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ହେୟାର୍ ରିଷ୍ଟୋରେସନ୍ କ୍ଲିନିକର ଶୁଭାରମ୍ଭ

May 23, 2026

ସିିଜିମାଳି ବିସ୍ଥାପିତଙ୍କୁ ନ୍ୟାୟ ଦାବୀରେ ଯୁବ କଂଗ୍ରେସ ତରଫରୁ ପଦଯାତ୍ରା 

May 23, 2026

ଏଥର ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ବସିଲା ଉଚ୍ଚ ସ୍ତରୀୟ ବୈଠକ

May 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.