ରଞ୍ଜିତ୍ ପଣ୍ଡା
କୁଜଙ୍ଗ: କୁଜଙ୍ଗ ବ୍ଳକ ଅନ୍ତର୍ଗତ ଭୂତମୁଣ୍ଡାଇସ୍ଥିତ ଅବସରପ୍ରାପ୍ତ କର୍ମଚାରୀ ସେବାସଂଘ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୦ ହଜାର ଟଙ୍କା କୋଭିଡ଼-୧୯ ମୁକାବିଲା ପାଇଁ ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ଶଙ୍କର୍ଷଣ ସ୍ୱାଇଁ, ବାବୁରାମ ଚୈଧୁରୀ,ବସନ୍ତ ସାମଲ, ପ୍ରଶାନ୍ତ ଚୌଧୁରୀ, ଦେବବାଳା ମହାପାତ୍ର, କାହ୍ନୁଚରଣ ସ୍ୱାଇଁ ପ୍ରମୁଖ ଏହି ସହାୟତା ରାଶି କୁଜଙ୍ଗବ୍ଳକର ଭାରପ୍ରାପପ୍ତ ବିଡ଼ିଓ ପୂଜା ଲେଙ୍କାଙ୍କୁ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଳକ ସାମାଜିକ ନିରାପତ୍ତା ଅଧିକାରୀ ରଂଜିତ କୁମାର ଚୌଧୁରୀ ଏହି ଅବସରରେ ଉପସ୍ଥିତ ଥିଲେ ।
Tags: