ରଞ୍ଜିତ୍ ପଣ୍ଡା
କୁଜଙ୍ଗ: କୁଜଙ୍ଗ ବ୍ଳକ ବିଶ୍ୱାଳୀ ଗ୍ରାମର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ବାବା ବାଲୁଙ୍କେଶ୍ୱର ଗ୍ରାମ୍ୟ ବିକାଶ କମିଟି ପକ୍ଷରୁ କୋଭିଡ଼ ୧୯ ମୁକାବିଲା କ୍ଷେତ୍ରରେ ଗରୀବ ଏବଂ ଅସହାୟ ବ୍ୟକ୍ତି ତଥା ପରିବାରକୁ ମାସ ମାସ ବ୍ୟାପୀ ଶୁଖିଲା ଏବଂ ରନ୍ଧା ଖାଦ୍ୟ ବଂଟନ କରାଯାଉଥିବା ଜଣାପଡ଼ିଛି । ଏହି ଖାଦ୍ୟ ପାରାଦୀପ, କୁଜଙ୍ଗ, କେନ୍ଦ୍ରାପଡ଼ା ଅଂଚଳର ବିଭିନ୍ନ ସ୍ଥାନରେ ଦିନ ସମୟରେ ମାନସୀକ ବ୍ୟକ୍ତି, ନିରାଶ୍ରୟ, ଦିନ ମଜୁରିଆ, ଗରିବ, ଅସହାୟ ପରିବାର ତଥା ବାହାରୁ ରାଜ୍ୟରୁ ଆସିଥିବା ଶ୍ରମିକ ଏହି ଖାଦ୍ୟମାନଙ୍କୁ ପ୍ରଦାନ କରାଯାଉଛି। ସେହିପରି ଭାବେ ଏହି ଅବସରରେ ମଧ୍ୟ ଶୁଖିଲା ଖାଦ୍ୟ, ମାସ୍କ, ସାନିଟାଇଜର ଏବଂ ସାବୁନ ଆଦି ଲୋକମାନଙ୍କୁ ପ୍ରଦାନ କରାଯିବା ସହିତ କୋଭିଡ଼-୧୯ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି ।
ବାହାରେ ବୁଲୁଥିବା ବୁଲା ଗୃହପାଳିତ ପଶୁ ମାନଙ୍କୁ ମଧ୍ୟ ଏହି ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଖାଦ୍ୟ ପ୍ରଦାନ କରାଯାଉଛି। ବାହାରେ ରହି ବିଭିନ୍ନ ପଦପଦବୀରେ କାର୍ଯ୍ୟ କରୁଥିବା ବିଶ୍ୱାଳୀ ଗ୍ରାମର ତପନ ତନୟ ମହାପାତ୍ର, ଅନୀଳ ତରାଇ, ସୁନୀଲ ସେଠୀ, ସନ୍ତୋଷ ପରିଡ଼ା, କୈଳାଶ ବେହେରା, ବିଶ୍ୱଜିତ ମହାପାତ୍ର, ରଞ୍ଜନ ମଲ୍ଲିକ, ଅତନୁ କୁମାର ସାମନ୍ତ ପ୍ରଭୃତିଙ୍କ ଆର୍ଥିକ ସହାୟତା ଫଳରେ ଏହି କାର୍ଯ୍ୟ ପରିଚାଳିତ ହୋଇ ଆସୁଥିବା ସମାଜସେବୀ ତଥା ପରିବେଶବିତ ଇଂ. ଅମରେଶ ନରେଶ ସାମନ୍ତ ପ୍ରକାଶ କରିଛନ୍ତି । ସେହିପରିଭାବେ ଲକଡ଼ାଉନ କଟକଣା ଥିବା ପର୍ଯ୍ୟନ୍ତ ଏହିପରି ସହାୟତା ପ୍ରଦାନ କରାଯିବ ବୋଲି ଶ୍ରୀ ସାମନ୍ତ ପ୍ରକାଶ କରିଛନ୍ତି ।