ଅଲେଖ ଧର୍ମର ସାଧୁଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ ହଜାର ଟଙ୍କା ପ୍ରଦାନ

Published: Apr 20, 2020, 11:29 pm IST

ରଞ୍ଜିତ୍‌ ପଣ୍ଡା

କୁଜଙ୍ଗ :  କୁଜଙ୍ଗ ବ୍ଳକ ଅଗପାଳ ପଂଚାୟତ ପଥୁରିଆ ଗ୍ରାମରେ ବାସ କରୁଥିବା ଅଲେଖ ଧର୍ମର ସାଧୁ ସୂଦର୍ଶନ ଦାସ ଆଜି କୋଭିଡ଼-୧୯ର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ ହଜାର ଟଙ୍କା ପ୍ରଦାନ କରିଥିବା ଜଣାପଡ଼ିଛି । ସାଧୁ ଶ୍ରୀ ଦାସ ଆଜି ମଧ୍ୟାହ୍ନ ସମୟରେ କୁଜଙ୍ଗବ୍ଳକ କାର୍ଯ୍ୟାଳୟରେ ଉପସ୍ଥିତ ହୋଇ ସ୍ଥାନୀୟ ବିଡ଼ିଓ ପୂଜା ଲେଙ୍କାଙ୍କୁ ଏହି ରାଶିର ଚେକ ପ୍ରଦାନ କରିଥିଲେ । ଏହି ସାଧୁ ନିଜେ ଅଲେଖ ଧର୍ମର ପ୍ରଚାର ପ୍ରସାର ସହିତ ଭବିଷ୍ୟତ ଗଣନା, ବାସ୍ତୁ ଉପଚାର, ଗୃହ ନିର୍ମାଣ, ନକ୍ସା ବା ବାଣୀ କାଟିବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି । ଏଥିରୁ ଯାହା କିଛି ଆୟ କରନ୍ତି ତାହାକୁ ସେ ମୁଖ୍ୟତଃ ସମାଜସେବା କ୍ଷେତ୍ରରେ ବ୍ୟୟ କରିଥାନ୍ତି । ସାଧୁଙ୍କ ଏହି ସାଧୁ ଉଦ୍ୟମକୁ ଯୁବ ଆଇନଜିବୀ ଗତିକୃଷ୍ଣ ଶତପଥୀ ପ୍ରଶଂସା କରିବା ସହିତ ଅନ୍ୟମାନେ ଏହାକୁ ଅନୁକରଣ କରନ୍ତୁ ବୋଲି କହିଛନ୍ତି ।

Related posts