Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ସାହସପୁର ମହିଳାଙ୍କ ସାହାସିକତା: ଚୋରାମଦ ବେପାରୀକୁ କାବୁ କରି ପୋଲିସ୍‌ ଜିମା ଦେଲେ
ଆଞ୍ଚଳିକ

ସାହସପୁର ମହିଳାଙ୍କ ସାହାସିକତା: ଚୋରାମଦ ବେପାରୀକୁ କାବୁ କରି ପୋଲିସ୍‌ ଜିମା ଦେଲେ

April 21, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ବାଣପୁର ବ୍ଲକ୍‌ ଅନ୍ତର୍ଗତ ଭବାନୀପୁର ପଞ୍ଚାୟତର ସାହସପୁର ଗ୍ରାମରେ ମହିଳା ମାନେ ସାହସର ଅନନ୍ୟ ଉଦାହରଣ ଦେଖାଇଛନ୍ତି। ସାହସପୁରରେ ରହିଥିବା ଗତେଶ୍ବରପୁର ଆଞ୍ଚଳିକ ମଞ୍ଚର ସଦସ୍ୟା ମାନେ ଚୋରାମଦ ବେପାରୀଙ୍କୁ କାବୁ କରି ପୋଲିସ୍‌ ଜିମା ଦେଇଛନ୍ତି। ଦୁଇ ଜଣ ଯୁବକ ଏକ ବାଇକ୍‌ ଯୋଗେ ଦେଶୀମଦ ନେଇ ଯାଉଥିବା ବେଳେ ସଙ୍ଗଠନର ସଦସ୍ୟା ମାନେ ଉଭୟଙ୍କୁ ଧରିଥିଲେ। ଜଣେ ବ୍ୟକ୍ତି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଅନ୍ୟଜଣଙ୍କୁ ସଦସ୍ୟା ମାନେ ପୋଲିସ୍‌ ଜିମା ଦେଇଛନ୍ତି। ଲକ ଡାଉନ ସମୟରେ ସାହାସପୁର ମହିଳା ମାନଙ୍କର ଏପରି ସାହସିକତାକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।

ସେହିପରି ବାଣପୁର ପୋଲିସ୍‌ ପକ୍ଷରୁ ଅନ୍ୟ ଏକ ରେଡ୍‌ରେ ଦେଶୀ ଚୋରାମଦ ଜବତ କରାଯିବା ସହିତ ଜଣଙ୍କୁ ଅଟକ ରଖିଛି। ବନବାସପୁରରେ ପୋଲିସ୍‌ ରେଡ୍‌ କରି ଦେଶୀ ମଦ ଜବତ କରିବା ସହିତ ଜଣଙ୍କୁ ଅଟକ ରଖିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି। ଗ୍ରାମାଞ୍ଚଳରେ ଚୋରାମଦ ବିକ୍ରି ବୃଦ୍ଧି କାରଣରୁ ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ବାଣପୁର ପୋଲିସର ତିନୋଟି ଟିମ୍‌ ପୃଥକ୍‌ ପୃଥକ ସ୍ଥାନରେ ଚଢାଉ କରିବା ସହିତ ପ୍ରାୟ ୨୫୦ ପ୍ୟାକେଟ୍‌ ଜବତ କରିଛି। ଏହା ସହିତ ଶତାଧିକ ପ୍ୟାକେଟ୍‌ ମଦକୁ ପୋଲିସ୍‌ ନଷ୍ଟ କରିଦେଇଛି। ଏଏସଆଇ ଶ୍ରୀନିବାସ ପ୍ରଧାନ,ଏଏସଆଇ ବସନ୍ତ କୁମାର ପଟ୍ଟନାୟକ ଓ ଟିମ୍‌ ସାହାସପୁର ଏବଂ କୋଷରଡାର ବନବାସପୁର ଗ୍ରାମରେ ରେଡ୍‌ କରି ଦୁଇଟି ଗାଡି ଜବତ କରିଛି। ସେହିପରି ଏସ.ଆଇ ପ୍ରସନ୍ନ ଜେନା, ଏସ.ଆଇ ଦିଗବିଜୟ ବିଶ୍ୱାଳ ଓ ଟିମ ବାଲେଡିହ, ମୁକ୍ତାଦେଇପୁର, ଭୁସ୍କାପଡା ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ରେଡ୍‌ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ କୋଷରଡା ଅଞ୍ଚଳରୁ ଏହି ଗ୍ରାମ ରାସ୍ତା ଦେଇ ଦେଶୀ ମଦର ଚୋରା ଚାଲାଣ ହେଉଥିବା ନେଇ ପୂର୍ବରୁ ପୋଲିସଙ୍କ ନିକଟରେ ଅଭିଯୋଗ ହୋଇଆସୁଥିଲା। ଯଦ୍ୱାରା ଏହି ଘଟଣାକୁ ଆଇଆଇସି ପଟ୍ଟନାୟକ ସଜ୍ଞାନକୁ ନେଇ କଡା ପଦକ୍ଷେପ ନେଉଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଗତ ୧୯ ତାରିଖ (ରବିବାର) ଦିନ ବାଣପୁର ଅନ୍ତର୍ଗତ ଝିଣ୍ଟିକାପଲ୍ଲୀ ଗ୍ରାମର ଗଙ୍ଗାଧର ପରିଡାଙ୍କୁ ପୋଲିସ୍‌ ଦେଶୀ ମଦ ଏବଂ ଅସ୍ତ୍ର ଶସ୍ତ୍ର ସହିତ ଗିରଫ କରିଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଏକବିଂଶ ତମ ବାର୍ଷିକ ଉତ୍ସବ

December 18, 2025

ବାଲୁଗାଁ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ମେଜର ବି.କେ. ନରେନ୍ଦ୍ରଙ୍କ ବିୟୋଗରେ ସ୍ମୃତି ଚ଼ାରଣ ସଭା

December 18, 2025

ଗୋଦାବରୀଶ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

December 16, 2025

ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି

December 15, 2025
Latest News

ଫାଇନାଲରେ ହରିୟାଣାକୁ ୬୯ ରନରେ ପରାସ୍ତ କଲା ଝାଡ଼ଖଣ୍ଡ: ପ୍ରଥମ ଥର ଜିତିଲା ସୟଦ ମୁସ୍ତାକ ଅଲି ଟ୍ରଫି

December 19, 2025

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଭେଟିଲେ ଜୋହୋର ପ୍ରତିଷ୍ଠାତା ତଥା ବୈଜ୍ଞାନିକ ଶ୍ରୀଧର ଭେମ୍ବୁ

December 19, 2025

ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସଂସଦୀୟ ପରାମର୍ଶଦାତା କମିଟି ବୈଠକରେ ଅଧ୍ୟକ୍ଷତା କଲେ କେନ୍ଦ୍ରମନ୍ତ୍ରୀ

December 19, 2025

ଭୁବନେଶ୍ୱରରେ ଆରମ୍ଭ ହେଲା ଆଞ୍ଚଳିକ ଏଆଇ ପ୍ରଭାବ ସମ୍ମିଳନୀ

December 19, 2025

ସବକା ବୀମା ସବକୀ ରକ୍ଷା ବିଲ୍, 2025 ସଂସଦରେ ଗୃହୀତ

December 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.