Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ସାହସପୁର ମହିଳାଙ୍କ ସାହାସିକତା: ଚୋରାମଦ ବେପାରୀକୁ କାବୁ କରି ପୋଲିସ୍‌ ଜିମା ଦେଲେ
ଆଞ୍ଚଳିକ

ସାହସପୁର ମହିଳାଙ୍କ ସାହାସିକତା: ଚୋରାମଦ ବେପାରୀକୁ କାବୁ କରି ପୋଲିସ୍‌ ଜିମା ଦେଲେ

April 21, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ବାଣପୁର ବ୍ଲକ୍‌ ଅନ୍ତର୍ଗତ ଭବାନୀପୁର ପଞ୍ଚାୟତର ସାହସପୁର ଗ୍ରାମରେ ମହିଳା ମାନେ ସାହସର ଅନନ୍ୟ ଉଦାହରଣ ଦେଖାଇଛନ୍ତି। ସାହସପୁରରେ ରହିଥିବା ଗତେଶ୍ବରପୁର ଆଞ୍ଚଳିକ ମଞ୍ଚର ସଦସ୍ୟା ମାନେ ଚୋରାମଦ ବେପାରୀଙ୍କୁ କାବୁ କରି ପୋଲିସ୍‌ ଜିମା ଦେଇଛନ୍ତି। ଦୁଇ ଜଣ ଯୁବକ ଏକ ବାଇକ୍‌ ଯୋଗେ ଦେଶୀମଦ ନେଇ ଯାଉଥିବା ବେଳେ ସଙ୍ଗଠନର ସଦସ୍ୟା ମାନେ ଉଭୟଙ୍କୁ ଧରିଥିଲେ। ଜଣେ ବ୍ୟକ୍ତି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଅନ୍ୟଜଣଙ୍କୁ ସଦସ୍ୟା ମାନେ ପୋଲିସ୍‌ ଜିମା ଦେଇଛନ୍ତି। ଲକ ଡାଉନ ସମୟରେ ସାହାସପୁର ମହିଳା ମାନଙ୍କର ଏପରି ସାହସିକତାକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।

ସେହିପରି ବାଣପୁର ପୋଲିସ୍‌ ପକ୍ଷରୁ ଅନ୍ୟ ଏକ ରେଡ୍‌ରେ ଦେଶୀ ଚୋରାମଦ ଜବତ କରାଯିବା ସହିତ ଜଣଙ୍କୁ ଅଟକ ରଖିଛି। ବନବାସପୁରରେ ପୋଲିସ୍‌ ରେଡ୍‌ କରି ଦେଶୀ ମଦ ଜବତ କରିବା ସହିତ ଜଣଙ୍କୁ ଅଟକ ରଖିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି। ଗ୍ରାମାଞ୍ଚଳରେ ଚୋରାମଦ ବିକ୍ରି ବୃଦ୍ଧି କାରଣରୁ ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ବାଣପୁର ପୋଲିସର ତିନୋଟି ଟିମ୍‌ ପୃଥକ୍‌ ପୃଥକ ସ୍ଥାନରେ ଚଢାଉ କରିବା ସହିତ ପ୍ରାୟ ୨୫୦ ପ୍ୟାକେଟ୍‌ ଜବତ କରିଛି। ଏହା ସହିତ ଶତାଧିକ ପ୍ୟାକେଟ୍‌ ମଦକୁ ପୋଲିସ୍‌ ନଷ୍ଟ କରିଦେଇଛି। ଏଏସଆଇ ଶ୍ରୀନିବାସ ପ୍ରଧାନ,ଏଏସଆଇ ବସନ୍ତ କୁମାର ପଟ୍ଟନାୟକ ଓ ଟିମ୍‌ ସାହାସପୁର ଏବଂ କୋଷରଡାର ବନବାସପୁର ଗ୍ରାମରେ ରେଡ୍‌ କରି ଦୁଇଟି ଗାଡି ଜବତ କରିଛି। ସେହିପରି ଏସ.ଆଇ ପ୍ରସନ୍ନ ଜେନା, ଏସ.ଆଇ ଦିଗବିଜୟ ବିଶ୍ୱାଳ ଓ ଟିମ ବାଲେଡିହ, ମୁକ୍ତାଦେଇପୁର, ଭୁସ୍କାପଡା ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ରେଡ୍‌ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ କୋଷରଡା ଅଞ୍ଚଳରୁ ଏହି ଗ୍ରାମ ରାସ୍ତା ଦେଇ ଦେଶୀ ମଦର ଚୋରା ଚାଲାଣ ହେଉଥିବା ନେଇ ପୂର୍ବରୁ ପୋଲିସଙ୍କ ନିକଟରେ ଅଭିଯୋଗ ହୋଇଆସୁଥିଲା। ଯଦ୍ୱାରା ଏହି ଘଟଣାକୁ ଆଇଆଇସି ପଟ୍ଟନାୟକ ସଜ୍ଞାନକୁ ନେଇ କଡା ପଦକ୍ଷେପ ନେଉଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଗତ ୧୯ ତାରିଖ (ରବିବାର) ଦିନ ବାଣପୁର ଅନ୍ତର୍ଗତ ଝିଣ୍ଟିକାପଲ୍ଲୀ ଗ୍ରାମର ଗଙ୍ଗାଧର ପରିଡାଙ୍କୁ ପୋଲିସ୍‌ ଦେଶୀ ମଦ ଏବଂ ଅସ୍ତ୍ର ଶସ୍ତ୍ର ସହିତ ଗିରଫ କରିଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026
Latest News

ଯାହା ଆଶଙ୍କା ଥିଲା, ତାହା ହେଲା: ଶେଷରେ ବଢିଲା ପେଟ୍ରୋଲ ଦର

March 20, 2026

୨୦୨୬ ଆଇପିଏଲ ରୁ ବାଦ ପଡିଲେ ୭ ଖେଳାଳି: ଜାଣନ୍ତୁ କିଏ?

March 20, 2026

ଓଡ଼ିଶା ପୋଲିସର ଐତିହାସିକ ସଫଳତା: ୬୫୪ ଆନ୍ତଃରାଜ୍ୟ ନିଶା ବେପାରୀ ଗିରଫ

March 20, 2026

ସବୁଠାରୁ ଶକ୍ତିଶାଳୀ ଚୁମ୍ବକ ତିଆରି କରିବ ଭାରତ: ମୋଦି ସରକାରଙ୍କ ବଡ଼ ଯୋଜନା

March 20, 2026

ପଖାଳ ଦିବସ ଅବସରରେ ଓଡ଼ିଆ ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.