ରମେଶ ମହାନ୍ତି
ଜଗତସିଂହପୁର: ମହାମାରୀ କରୋନା ପ୍ରଭାବରେ ଫଟୋ ଭିଡିଓ ଗ୍ରାଫୀ ଶିଳ୍ପ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇିଛି। ଏହାଦ୍ୱାରା ଫଟୋ ଓ ଭିଡିଓଗ୍ରାଫୀକୁ ନିଜର ଜୀବନ ଓ ଜୀବିକା ଭାବେ ଗ୍ରହଣ କରିଥିବା କିଛି ଫଟୋ ଓ ଭିଡିଓଗ୍ରାଫର ପରିବାର ଦୁର୍ଦ୍ଦିନର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଫଟୋ – ଭିଡିଓଗ୍ରାଫିକ ଟ୍ରେଡର୍ସ ଆସୋସିଏସନ( ଜେପିଭିଟି) ପକ୍ଷରୁ ଏକ ପାଂଚ ଦଫା ଦାବୀପତ୍ରକୁ ମାନ୍ୟବର ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। ଏଥି ସହିତ ଆସୋସିଏସନ ପକ୍ଷରୁ ସାଧାରଣଲୋକଙ୍କ ଜରୁରୀ ଅସୁବିଧାକୁ ଦୃଷ୍ଟିରେ ରଖି ମାନ୍ୟବର ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର, ସରକାରଙ୍କ ନିୟମାବଳୀ ଅନୁଯାୟୀ ସାମୂହିକ ଭାବେ ଫଟୋ ଷ୍ଟୁଡିଓ ଖୋଲିବାକୁ ଅନୁମତି ପ୍ରଦାନ ପାଇଁ ଅନୁରୋଧ କରାଯାଇଛି।
ଏଥି ସହିତ ରାଜ୍ୟରୁ କେନ୍ଦ୍ର ସରକାରଙ୍କୁ ଦିଆଯାଇଥିବା ଦାବୀପତ୍ରକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର୍ରମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ପ୍ରତାପ ଷଡଙ୍ଗୀଙ୍କୁ ଭିଡିଓ କନଫେରେନ୍ସିଂ ଜରିଆରେ ରାଜ୍ୟର ପ୍ରମୁଖ ଫଟୋଗ୍ରାଫରମାନେ ଅନୁରୋଧ କରିଛନ୍ତି । ମନ୍ତ୍ରୀ ଏଥିପ୍ରତି ଦୃଷ୍ଟିଦେବେ ବୋଲି ପ୍ରତିଶୃତି ଦେଇଛନ୍ତି। ଜଗତସିଂହପୁର ଜିଲ୍ଲା ଆସୋସିଏସନ ପକ୍ଷରୁ ସଂପାଦକ ଶୁଭଙ୍କର ଜେନା ମନ୍ତ୍ରୀଙ୍କ ଆଗରେ ଦୃଢ ଦାବୀ ଉପସ୍ଥାପନା କରିଥିଲେ। ଜିଲ୍ଲାପାଳଙ୍କୁ ଏହି ଦାବୀପତ୍ର ଆସୋସିସନର ଉପଦେଷ୍ଟା ପଂଚାନନ ପ୍ରଧାନ, ସଭାପତି ମହେଶ୍ୱର ମହାନ୍ତି ଓ ଅନ୍ୟାନ୍ୟ କର୍ମକର୍ତା ସର୍ବଶ୍ରୀ ଅତନୁ କୁମାର ସ୍ୱାଇଁ, ଲାଲା ସଂଗ୍ରାମ କେଶରୀ ରାୟ, ପ୍ରଦିପ୍ତ ପ୍ରଧାନ, ବିଏନଏନ ପପୁ, କୁଶଲ କୁମାର ସିନ୍ହା, ସୁଶାନ୍ତ କୁମାର ସ୍ୱାଇଁ,ବାସୁଦେବ ସ୍ୱାଇଁ, ସୁଧାକର ଜେନା, ରୂପେଶ ବାରିକ, ବିଷ୍ଣୁ ଚରଣ ରାଏ,ବାସୁଦେବ ବେହେରା, ଦେବୀ ପ୍ରସାଦ ବେହେରା, ଜିତେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।